ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନବଯୌବନ ଦର୍ଶନ, ପରମ୍ପରା ବଦଳାଇ ରାଜା କରିବେ ଛେରାପହଁରା - Rath Yatra In Baripada

author img

By ETV Bharat Odisha Team

Published : Jul 7, 2024, 7:31 PM IST

Rath Yatra 2024: ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବେଶ ଧୁମଧାମରେ ପାଳନ ହେଉଛି ପବିତ୍ର ଘୋଷଯାତ୍ରା । ଚତୁର୍ଦ୍ଧାମୂର୍ତିଙ୍କ ନବଯୌବନ ଦର୍ଶନ କରିବାକୁ ଭକ୍ତଙ୍କ ସମାଗମ ହୋଇଛି । ଅଧିକ ପଢନ୍ତୁ

Rath Yatra 2024
Rath Yatra 2024 (ETV Bharat Odisha)

ରାଇରଙ୍ଗପୁର: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ରଥଯାତ୍ରାକୁ ନେଇ ସହର ଚଳଚଞ୍ଚଳ ହୋଇ ଉଠିଛି । ସ୍ନାନ ପୂର୍ଣ୍ଣିମା ପରେ ଚତୂର୍ଦ୍ଧାମୂର୍ତି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହୋଇ ଗତକାଲି ମଧ୍ୟ ରାତ୍ରରେ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଆଜି ଚତୁର୍ଦ୍ଧାମୂର୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି । ଅଧିବାସ କାର୍ଯ୍ୟ ଶେଷ ହେବା ପରେ ୧୩ଦିନ ଧରି ଅଣସରରେ ଥିବା ଜୀଉ ମାନେ ସୁସ୍ଥ ହେବା ପରେ ନାଟ ମନ୍ଦିରକୁ ବିଜେ କରିଥିଲେ । ନାଗରା ବାଜିବା ପରେ ସିଂହଦ୍ବାର ଖୋଲା ଯାଇ ମନ୍ଦିରର ପରିଚ୍ଛା, ପୁରୋହିତ, ପୂଜକ ଓ ସମସ୍ତ ସେବାୟତ ମାନେ ସିଂହଦ୍ବାର ଓ ଗରୁଡ଼ଙ୍କୁ ପ୍ରଣାମ କରି ମନ୍ଦିରକୁ ପ୍ରବେଶ କରିଥିଲେ ।

Rath Yatra 2024 (ETV Bharat Odisha)

ଜୟା ବିଜୟା ଓ ଗଙ୍ଗା ଯମୁନା କବାଟ ଖୋଲାଯିବା ପରେ ସମସ୍ତେ ଦିଅଁଙ୍କୁ ଦର୍ଶନ କରିଥିଲେ । ଏହାପରେ ଘଣ୍ଟ ଘଣ୍ଟା, ଶଙ୍ଖ, କାହାଳୀ ଓ ବାଦ୍ୟ ସହିତ ଗୋଟି ପହଣ୍ଡିରେ ବଳଭଦ୍ର, ସୁଭଦ୍ରା, ସୁର୍ଦଶନ ଓ ଜଗନ୍ନାଥ ମହାପ୍ରଭୁ କ୍ରମାନ୍ବୟରେ ନାଟ ବା ନେତ୍ର ମଣ୍ଡପକୁ ବିଜେ ହୋଇଥିଲେ । ଏହାପରେ ମନ୍ଦିରର ନୀତି ଅନୁଯାୟୀ ଅଧିବାସ ପୂଜା ନୀତି ସମ୍ପନ୍ନ ହୋଇଥିଲା । ଠାକୁରଙ୍କୁ ଭୋଗଲାଗି ହେବା ପରେ ତିନି ଚିତ୍ରଶିଳ୍ପୀ ମହାପାତ୍ର ସେମାନଙ୍କର ନେତ୍ରନୀତି ସମ୍ପନ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ରଥାରୂଢ ଶ୍ରୀବିଗ୍ରହ; ଆରମ୍ଭ ହେଲା ରଥଟଣା, ଗଡ଼ିଲା ତାଳଧ୍ବଜ ରଥ - Ratha Yatra 2024 Live Updates

