ETV Bharat / state

ପାପ ହରି କୋଟି ଜନ୍ମର ପୂଣ୍ୟ ଦିଏ କାଳିଆର ରଥ ଦଉଡ଼ି: ସ୍ବର୍ଗରୁ ଆସି ରଥ ଟାଣିନିଏ ବାସୁକି ନାଗ ! - Significance Of Chariots Ropes

author img

By ETV Bharat Odisha Team

Published : Jun 30, 2024, 9:49 PM IST

Significance Of Chariots Ropes: ପାଖେଇ ଆସୁଛି ରଥଯାତ୍ରା । ଶ୍ରୀମନ୍ଦିର ସମ୍ମୁଖରୁ ଗୁଣ୍ଡିଚା ମନ୍ଦିର ଯାଏ ରଥ ଟାଣି ନେବେ ଭକ୍ତ । ତେବେ ରଥ ଟାଣିବାରେ ବ୍ୟବହୃତ ହେଉଥିବା ଦଉଡିର କ'ଣ ରହିଛି ମାହାତ୍ମ୍ୟ । ରଥ ଦଉଡ଼ିକୁ ନେଇ କ'ଣ କହୁଛନ୍ତି ଚୂନରା ସେବାୟତ ପଢ଼ନ୍ତୁ ଆମର ସ୍ପେସାଲ ଖବର

ରଥ ଦଉଡି଼ ମାହାତ୍ମ୍ୟ
ରଥ ଦଉଡି଼ ମାହାତ୍ମ୍ୟ (ETV Bharat Odisha)

ପୁରୀ: କୋଟି ଓଡ଼ିଆଙ୍କ ମଉଡମଣି ସେ । ତା' ପାଖରେ ଲାଗି ହୁଏ 60 ପଉଟି 56 ଭୋଗ । ଏଥିପାଇଁ ତ କେହି କେହି ଭକ୍ତିରେ ତାଙ୍କୁ ବଡ଼ଖିଆ ବୋଲି ଡାକନ୍ତି । ଖାଲି ସେ ବଡଖିଆ ନୁହଁ ସେ ଓଡ଼ିଆଙ୍କ ବଡ଼ଠାକୁର ବଡ଼ ଦିଁଅ । ତା' ଦାଣ୍ଡ ବଡ଼, ତା' ଦେଉଳ ବଡ଼, ତା' ରଥ ବି ବଡ଼ ଆଉ ତା' ରଥରେ ଲାଗୁଥିବା ଦଉଡ଼ି ବି ବଡ଼ । ରଥରେ ଲାଗୁଥିବା ଏହି ଦଉଡ଼ିର ରହିଛି ସ୍ଵତନ୍ତ୍ର ମାହାତ୍ମ୍ୟ । ଶାସ୍ତ୍ର କହେ ତିନି ରଥକୁ ଦଉଡି ସ୍ବରୂପ ବିରାଟ ନାଗ ଓ ନାଗୁଣୀ ଟାଣି ନେଇ ଥାଆନ୍ତି । ଯାହାକି ସାଧାରଣ ଭକ୍ତଙ୍କ ଚର୍ମ ଚକ୍ଷୁରେ ଦେଖିବା ସମ୍ଭବ ନୁହେଁ ।

ରଥ ଦଉଡି଼ ମାହାତ୍ମ୍ୟ (ETV Bharat Odisha)

ତେବେ ମହାପ୍ରଭୁଙ୍କ ରଥର ପ୍ରତ୍ୟେକ ଅଂଶକୁ ଦେବତା ଭାବେ ପରିଗଣିତ କରାଯାଏ । କୁହାଯାଏ ରଥଯାତ୍ରାରେ ବିଶାଳ ରଥକୁ ସାରଥୀ, ପାର୍ଶ୍ୱ ଦେବାଦେବୀ, ସଖୀ ମୂର୍ତ୍ତି ଆଦିରେ ଦେବତାମାନେ ରହି ରଥ ଗଢିବାରେ ସାହାଯ୍ୟ କରିଥାନ୍ତି । ଭକ୍ତ କେବଳ ରଥ ଟାଣିବା କାର୍ଯ୍ୟ କରିବା ନିମିତ୍ତ ମାତ୍ର । ମହାପ୍ରଭୁଙ୍କ ଇଚ୍ଛାରେ ନିର୍ମିତ ବିଶାଳ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗତି କରିଥାଏ । ତେବେ ରଥଯାତ୍ରାରେ ରଥରେ ଲାଗୁଥିବା ଦଉଡ଼ିର ରହିଛି ସ୍ଵତନ୍ତ୍ର ମାହାତ୍ମ୍ୟ । ଶାସ୍ତ୍ର ବର୍ଣ୍ଣନା ଅନୁଯାୟୀ, ତିନି ରଥକୁ ବିରାଟ ନାଗ ଓ ନାଗୁଣୀ ଟାଣି ନେଇ ଥାଆନ୍ତି । ଯାହାକି ସାଧାରଣ ଭକ୍ତଙ୍କ ଚର୍ମ ଚକ୍ଷୁରେ ଦେଖିବା ସମ୍ଭବ ହୋଇ ନ ଥାଏ ।

