ETV Bharat / state

ବାହୁଡ଼ା ଯାତ୍ରା ସଜବାଜ; ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ, ମାଉସୀ ମା’ଙ୍କ ପୋଡ ପିଠା ପ୍ରସ୍ତୁତି ଆରମ୍ଭ - Chariots Dakshina Moda Rituals

author img

By ETV Bharat Odisha Team

Published : Jul 12, 2024, 7:48 AM IST

Dakshina Moda rituals of three Chariots: ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ । ନାଚଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ବିଜେ କରିବେ । ଶରଧାବାଲିରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ ହୋଇରହିବେ ତିନି ରଥ । ଅଧିକ ପଢନ୍ତୁ

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ
ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ (ETV Bharat Odisha)

ପୁରୀ: ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନି ରଥ ଆଜି ଦକ୍ଷିଣ ମୋଡ଼ ନେବେ । ନାଚଚଣା ଦ୍ବାର ଆଗରେ ଶରଧାବାଲିରେ ରଥ ତ୍ରୟ ବିଜେ କରିବେ । ଏଥିପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଛି । ସେବାୟତ ଏବଂ ପୋଲିସଙ୍କ ସହଯୋଗରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ଏହାପୂର୍ବରୁ ଗତକାଲି (ଗୁରୁବାର) ରଥଗୁଡିକର ସ୍ଥିତି ଯାଞ୍ଚ କରାଯାଇଛି । କାଲି ପୂର୍ବାହ୍ନରେ ମୁଖ୍ୟ ବିଶ୍ବକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଓ ରଥ ଯାଞ୍ଚ କମିଟିଙ୍କ ତତ୍ତ୍ବାବଧାନରେ ରଥର ସ୍ଥିତି ଅନୁଧ୍ୟାନ କରାଯାଇଛି । ଏପଟେ ମାଉସୀ ମା’ଙ୍କ ମନ୍ଦିରରେ ପୋଡ ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ବାହୁଡା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡପିଠା ଖାଇବେ । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।

ରଥଯାତ୍ରା ଦିନଠୁ ତିନି ରଥ ଶ୍ରୀଗୁଣ୍ଡିଚ ମନ୍ଦିର ଆଗରେ ଉତ୍ତର ମୁହାଁ ହୋଇ ରହିଥିଲେ । ଆଜି ତିନି ରଥକୁ ଦକ୍ଷିଣ ମୋଡ କରାଯାଇ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ କରି ରଖାଯିବ । ପରମ୍ପରା ଅନୁସାରେ, ପ୍ରଥମ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ଦକ୍ଷିଣ ମୋଡ ପାଇଁ ଶରଧାବାଲିକୁ ନିଆଯିବ । ଏହାପଛକୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ । ପୂର୍ବାହ୍ନ ୧୨ଟା ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ଏହି ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହେବ । ଶରଧାବାଲିରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ ହୋଇରହିବେ ତିନି ରଥ ।

ଏହା ମଧ୍ୟ ପଢନ୍ତୁ: ଖୋଲିବ ରତ୍ନଭଣ୍ଡାର: ଯାଞ୍ଚ କମିଟିର ସୁପାରିଶରେ ବାଜିଲା ମୋହର, ସମ୍ପତ୍ତିର ପୂର୍ବ ତାଲିକା ମାଗିଲା କଂଗ୍ରେସ - Ratna Bhandar To Reopen

ଏହା ମଧ୍ୟ ପଢନ୍ତୁ: ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ; ଖସିପଡ଼ିଲେ ବଡ଼ ଠାକୁର, ଅନେକ ଆହତ - Lord Balabhadra slipped

ଆସନ୍ତା ୧୫ ତାରିଖ (ଆସନ୍ତା ସୋମବାର) ଦିନ ମହାପ୍ରଭୁଙ୍କ ବାହୁଡ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବଡଠାକୁର ବଳଭଦ୍ରଙ୍କ ଆଡପ ମଣ୍ଡପ ବିଜେ ବେଳେ ଯେଉଁଭଳି ଅଘଟଣ ଘଟିଲା, ତାହାର ଯେପରି ପୁନରାବୃତ୍ତି ନ ହୁଏ ସେନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ବାହୁଡା ଯାତ୍ରା ଏବଂ ଅନ୍ୟ ସମସ୍ତ ନୀତିକାନ୍ତିଗୁଡିକୁ ସୁରୁଖୁରୁରେ ସମାପନ ପାଇଁ ମୋହନ ସରକାର ତତ୍ପର ରହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.