ETV Bharat / state

ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ ବୟାନ, କହିଲେ- ମୋତେ କିଛି କୁହାଯାଉନି - Shankaracharya on Ratna Bhandar

Puri Shankaracharya on Ratna Bhandar: ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କେବେ ଖୋଲିବ ରତ୍ନଭଣ୍ଡାର ? ଏମିତିରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଆଜି ବଡ଼ ବୟାନ ଦେଇଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ । ଏହି ପ୍ରସଙ୍ଗରେ ତାଙ୍କୁ କେହି କିଛି ପଚାରୁନଥିବା କ୍ଷୋଭର ସହ କହିଲେ । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Jul 6, 2024, 2:21 PM IST

ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ ବୟାନ, କହିଲେ- ମୋତେ କିଛି କୁହାଯାଉନି
ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ ବୟାନ, କହିଲେ- ମୋତେ କିଛି କୁହାଯାଉନି (ETV Bharat Odisha)

ପୁରୀ: ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ହେଲେ ଇତିମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରିନି । ଏହି ପରିପ୍ରେକ୍ଷୀରେ ଆଜି ନୂଆ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ବସିଛି । ଏହାରି ମଧ୍ୟରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ବଡ ବୟାନ ଦେଇଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ଏହି ପ୍ରସଙ୍ଗରେ ତାଙ୍କୁ କେହି କିଛି ପଚାରି ନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

କାଲି (ରବିବାର) ରଥଯାତ୍ରା ଥିବାରୁ ଆଜି ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ । ୪ ମାସ ହେବ ସେ ବାହାରେ ଥିଲେ l ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନରେ ସେ କହିଛନ୍ତି, ''ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କରିବା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଅଛି । ହେଲେ ମୋ ଉପସ୍ଥିତିରେ କିଛି ବୈଠକ ହେଉନାହିଁ କିମ୍ବା ମୋତେ କୌଣସି ସୂଚନା ଦିଆଯାଉ ନାହିଁ । ତା'ହେଲେ ମୁଁ କେମିତି ପରାମର୍ଶ ଦେବି । ଜଗନ୍ନାଥ ମନ୍ଦିରକୁ ଧାର୍ମିକ ଏବଂ ଆଧ୍ୟାତ୍ମିକ ମାର୍ଗ ଦର୍ଶନ ପ୍ରାପ୍ତ ହେଉ ବୋଲି ଶାସନ ତନ୍ତ୍ରକୁ ଜ୍ଞାନ ନାହିଁ । ତେଣୁ ରତ୍ନ ଭଣ୍ଡାର ଖୋଲିବା ନେଇ ମୁଁ କିଛି ଜାଣି ନାହିଁ, ମୁଁ କିଛି କହିପାରିବି ନାହିଁ l କାହିଁକି କମିଟି ଗଠନ ହୋଇଛି ମୋତେ କିଛି ଜଣାନାହିଁ l''

ଏହା ମଧ୍ୟ ପଢନ୍ତୁ: ETV Bharat Exclusive: କେଉଁଠି ଅଛି ରତ୍ନ ଭଣ୍ଡାର ଚାବି ଠିକଣା କହିଲେ ଗଜପତି ମହାରାଜା, ଚାରିଦ୍ବାର ଖୋଲିବାକୁ ନେଇ ଦେଲେ ବଡ ବୟାନ - Gajapati Maharaja Exclusive

ଶ୍ରୀମନ୍ଦିର ରତ୍ନଭଣ୍ଡାର ଦୀର୍ଘ ଦିନ ହେଲା ରାଜ୍ୟରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇରହିଛି । ଏବେ ସରକାର ପରିବର୍ତ୍ତନ ପରେ ନୂଆ ବିଜେପି ସରକାର ଏନେଇ ଏକ ନୂଆ ୧୬ ଜଣିଆ ଯାଞ୍ଚ କମିଟି ଗଠନ କରିଛନ୍ତି । ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବୈଠକ ବସିଛି । ଏଥିରେ ରତ୍ନଭଣ୍ଡାର ଖୋଲାଯିବା ନେଇ ବିସ୍ତୃତ ଆଲୋଚନା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.