ETV Bharat / state

ବାଣ ଟ୍ରାଜେଡିର ତଦନ୍ତ ଆରମ୍ଭ, ବାଣ ପାଇଁ ଅନୁମତି ନଥିବା ନେଇ ସ୍ପଷ୍ଟ କଲେ ଏସପି - Police Investigates Puri Explosion

author img

By ETV Bharat Odisha Team

Published : May 30, 2024, 9:12 PM IST

Police Investigation On Fire Crackers Explosion: ପୁରୀ ବାଣ ବିସ୍ଫୋରଣରେ ପୋଲିସ ଆରମ୍ଭ କରିଛି ତଦନ୍ତ । ଗତକାଲି ଭଉଁରୀ ତିଥିରେ ବାଣ ଫୁଟାଇବା ନେଇ କୌଣସି ଅନୁମତି ଦିଆଯାଇନାହିଁ ବୋଲି କହିଛି ପୋଲିସ । ଅଧିକ ପଢନ୍ତୁ

Police Investigation On Fire Crackers Explosion
Police Investigation On Fire Crackers Explosion (ETV Bharat Odisha)

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ଭକ୍ତଙ୍କ ମୃତାହତ ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । ଘଟଣା କେମିତି ଘଟିଲା, କିଏ ବାଣ ଫୁଟାଇଥିଲା, ଏହା ପଛରେ କାହାର ଅବହେଳା ରହିଛି ସେହି ଉପରେ ତଦନ୍ତ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଗତକାଲି ବାଣ ଫୁଟାଇବା ନେଇ କୌଣସି ଅନୁମତି ପ୍ରଶାସନ ପକ୍ଷରୁ ଦିଆଯାଇନଥିଲା । ଲୋକ ମାନେ ତାଙ୍କର କିଛି ପରମ୍ପରା ଅନୁଯାୟୀ ବାଣ ଫୁଟାଇଥାଆନ୍ତି । ତେବେ ଗତକାଲି ଦୁର୍ଭାଗ୍ୟବଶତଃ ବାଣ ଫୁଟିବା ପରେ ଏହାର ନିଆଁ ଅନ୍ୟ ବାଣରେ ଲାଗିଯିବା ପରେ ଭୟଙ୍କର ସ୍ଥିତି ଉପୁଜିଥିଲା । ସେଠାରେ ଉପସ୍ଥିତ ଥିବା 27 ଜଣଙ୍କ ଦେହରେ ନିଆଁ ଲାଗି ଭକ୍ତ ପୋଡ଼ିହୋଇ ଯାଇଥିଲେ ।

ପୋଡ଼ି ହୋଇ ଯାଇଥିବା ଭକ୍ତଙ୍କ ମଧ୍ୟରୁ ଅନେକ ଗୁରୁତର ରହିଛନ୍ତି । କଟକ, ଭୁବନେଶ୍ବରରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ କିଭଳି ଭଲ ଚିକିତ୍ସା ସେବା ମିଳି ପାରିବ ସେ ନେଇ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି । ତେବେ ଏହି ଘଟଣାକୁ ନିଜେ ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରୁଛନ୍ତି । ଯାହା ଆବଶ୍ୟକ ଥିବା ସବୁ ସହାୟତା ଯୋଗାଇ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ସେପଟେ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ପ୍ରାଥମିକ ତଥ୍ୟ ମଧ୍ୟ ହସ୍ତଗତ ହୋଇଛି । ଯିଏ ଏହି ବେଆଇନ କାର୍ଯ୍ୟ କରିଛି ତାଙ୍କ ବିରୋଧରେ କଠୋର ଦଣ୍ଡ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ... ଚନ୍ଦନ ଯାତ୍ରା ଦୁର୍ଘଟଣା; ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ତଦନ୍ତ କରିବେ SRC, ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା - CM Naveen Meets Injured

ପୁରୀ କୁମ୍ଭାରପଡ଼ା ଥାନାରେ ବାଣ ବିସ୍ଫୋରଣ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ଭଉଁରୀ ତିଥିରେ ବାଣ ଫୁଟାଇବା ନେଇ ପୁରୀ ପୋଲିସ୍ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଆତସବାଜି ପ୍ରଦର୍ଶନୀ ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ । କିଛି ସ୍ଥାନୀୟ ଯୁବକ ମେଳି ହୋଇ ଖୁସିରେ ବାଣ ଫୁଟାଇବା ପାଇଁ ଏକାଠି ହୋଇଥିଲେ । ତେବେ ଅସାବଧାନତା ଯୋଗୁ ବାଣ ବିସ୍ଫୋରଣ ହୋଇ ୩ ଜଣଙ୍କର ଜୀବନ ଯିବା ସହ 27ରୁ ଅଧିକ ଆହତ ଥିଲେ । ତେବେ ଆଗାମୀ ଦିନରେ ଗହଳି ଭିତରେ ଯେଭଳି ବାଣ ନ ଫୁଟିବା ସେ ନେଇ କଡ଼ାକଡ଼ି କରାଯିବ ବୋଲି ପୁରୀ ଏସପି ସୁଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.