ETV Bharat / state

ଦଳାଚକଟା ଏଡାଇବା ପାଇଁ କେତେ ପ୍ରସ୍ତୁତ ପୁରୀ ପ୍ରଶାସନ ? ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ - Ratha Yatra 2024

author img

By ETV Bharat Odisha Team

Published : Jul 5, 2024, 1:48 PM IST

Puri Ratha Yatra 2024: ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଢାକଢି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସର ମକ୍‌ଡ୍ରିଲ । ଅଧିକ ପଢନ୍ତୁ

MOCK DRILL
MOCK DRILL (ETV BHARAT ODISHA)

ପୁରୀ: ଦିନକ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ମହାମହିମ ରାଷ୍ଟ୍ରପତି ଚଳିତ ବର୍ଷ ରଥଯାତ୍ରାରେ ସାମିଲ ହେବା ସହ ରଥ ଟାଣିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀଗୁଣ୍ଡିଚାରୁ ନିଳାଦ୍ରୀ ବିଜେ ପର୍ୟ୍ୟନ୍ତ ପୁରୀରେ ଭକ୍ତଙ୍କ ଭିଡ଼ ଜମିବ । ତେଣୁ ସୁରକ୍ଷା ବଳୟରେ ରହିବ ପୁରୀ ସହର । ରଥଯାତ୍ରା ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ସହ ବିଭିନ୍ନ ବିଭାଗ ସମନ୍ବୟ ରକ୍ଷା କରିବା ପାଇଁ ମକ ଡ୍ରିଲ୍ କରାଯାଇଛି। ପୁରୀ ଟାଉନ ଥାନା ଅନ୍ତର୍ଗତ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ମକ ଡ୍ରିଲ୍ କରାଯାଇଛି। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ କରାଯାଉଛି ମକଡ୍ରିଲ୍। ଏପଟେ ଦଳାଚକଟାକୁ ଏଡାଇବା ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି । ପ୍ରକାଶ ଯେ ଗତ ବର୍ଷ ରଥଯାତ୍ରା ସମୟରେ ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିଲେ ।

MOCK DRILL (ETV BHARAT ODISHA)

ମକଡ୍ରିଲରେ ନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ବିଭାଗ ସାମିଲ୍ ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ । ମାନବ ଶୃଙ୍ଖଳା ଧାଡି ଦ୍ୱାରା ଗ୍ରୀନ କରିଡର ମାଧ୍ୟମରେ କିପରି ଆମ୍ବୁଲାନ୍ସ ଯିବାଠାରୁ ଆରମ୍ଭ କରି ସମୁଦ୍ର ସ୍ନାନ ସମୟରେ ବୁଡି ଯାଉଥିବା ପର୍ଯ୍ୟଟକ ଙ୍କୁ କିପରି ଉଦ୍ଧାର କରାଯିବ, ଭିଡ଼ ମଧ୍ୟରେ ଯଦି ଦଳାଚକଟା ହୁଏ ତେବେ ପରିସ୍ଥିତି କୁ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ଏହି ମକଡ୍ରିଲ କରାଯାଇଥିଲା ।

ଏହା ମଧ୍ଯ ପଢନ୍ତୁ-ETV Bharat Exclusive: କେଉଁଠି ଅଛି ରତ୍ନ ଭଣ୍ଡାର ଚାବି ଠିକଣା କହିଲେ ଗଜପତି ମହାରାଜା, ଚାରିଦ୍ବାର ଖୋଲିବାକୁ ନେଇ ଦେଲେ ବଡ ବୟାନ - Gajapati Maharaja Exclusive

ଚଳିତ ବର୍ଷ ରଥଯାତ୍ରା ପୋଲିସ ପାଇଁ ବଡ଼ ଆହ୍ବାନ ରହିଛି। ରଥଯାତ୍ରା ଦିନ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି କାନ୍ତି ସହ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। । ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ‌ ନେଇ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଏଥିପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ପାଇଁ ପୋଲିସ ବିଭାଗ ପକ୍ଷରୁ ବଡ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରାରେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ। ସେହିଦିନ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଡିଜି, ୬ ଜଣ ଆଇଜି ଓ ଡିଆଇଜି ରାଙ୍କ ଅଫିସର, ୧୯ ଜଣ କମାଣ୍ଡାଣ୍ଟ ଏବଂ ଏସପି ରାଙ୍କ ଅଫିସର, ୩୩ ଅତିରିକ୍ତ ଏସପି ଏବଂ ଡେପୁଟି କମାଣ୍ଡାଣ୍ଟ ଙ୍କ ସହ ୧୩୦ ଜଣ ଇନ୍ସପେକ୍ଟର ମୁତୟନ ହେବେ।

ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ । ସେହିପରି ୩ ପ୍ଲାଟୁନ ସୁଇପ୍ଟ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହେବେ। ରଥଯାତ୍ରା ଓ ପରଦିନ ଦୁଇଦିନ ଧରି ଏହି ସୁରକ୍ଷା ବ୍ୟବସ୍ଥା ରହିବ।‌ ତେବେ ମହାପ୍ରଭୁଙ୍କ ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.