ETV Bharat / state

ଅଧାରେ ଅଟକିଲେ ତିନି ଠାକୁର, ଆଜି ପୁଣି ରଥଟଣା - Chariot pulling halted in Puri

author img

By ETV Bharat Odisha Team

Published : Jul 7, 2024, 9:22 PM IST

Updated : Jul 8, 2024, 7:11 AM IST

Rath Yatra 2024: ଜନ୍ମବେଦୀକୁ ଯିବାକୁ ବ୍ୟାକୁଳ ଦାରୁବ୍ରହ୍ମ । ସନ୍ଧ୍ୟା ହୋଇଯିବାରୁ ଗତକାଲି ତିନି ଦିଅଁଙ୍କ ରଥ ଅଧାରେ ଅଟକିଥିବା ବେଳେ ଆଜିଠୁ ପୁଣି ଆରମ୍ଭ ହେବ ରଥଟଣା । ଜାଣନ୍ତୁ କେଉଁଠି ଅଟକିଲା କେଉଁ ରଥ ? ଅଧିକ ପଢନ୍ତୁ

CHARIOT PULLING HALTED IN PURI
CHARIOT PULLING HALTED IN PURI (ETV Bharat Odisha)

ପୁରୀ: ଜନ୍ମବେଦି ଅଭିମୁଖେ ଦାରୁବ୍ରହ୍ମ । ଗତକାଲି(ରବିବାର) ସୂର୍ଯ୍ୟାସ୍ତ ହୋଇଯିବାରୁ ଅଧାରେ ଅଟକିଛି ରଥ । ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟକିଛି । ସେପଟେ ସିଂହଦ୍ବାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଛି ନନ୍ଦିଘୋଷ । ତେବେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ତମାମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଅଧାରେ ଅଟକିଲା ତିନି ରଥ
ଅଧାରେ ଅଟକିଲା ତିନି ରଥ (ETV Bharat Odisha)

ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଝଲସିଲା ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଜନସମୁଦ୍ର ପାଲଟିଲା ଶ୍ରୀକ୍ଷେତ୍ର । ଘଣ୍ଟଘଣ୍ଟା, ମୃଦଙ୍ଗ ଆଦି ବାଦ୍ୟ ଓ ହୁଳହୁଳିରେ କମ୍ପିଲା ବଡ଼ଦାଣ୍ଡ । ସଭିଙ୍କ ମୁଖରେ ଆଜି ଦେଖିବାକୁ ମିଳିଲା ଅପୂର୍ବ ଏକ ଆନନ୍ଦ । ସକାଳୁ ସକାଳୁ ସେହି ଅପୂର୍ବ ମୁହୂର୍ତ୍ତର ସାକ୍ଷୀ ହେବା ଲାଗି ବଡ଼ଦାଣ୍ଡରେ ପହଞ୍ଚିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି । ଜଣକ ପରେ ଜଣେ ପହଣ୍ଡିରେ ଆସି ରଥାରୂଢ ହୋଇଥିଲେ ।

53 ବର୍ଷ ପରେ ଅନୁଷ୍ଠିତ ହେଲା ବିରଳ ରଥଯାତ୍ରା:

ଚଳିତ ବର୍ଷ ବିରଳ ରଥଯାତ୍ରା ଅନୁଷ୍ଠିତ ହୋଇଛି । 2 ଦିନ ଧରି ଚାଲିବ ରଥଯାତ୍ରା । ପ୍ରଥମ ଦିନରେ ଅଧାବାଟ ରଥା ଟଣା ହୋଇଥିବା ବେଳେ ଦ୍ୱିତୀୟ ଦିନ ଅର୍ଥାତ୍ ଆଜି ପୁଣି ରଥଟଣା ଆରମ୍ଭ ହେବ । ମହାମହିମ ରାଷ୍ଟ୍ରପତି ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ । ସେହିପରି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିଲେ ।

ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ମହାମହିମ ରାଷ୍ଟ୍ରପତି
ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ମହାମହିମ ରାଷ୍ଟ୍ରପତି (@rashtrapatibhvn)

ରଥଟଣା ବେଳେ ଅଘଟଣ:

ପ୍ରଥମ ଦିନରେ ରଥଟଣା ବେଳେ ଘଟିଥିଲା ଅଘଟଣ । ଅଣନିଶ୍ବାସୀ ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରଦ୍ଧାଳୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ସୂଚନା ଅନୁଯାୟୀ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥଟଣା ବେଳେ ହଠାତ ଠେଲାପେଲା ସ୍ଥିତି ଉପୁଜିଥିଲା । ଫଳରେ ଅନେକ ଲୋକ ତଳେ ପଡିଯାଇଥିଲେ । ଜଣେ ବ୍ୟକ୍ତି ଅଣନିଶ୍ବାସୀ ହୋଇ ପଡ଼ିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତିଙ୍କ ବୟସ 50ରୁ ଅଧିକ ହେବ । ତାଙ୍କର ପରିଚୟ ଜଣାପଡିନାହିଁ ।

ରଥ ଟାଣିଲେ ରାଷ୍ଟ୍ରପତି:

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ମହାମହିମ ରାଷ୍ଟ୍ରପତି ପୁରୀ ଗସ୍ତରେ ଅଛନ୍ତି । ମହାମହିମ ମହାପ୍ରଭୁଙ୍କ ପରମ ଭକ୍ତ । ସେଥିପାଇଁ ତ କାଳିଆ ଠାକୁରର ଟିକିଏ ଦର୍ଶନ ପାଇଁ ଦିଲ୍ଲୀରୁ ପୁରୀ ଧାଇଁ ଆସିଛନ୍ତି । ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟାଣିଛନ୍ତି ରାଷ୍ଟ୍ରପତି । ପ୍ରଥମେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ବସି ରଥଯାତ୍ରା ଦେଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପଢନ୍ତୁ ଅନ୍ୟ କିଛି ଖବର

ବଡ଼ଦାଣ୍ଡରେ ଭିନ୍ନ ଦୃଶ୍ୟ; କାଳିଆ ଦୂଆରେ ସମସ୍ତେ ଏକାକାର, ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ ଧର୍ମେନ୍ଦ୍ର

ରଥଟଣା ବେଳେ ଅଘଟଣ; ଅଣନିଶ୍ବାସୀ ହୋଇ ଜଣେ ଭକ୍ତ ମୃତ, ବଡଦାଣ୍ଡରେ ଦଳାଚକଟା ସ୍ଥିତି !

ଚାଲିଥିଲା ରଥଟଣା: ପହଞ୍ଚିଲା ଆମ୍ବୁଲାନ୍ସ, ଆଉ ତା' ପରେ...

ବଡ଼ଦାଣ୍ଡରେ ରଥ ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2024, 7:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.