ETV Bharat / state

ଆଡ଼ପ ପହଣ୍ଡିରେ କାହିଁକି ଘଟିଲା ଅଘଟଣ ? କାରଣ କହିଲେ ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ - Badagrahi on Adapa Pahandi mishap

author img

By ETV Bharat Odisha Team

Published : Jul 13, 2024, 5:28 PM IST

Balabhadra Chief Badagrahi On Adapa Pahandi Mishap: ରଥଯାତ୍ରାରେ ଆଡ଼ପ ପହଣ୍ଡିରେ ବଡ଼ ଅଘଟଣ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ବଡ଼ ଠାକୁର କୋପ କଲେ ? କେଉଁଠି ହେଲା ଭୁଲ୍‌ ? ଆଖି ଯାହା ଦେଖିନଥିଲା ତାହା ଘଟିଲା । କାହିଁକି ଏପରି ଅଘଟଣ ଘଟିଲା ? ଏମିତି ଅନେକ ପ୍ରଶ୍ନ ଭିତରେ ଅଘଟଣର ପ୍ରକୃତ କାରଣ କହିଲେ ବଡ଼ ଠାକୁର ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ । ଅଧିକ ପଢନ୍ତୁ

Adapa Pahandi Mishap
Adapa Pahandi Mishap (ETV Bharat Odisha)

ପୁରୀ: ପ୍ରଭୁ ବଳଭଦ୍ର ରଥ ଉପରୁ ପଡ଼ିଯିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସେବାୟତ ମହଲରୁ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆସିଛି ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ରଙ୍କ ପ୍ରତିକ୍ରିୟା । ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ହୋଇଥିବା ସେ ଖୁଲାସା କରିଛନ୍ତି । ଭୋକ ଉପାସରେ ଶ୍ରୀଜିଉଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଯାଇଛି ବୋଲି ସେ କହିବା ସହ ଶ୍ରୀମନ୍ଦିର ପରିଚାଳନା କମିଟିର ମନୋମୁଖୀ କାର୍ଯ୍ୟକୁ ମଧ୍ୟ ସେ ଦାୟୀ କରିଛନ୍ତି ।

ଆଡ଼ପ ପହଣ୍ଡିରେ କାହିଁକି ଘଟିଲା ଅଘଟଣ ? କାରଣ କହିଲେ ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ (ETV Bharat Odisha)

ନୀତିନିୟମ ଉଲ୍ଲଙ୍ଘନ: ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର, "ରଥଯାତ୍ରାରେ ମହାପ୍ରଭୁଙ୍କ ସବୁ ନୀତି ନିୟମ ଓ ପରମ୍ପରାକୁ ଉଲ୍ଲଙ୍ଘନ କରାଯାଇଛି । ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କରାଯାଇଛି । ଅଣସର ଘରେ ସେନାପଟା ଲାଗି କରାଯାଇଛି । ରଥକୁ ଆଜ୍ଞାମାଳ ବିଜେ ବିଧିକୁ ଉଲ୍ଲଙ୍ଘନ କରାଯାଇଛି । ଭୋକ ଉପାସରେ ଶ୍ରୀଜିଉଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଯାଇଛି । ପ୍ରତିପଦ ପରିବର୍ତ୍ତେ ଦ୍ବିତୀୟାରେ ହୋଇଛି ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ।"

ବଡ଼ ଠାକୁରଙ୍କ ପହଣ୍ଡି ସମୟର ଦୃଶ୍ୟ
ବଡ଼ ଠାକୁରଙ୍କ ପହଣ୍ଡି ସମୟର ଦୃଶ୍ୟ (@SJTA_Puri)

