ETV Bharat / state

ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା ଘଟଣା; ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା, ଅସନ୍ତୋଷ ଝାଡ଼ିଲା କଂଗ୍ରେସ - Lord Balabhadra Pahandi Mishap

author img

By ETV Bharat Odisha Team

Published : Jul 11, 2024, 9:07 PM IST

Lord Balabhadra Pahandi Mishap: ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ତଳେ ପଡ଼ିଯିବା ଘଟଣା । ମୁଖ୍ୟ ପ୍ରଶାସକଙ୍କ ନାଁରେ ଥାନାରେ ଏତଲା । ଏପରେ ପ୍ରତିକ୍ରିୟା ରଖିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ଅଧିକ ପଢନ୍ତୁ

Lord Balabhadra Pahandi Mishap
Lord Balabhadra Pahandi Mishap (ETV Bharat Odisha)

ଭୁବନେଶ୍ବର/କଟକ: ଆଡ଼ପ ମଣ୍ଡପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ମୁହଁ ମାଡି ପଡିଯିବା ଘଟଣା । କ୍ୟାପିଟାଲ ଥାନାରେ ମୁଖ୍ୟ ପ୍ରଶାସକ ଭି.ଭି ଯାଦବଙ୍କ ନାଁରେ ଏତଲା ଦେଲେ ଭୁବନେଶ୍ବର ବାର ଆସୋସିଏସନର ଆଇନଜୀବୀ ଲଲାଟେନ୍ଦୁ ଦାସ । ପ୍ରଶାସନିକ ଅବହେଳା ଏବଂ ଦାୟିତ୍ବହୀନତା ଓ ସଂଖ୍ୟାଧିକ ସେବାୟତଙ୍କ ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗରେ ଆଇନଜୀବୀ କହିଛନ୍ତି । ସେପଟେ ଅସନ୍ତୋଷ ଝାଡ଼ି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଏହି ଘଟଣା ମର୍ମାହତ କରିଛି । ଯେଉଁମାନଙ୍କର ଅଵହେଳା ପାଇଁ ଏପରି ହୋଇଛି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ ମତ ରଖିଛନ୍ତି ।

ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା (ETV Bharat Odisha)

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା:-

ଏହି ଘଟଣା ନେଇ ଆଇନଜୀବୀ ଲଲାଟେନ୍ଦୁ କହିଛନ୍ତି, "ଏହା କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ତେଣୁ ଏଭଳି ଅବହେଳା କାର୍ଯ୍ୟକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଥାନାରେ ଏତଲା ହୋଇଛି । ଘଟଣାକୁ ନେଇ ଖାଲି କମିଟି କରି ରିପୋର୍ଟ ଦେଇଦେଲେ ହେବନି । ଏଭଳି ଘଟଣା କିଭଳି ଆଉ ନହେବ ସେଥିପ୍ରତି ସରକାରଙ୍କୁ ଧ୍ୟାନ ଦେବାର ଆବଶ୍ୟକ ରହିଛି । ତୁରନ୍ତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସଙ୍ଘ ପକ୍ଷରୁ ଦାବି କରାଯାଉଛି ।"

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବା କଥା । କିନ୍ତୁ ସେ ତାହା ନକରି ଦାୟିତ୍ବରେ ଅବହେଳା କରିଛନ୍ତି । ପହଣ୍ଡି ସମୟରେ ଅନେକ ଅନଧିକୃତ ସେବାୟତ ରହିଥିଲେ । ସମନ୍ବୟ ଅଭାବ ରହିବା ସହ ଅଭାବନୀୟ ଘଟଣା ଘଟିଲା । ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ମୁହଁ ମାଡି ପଡିବା ଇତିହାସରେ ପ୍ରଥମ । ଏଭଳି ଘଟଣା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଧର୍ମୀୟ ଭାବନାକୁ କୁଠାରଘାତ କରିଛି । ଏହା ମହାପ୍ରଭୁଙ୍କ ଲୀଳା ନୁହେଁ। ମନୁଷ୍ୟକୃତ ଦାୟୀତ୍ବହୀନତା । ତେଣୁ ଦୋଷୀ ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଆଇନଜୀବୀ ।

ପହଣ୍ଡି ବିଜେ ଅଘଟଣରେ ଭର୍ତ୍ତୃହରି ଓ ପ୍ରସାଦ ହରିଚନ୍ଦନଙ୍କ ପ୍ରତିକ୍ରିୟା (ETV Bharat Odisha)

କଣ କହିଲେ କଟକ ସାଂସଦ ତଥା ଵିଜେପି ନେତା ଭର୍ତ୍ତୃହରି ?