ଏଥିପରେ ମନ୍ଦିରର ପରିଚ୍ଛା, ପୁରୋହିତ ଓ ପୂଜକଙ୍କ ଉପସ୍ଥିତିରେ ସେବାୟତ ଗଣ ଶଙ୍ଖ, ଘଣ୍ଟଘଣ୍ଟା ଓ କାହାଳୀ ଧ୍ବନିରେ ନୀତି ତୁଲାଇଥିଲେ । ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ମୁତାବକ ଗତକାଲି ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କୁ ନାଟମଣ୍ଡପରେ ବିଜେ କରାଯାଇଥିଲା । ରାତି ୭ଟା ୫୦ମିନିଟ ସମୟରେ ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମଧ୍ୟ ରାତ୍ର ୧୨ଟା ପର ଠାରୁ ରାତ୍ର ୨ଘଟିକା ଚକାଛଡ଼ା ନୀତି ସମ୍ପନ୍ନ ହୋଇଛି । ଏହା ପରେ ଛେରା ପହଁରା, ପହଣ୍ଡି ବିଜେ ନୀତି, ସିଂହ ଦ୍ଵାର ଫିଟା ନୀତି ସହିତ ନେତ୍ରୋତ୍ସବ ପୂଜା ନୀତି ଆରମ୍ଭ ହୋଇଛି । ଆଜି ସକାଳ ୯ଟା ୩୦ ଠାରୁ ଦିନ ୧୧ଟା ମଧ୍ୟରେ ଅବକାଶ ଓ ନେତ ବନ୍ଧନ ପରେ ଦିନ ସାଢେ ୧୧ଟାରୁ ୧:୩୦ ମଧ୍ୟରେ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ, କଳସ ପ୍ରତିଷ୍ଠା ଓ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି ।

୧:୩୦ ଠାରୁ ୨:୩୦ ପର୍ଯ୍ୟନ୍ତ ପରମ୍ପରା ମୁତାବକ ମାଆ ଅମ୍ବିକାଙ୍କ ଦାସୀ ଆଜ୍ଞାମାଳ ଧରି ରଥ ପ୍ରଦକ୍ଷିଣ କରିଛନ୍ତି । ଦିନ ୨:୩୦ ଠାରୁ ୩:୩୦ ପର୍ଯ୍ୟନ୍ତ ଚକାଛଡା ନୀତି ପରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ଵାରା ସାଢେ ୩ଟା ସମୟରେ ଛେରା ପହଁରା ନୀତି ସଂପନ୍ନ କରିଛନ୍ତି । ଅପରାହ୍ନ ୪ଘଟିକାରୁ ଗୋଟି ପହଣ୍ଡିରେ ଶ୍ରୀଜିଉ ତିନି ରଥ ଉପରେ ରଥାରୂଢ ହୋଇଛନ୍ତି । ରଥାରୂଢ ହେବା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତଙ୍କୁ ତିନି ରଥ ଉପରେ ଶ୍ରୀଜିଉ ଦର୍ଶନ ଦେବେ । ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଦିନ ୨ଟା ୩୦ ମିନିଟ୍‌ରୁ ରଥ ଟଣା ଆରମ୍ଭ ହେବ। ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କାରିଗର ମାନେ ଶେଷ ସ୍ପର୍ଶ ଦେଉଛନ୍ତି ।

୧୫୭୫ ମସିହାରେ ଆରମ୍ଭ ହୋଇଥିବା ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାର ପରମ୍ପରା ବଦଳିବାକୁ ଯାଉଛି । ବହୁ ବର୍ଷ ପରେ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଚଳିତ ବର୍ଷ ରଥରେ ଛେରା ପହଁରା କରିବେ । ଏହା ପୂର୍ବରୁ ମନ୍ଦିର ପରିଛାଙ୍କ ଦ୍ଵାରା ଛେରା ପହଁରା ନୀତିକ୍ରାନ୍ତି ଅନୁଷ୍ଠିତ ହେଉଥିଲା । କିନ୍ତୁ ଚଳିତ ବର୍ଷରୁ ତାହା ପରିବର୍ତ୍ତନ ହେଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.