ଶ୍ରୀମନ୍ଦିର ପରିଚାଳନା କମିଟିକୁ ଦେଲେ ଦୋଷ: ସେହିପରି ପ୍ରଭୁ ବଳଭଦ୍ର ରଥ ଚାରମାଳ ଉପରେ ପଡ଼ିଯିବା ଘଟଣାରେ ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଦୋଷ ଦେଇଛନ୍ତି ପ୍ରଭୁ ବଳଭଦ୍ରଙ୍କ ଵାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି, "ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ମନୋମୁଖୀ କାର୍ଯ୍ୟ ପାଇଁ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡିରେ ବିଭ୍ରାଟ ଘଟିଲା । ପହଣ୍ଡିରେ ସଂପୃକ୍ତ ନଥିବା ସେବକଙ୍କ ଉପସ୍ଥିତ ଯୋଗୁଁ ଆଡ଼ପ ପହଣ୍ଡିରେ ଏହି ଅଘଟଣ ଘଟିଲା । ରଥ ଉପରେ ଯେଉଁ ସେବାୟତଙ୍କ ପହଣ୍ଡିରେ ସଂପୃକ୍ତି ନଥିଲା ସେମାନେ କାହିଁକି ସେଠାରେ ଉପସ୍ଥିତ ଥିଲେ ସେ ନେଇ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉ ।"

ଚଳିତ ବର୍ଷ ରଥଯାତ୍ରାରେ ଶରଧାବାଲିରେ ତିନି ରଥ
ଚଳିତ ବର୍ଷ ରଥଯାତ୍ରାରେ ଶରଧାବାଲିରେ ତିନି ରଥ (@SJTA_Puri)

ଏହା ବି ପଢନ୍ତୁ- ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ: ରଥରେ ମୋବାଇଲ ମନା, ନୀତି ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଅନେକ ନୀତି ହେଲାନି: ସେ ଆହୁରି କହିଛନ୍ତି, "ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ ଆଷାଢ଼ ଅମାବାସ୍ୟା ଓ ପ୍ରତିପଦ ତିଥିରେ ଶ୍ରୀଜିଉଙ୍କ ନବ ଯୌବନ ବେଶ ଓ ନେତ୍ରୋତ୍ସବ ହେବ । ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ତେବେ ଏହି ପରମ୍ପରା ବିଧି ଅନୁଯାୟୀ ଦଇତାପତି ସେବକମାନେ ପ୍ରତିପଦ ତିଥିରେ ନବ ଯୌବନ ଓ ନେତ୍ରୋତ୍ସବ ଦର୍ଶନ କରିବା କଥା । ଯେହେତୁ ଚଳିତ ବର୍ଷ 15ଦିନ ପରିବର୍ତ୍ତେ 13 ଦିନ ଅଣସର ପଡ଼ୁଛି ସେହି ଅନୁସାରେ ପ୍ରତିବାଦ ତିଥି ପୂର୍ବରୁ ଅଣସର ନୀତି ସରିବା କଥା । ଏହାମଧ୍ୟ ଦଇତାପତିଙ୍କ ଦ୍ଵାରା ହୋଇପାରିଥାନ୍ତା । କିନ୍ତୁ ଏହା କରାଗଲାନି । ସବୁ ବିଧି ପରମ୍ପରାକୁ ଭାଙ୍ଗି ଚଳିତ ବର୍ଷ ଗୋଟିଏ ଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା ସହ ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ କରାଗଲା । ଏହା ଭିତରେ ଅନେକ ନୀତି କରାଗଲା ନାହିଁ।"

'ଭୋକ ଉପାସରେ ଠାକୁରଙ୍କ ପହଣ୍ଡି'

ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢ଼ିବା ପରେ ସକାଳ ଧୂପରେ ଖେଚୁଡି ଭୋଗ ଖାଇ ଠାକୁର ପହଣ୍ଡିରେ ବାହାରିଥାନ୍ତେ । କିନ୍ତୁ, ଚଳିତବର୍ଷ ଅଣସର ଘରର ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ନିୟମ ବାହାରେ ନେତ୍ରୋତ୍ସବ ଓ ନବଯୌବନ ବେଶ ପୂର୍ବରୁ ଅଣସର ଘରେ ବାହୁଟ କଣ୍ଟ, ସେନାପଟା ଲାଗି ହୋଇଥିଲା । ଠାକୁରଙ୍କ ନବଯୌବନ ବେଶ ହେବା ପରେ ରଥ ଆଣିବାକୁ ଆଜ୍ଞାମାଳ ବିଜେ ହୋଇଥାଏ । କିନ୍ତୁ ଠାକୁର ନବଯୌବନ ବେଶ ନହେବା ପୂର୍ବରୁ ପଟିଦିଅଁଙ୍କଠାରୁ ରଥକୁ ଆଜ୍ଞାମାଳ ବିଜେ କରାଗଲା । ଠାକୁରଙ୍କ ପାଖରୁ ଘଣ୍ଟା ଛତା ବାଜି ରଥ ଆଜ୍ଞାମାଳ ଯିବା କଥା । କିନ୍ତୁ ଅଣସର ନୀତି ଚାଲିଥିବାରୁ ଘଣ୍ଟଛତା ବାରଣ ଥିଲା । ତେଣୁ ବିନା ଘଣ୍ଟଛତାରେ ଆଜ୍ଞାମାଳ ବିଜେ କରାଗଲା । ନବଯୌବନ ବେଶର ଦୈନନ୍ଦିନ ନୀତିକୁ ସକାଳଧୂପ ଖେଚେଡ଼ି ଭୋଗ ଠାରୁ ବନ୍ଦ କରି ଦିଆଗଲା । ଏହାପରେ ରଥ ପ୍ରତିଷ୍ଠା କରାଗଲା । କିନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରାର ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତିକୁ କାଟି ଦିଆଯାଇ ମହାପ୍ରଭୁଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ କରାଗଲାନି । ନବଯୌବନ ବେଶ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ଅନେକ ନୀତିକୁ କାଟି ଦିଆଗଲା । ପାଲଟା ବସ୍ତ୍ର ପିନ୍ଧି ଭୋକ ଉପାସରେ ଠାକୁରଙ୍କୁ ଜୋର ଜବରଦସ୍ତ ରଥକୁ ପହଣ୍ଡି କରି ଅଣାଗଲା । ଯାହାର ପରିଣାମ ଶ୍ରୀଗୁଣ୍ଡିଚା ଯାତ୍ରା ଦିନଠାରୁ ଦେଖିବାକୁ ମିଳିଲା ।

'10 ବର୍ଷ ପାଇଁ ନିଯୁକ୍ତ ହୁଅନ୍ତୁ ପ୍ରଶାସକ'

ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ କରିବାକୁ ହେଲେ ଯେଉଁ ପ୍ରଶାସକ ଆସୁଛନ୍ତି ସେ 10ବର୍ଷ ପାଇଁ ନିଯୁକ୍ତ ହୁଅନ୍ତୁ । ଏହା ଫଳରେ ସେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରୀମନ୍ଦିର ପରମ୍ପରା, ବିଧି ଜାଣି ଉପଯୁକ୍ତ ପଦକ୍ଷେପ ନେଇପାରିବେ । ସ୍ଵଳ୍ପ ସମୟ ପାଇଁ ମୁଖ୍ୟ ପ୍ରଶାସକ ନିଯୁକ୍ତ ହେଉଥିବାରୁ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହୋଇପାରୁନାହିଁ ବୋଲି ପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ କହିଛନ୍ତି । ତେବେ ଆଗାମୀ ବାହୁଡ଼ା ଯାତ୍ରା, ନିଳାଦ୍ରୀ ବିଜେ ପହଣ୍ଡି ଶୃଙ୍ଖଳିତ କରିବା ପାଇଁ ପହଣ୍ଡିରେ ସଂପୃକ୍ତ ଥିବା ସେବାୟତଙ୍କୁ ପ୍ରଶାସନ ପାସ୍‌ ଦେଇ ରଥ ଉପରକୁ ଯିବାକୁ ବ୍ୟବସ୍ଥା କରାଯିବା ଉଚିତ ବୋଲି ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.