ରଥକୁ ଟାଣି ନିଅନ୍ତୁ ନାଗ-ନାଗୁଣି: ତେବେ ମହାପ୍ରଭୁଙ୍କ ଚୂନରା ସେବାୟତଙ୍କ କହିବା ଅନୁସାରେ, ପ୍ରଭୁ ବଳଭଦ୍ରଙ୍କ ରଥକୁ ବାସୁକି ନାଗ, ଦେବୀ ସୁଭଦ୍ରାଙ୍କ ରଥକୁ ସ୍ଵର୍ଣ୍ଣଚୁଡ ନାଗ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ଶଙ୍ଖଚୁଡ ନାମକ ନାଗ ସ୍ବର୍ଗରୁ ଆସି ରଥ ଦଉଡ଼ି ଆକାର ଧାରଣ କରି ମହାପ୍ରଭୁଙ୍କ ରଥ ତ୍ରୟକୁ ଆଡ଼ପ ମଣ୍ଡପ ଅଭିମୁଖେ ଟାଣି ନେଇଥାନ୍ତି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଯେଉଁ ଭକ୍ତ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥାନ୍ତି ସେମାନେ 84 ଯୋନି ଜନ୍ମ ମୁକ୍ତି ଲାଭ କରିବା ଶହ ଅନେକ ପୁଣ୍ୟ ଲାଭ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିନା ଯନ୍ତ୍ରପାତିରେ ବିଶାଳ ରଥ ନିର୍ମାଣ; ମାତ୍ର 20 ଇଞ୍ଚ ମାପକାଠିରେ ତିଆରି ହୁଏ ବଡ଼ଦିଅଁଙ୍କ ରଥ, ଜାଣନ୍ତୁ ପୁରା ରହସ୍ୟ - Ratha Yatra 2024

ଆଗରୁ କେରଳ ଦେଉଥିଲା ଦଉଡି: ରଥଯାତ୍ରା ପାଇଁ ଆବଶ୍ୟକ ହେଉଥିବା ଦଉଡି଼ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଥିବା ଓଡ଼ିଶା କତା ଶିଳ୍ପ ନିଗମ ଯୋଗାଇ ଆସୁଛି । ପ୍ରତିବର୍ଷ ତିନି ରଥ ପାଇଁ 14ଟି ଦଉଡି ଆସିଥାଏ । ପ୍ରତି ରଥରେ 4ଟି ଲେଖାଏଁ ଦଉଡ଼ି ରଥ ଟାଣିବା ପାଇଁ ବ୍ୟବହାର ହୋଇଥାଏ । 2ଟି ଦଉଡି ଅଧିକ ରଖାଯାଇଥାଏ । ଏହି ଦଉଡି଼ ନିର୍ମାଣ ଶୈଳୀ ଅନ୍ୟ ଦଉଡି଼ ଅପେକ୍ଷା ଭିନ୍ନ ଓ ସ୍ୱତନ୍ତ୍ର । ସମ୍ପୂର୍ଣ ନଡ଼ିଆ କତାରେ ଏହି ଦଉଡି଼ ନିର୍ମାଣ ହୋଇଥାଏ । ହବିସାନ୍ନ କରି ଏହି ରଥର ଦଉଡି ନିର୍ମାଣ କରାଯାଏ । ପ୍ରତ୍ୟେକ ଦଉଡି଼ 220 ଫୁଟ ଲମ୍ବ ଓ 8 ଇଞ୍ଚ ଗୋଲେଇ । ଏହା ବେଶ ଦୃଢ଼ ଓ ଶକ୍ତ । ତେବେ ପୂର୍ବରୁ ସୁଦୂର କେରଳରୁ କତା ଦଉଡି଼ ରଥ ପାଇଁ ଆସୁଥିଲା । ଗତ 10 ବର୍ଷ ହେବ ତାହା ବନ୍ଦ ହୋଇ ଯାଇଛି । କେରଳ ପରିବର୍ତ୍ତେ ପୁରୀ ସାକ୍ଷୀଗୋପାଳରେ ଥିବା ଓଡ଼ିଶା କତା ନିଗମ ପ୍ରତିବର୍ଷ ନୁଆ ଦଉଡି଼ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଉଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.