ଘଟଣା ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି କଟକ ସାଂସଦ ତଥା ଵିଜେପି ନେତା ଭର୍ତ୍ତୃହରି ମହତାବ । ଆଜି କଟକ ମହାନଗର ନିଗମର ଏକ କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, "ଏଭଳି ଅଘଟଣ ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ । ଏହି ଘଟଣାର ତଦନ୍ତ ହୋଇ, ଯେଉଁମାନଙ୍କର ଅଵହେଳା ପାଇଁ ଏଭଳି ଅଘଟଣ ଘଟିଗଲା ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଵା ଆଵଶ୍ୟକ । ରଥ ଉପରେ ଆଵଶ୍ୟକତାଠାରୁ ଅଧିକ ଲୋକ କାହିଁକି ଥିଲେ ସେ ନେଇ ମଧ୍ୟ ଅନୁଧ୍ୟାନ କରାଯିଵା କଥା ।" ସେପଟେ ଵିରୋଧୀ ଦଳ ନେତା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଵା ସମ୍ପର୍କରେ ପ୍ରତିକ୍ରିୟା ରଖି ଭର୍ତ୍ତୃହରି କହିଛନ୍ତି ଯେ ରାଜନୀତି ପାଇଁ କେହି କିଛି କରୁଥାଇ ପାରନ୍ତି କିନ୍ତୁ ଘଟଣାଟିକୁ ଗମ୍ଭୀରତାର ସହ ଵିଚାର କରାଯିବାର ଆଵଶ୍ୟକତା ରହିଛି ।

ଅସନ୍ତୋଷ ଝାଡ଼ିଲେ ପ୍ରସାଦ ହରିଚନ୍ଦନ:-

ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହତ କରିବା ସହ ଅତ୍ୟନ୍ତ ପୀଡା ଦେଇଛି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଆଜି ଏକ ସାମ୍ବାଦିକ ସମିଳନୀରେ ପ୍ରସାଦ କହିଛନ୍ତି, "ଏଭଳି ପାପ ପାଇଁ ସାରା ଓଡ଼ିଶା ପଶ୍ଚାତାପ ଆତ୍ମ ଶୁଦ୍ଧି କରିବାର ଆବଶ୍ୟକତା ରହିଛି । ଶ୍ରୀଜିଉ ଶ୍ରୀମନ୍ଦିରକୁ ବାହୁଡ଼ିବା ପୂର୍ବରୁ ଅର୍ଥାତ 14 ତାରିଖରେ ନବମୀର ସଂଧ୍ୟା ଦର୍ଶନ ପୂର୍ବରୁ ଆମେ ସମସ୍ତେ ଗୋଟିଏ ଓଳି ଉପବାସ କରିବା । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ବିଚାର କରିବାକୁ ମୁଁ ଅନୁରୋଧ କରୁଛି ।"

ଏହା ବି ପଢନ୍ତୁ- କାହିଁକି ଘଟିଗଲା ଏତେବଡ ଅଘଟଣ ? ମୁଣ୍ଡରୁ ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି

ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସେ କହିଛନ୍ତି, "1805 ମସିହା ସହ 1978 ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା । 1807ରେ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଜର୍ଜ ୱେବ ରିପୋର୍ଟ ପ୍ରକାଶିତ ହୋଇଥିଲା । ରତ୍ନ ଅଳଙ୍କାର ସହ ସମସ୍ତ ତାଲିକା ସହ ସମସ୍ତ ତଥ୍ୟ ଦିଆଯାଇଥିଲା । ସରକାର ପୂର୍ବ କମିଟିକୁ ଭାଙ୍ଗି ଏବେ 12 ଜଣିଆ କମିଟି ଗଠନ କରିଛନ୍ତି । 6 ତାରିଖରେ କମିଟିର ବୈଠକ ବସିଥିଲା । ବୈଠକ ପରେ କୁହାଗଲା ରତ୍ନ ଭଣ୍ଡାର ଚାବି ଅଛି । ରେକର୍ଡ ରୁମରୁ ଚାବି ମିଳିଛି । ନିୟମ ଅନୁଯାୟୀ ଚାବି ଟ୍ରେଜେରିରେ ରହିବା କଥା କିନ୍ତୁ ରେକର୍ଡ ରୁମକୁ ଚାବି ଗଲା କେମିତି ତାର ଉତ୍ତର ସରକାର ଦେବେ କି ? ତେଣୁ ଯେଉଁ ଚାବି ମିଳିଛି ତାହା ଅସଲ ଚାବି କି ନାହିଁ ତାହା ସ୍ପଷ୍ଟ କରନ୍ତୁ ସରକାର । ଯଦି ଜଗମୋହନ ମରାମତି ହେଲା ତେବେ କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ମରାମତି ହେଉନାହିଁ।"

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.