ETV Bharat / state

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ; ଆଜି ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ - Phuluri Oil Treatment - PHULURI OIL TREATMENT

Phuluri oil treatment for lord Jagannath: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡିଛନ୍ତି ଦାରୁ ଦିଅଁ । ଜ୍ବରରୁ ଉପଶମ ପାଇଁ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ପଢନ୍ତୁ ଶ୍ରୀମନ୍ଦିରର ଏହି ଶତାବ୍ଦୀ ପୁରୁଣା ଫୁଲୁରୀ ତେଲ ନୀତି ସମ୍ପର୍କରେ

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ; ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ
ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ; ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ (ETV Bharat Odisha)
author img

By ETV Bharat Odisha Team

Published : Jun 27, 2024, 2:45 PM IST

Updated : Jun 27, 2024, 4:18 PM IST

ପୁରୀ: ଆଜି ମହାପ୍ରଭୁଙ୍କ ଅଣସରର ପଞ୍ଚମୀ ତିଥି । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ପରମ୍ପରା ଅନୁସାରେ ବହୁବର୍ଷ ଧରି ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ପ୍ରସ୍ତୁତ କରାଯାଇଆସୁଛି । ଘଣାପେଡ଼ା ରାଶିତେଲରେ ବେଣଚେର, ମାଳତୀ, କିଆ, କେତକୀ, ବଉଳଫୁଲ ଭଳି ସ୍ୱତନ୍ତ୍ର ସୁବାସିତ ଫୁଲ ଓ ୮ ପ୍ରକାର ଚେରମୂଳି ପକାଯାଇ ପ୍ରସ୍ତୁତ କରାଯାଇଥାଏ । ଅଣସର ପଞ୍ଚମୀ ତିଥିରେ ଅର୍ଥାତ୍ ଆଜି ଏହାକୁ ମଠ ପକ୍ଷରୁ ଶ୍ରୀମନ୍ଦିର ନିଆଯିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଫୁଲୁରୀ ତେଲ ଲାଗିପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଥାନ୍ତି ।

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ; ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ (ETV Bharat Odisha)

ଅନବସର ସମୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରୁ ଫୁଲୁରୀ ତେଲ ଲାଗି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ବଡ ଓଡିଆ ମଠ ପକ୍ଷରୁ ପ୍ରତିବର୍ଷ ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟିତଳେ ପୋତା ଯାଇଥାଏ । ଦେବସ୍ନାନ ପୂର୍ଣ୍ଣମୀ ଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇ ଅଣସରର ପଞ୍ଚମୀ ଦିନ ତେଲକୁ ଛଣାଯାଏ ଏବଂ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ ।

ବଡ ଓଡିଆ ମଠର ସଦସ୍ୟମାନେ ପ୍ରାୟ ୬ ସେର ଫୁଲୁରୀ ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅପର୍ଣ କରିଥାନ୍ତି । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବା ପରେ ଜୟବିଜୟ ଦ୍ବାର ବନ୍ଦ ହୋଇ ଅଣସର ଦ୍ବାର ଖୋଲାଯାଇ ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ପତି ମହାପାତ୍ର ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଏହାଦ୍ବାରା ମହାପ୍ରଭୁଙ୍କ ଶରୀରର ପୀଡା କମ୍ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳା, କେଉଁ ମଣ୍ଡପରେ ହୁଏ କେଉଁ ନୀତି ? - Rituals of lord jagannath

ସେପଟେ ମହାପ୍ରଭୁ ପ୍ରବଳ ଜ୍ବରରେ ପୀଡିତ ଥିବା ଯୋଗୁଁ ଶ୍ରୀମନ୍ଦିରରେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟ ଘଣ୍ଟା ନିଷିଦ୍ଧ କରାଯାଇଛି । ଅଣସର ଘର ତାଟି ବାହାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ପାଇଁ କ୍ଷୀର, ସର, ଚିନି, କର୍ପୁର, ନୈବେଦ୍ୟ ଲାଗି କରିବା ପରେ ଏହାକୁ ଘରକୁ ଆଣି ସେଥିରେ ପାଣି ମିଶାଇ ଅଣସର ପଣା ପ୍ରସ୍ତୁତ କରିଥାନ୍ତି । ଏ‌ହି ପଣା ମାନବ ପାନ କଲେ ଶରୀର ରୋଗମୁକ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ଗୋଟିଏ ପଟେ ଅସୁସ୍ଥ ଥିବା ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଦଇତାପତି ସେବକମାନେ ସମସ୍ତ ପ୍ରକାର ଚେଷ୍ଟା ଚଳାଇ ଥିବାବେଳେ ଅନ୍ୟପଟେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ବଦଳରେ ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 27, 2024, 4:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.