ETV Bharat / state

ନିଦ ହଜାଇଥିଲେ ମୂର୍ତ୍ତି ଚୋରି ଗ୍ୟାଙ୍ଗ, ବାନ୍ଧିଲା ପୋଲିସ - ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ

Statue Theft Gang Arrested: ପୁରୀ ପୋଲିସର ନିଦ ହଜାଇ ଦେଇଥିଲେ ମୂର୍ତ୍ତି ଚୋରି ଗ୍ୟାଙ୍ଗ । ପୁରୀ ଜିଲ୍ଲା ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରର ମୁକ୍ତେଶ୍ଵର ମନ୍ଦିର ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ 3 ଗିରଫ । ଅଧିକ ପଢ଼ନ୍ତୁ

ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ
ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ
author img

By ETV Bharat Odisha Team

Published : Feb 19, 2024, 10:10 PM IST

ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ

ପୁରୀ: ପୋଲିସର ନିଦ ହଜାଇ ଦେଇଥିବା ଏକ ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ । ପୁରୀ ଜିଲ୍ଲା ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରର ମୁକ୍ତେଶ୍ଵର ମନ୍ଦିର ଲୁଟ ଘଟଣାରେ 5 ଜଣ ସମ୍ପୃକ୍ତ ଥିବାବେଳେ ମୁଖ୍ୟ ଅଭିଯୁକ୍ତ ରଞ୍ଜନ କୁମାର ପ୍ରଧାନ ଓ ଚୋରି ସାମଗ୍ରୀ କିଣିଥିବା 2 ଜଣ ବ୍ୟକ୍ତିଙ୍କୁ ସୋମବାର ଗିରଫ କରିଛି ପୋଲିସ । ସେହିପରି ଏହି ମୂର୍ତ୍ତି ଚୋରି ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ 2 ଜଣ ଅଭିଯୁକ୍ତ ପୂର୍ବରୁ ଅନ୍ୟ ମାମଲାରେ ଗିରଫ ହୋଇ ସାରିଛନ୍ତି । ଅଭିଯୁକ୍ତମାନଙ୍କଠାରୁ ଚୋରି ହୋଇଥିବା ମୂଲ୍ୟବାନ ମୂର୍ତ୍ତି ସହ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ । ଏନେଇ ପୁରୀ ଏସ୍‌ପି ପିନାକ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଗତ ୧୨ ତାରିଖ ରାତିରେ ମୁଖ୍ୟ ଅଭିଯୁକ୍ତ ରଞ୍ଜନ କୁମାର ପ୍ରଧାନ ତା'ର ଦୁଇ ସହଯୋଗୀ ବିକାଶ ବେହେରା ଏବଂ ଶୁଶୀଲ ପ୍ରଧାନ ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରର ମୁକ୍ତେଶ୍ଵର ମନ୍ଦିରରୁ ମୂଲ୍ୟବାନ ଶିବ ପାର୍ବତୀ ମୂର୍ତ୍ତି ସହ ଠାକୁରଙ୍କ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ । ପରେ ଏହାକୁ ପୁରୀ ସଦର ବାଲିପୁଟ ଅଞ୍ଚଳର ଗୁଣମଣି ପ୍ରଧାନ ଏବଂ ଜିତେନ୍ଦ୍ର କାହଳଙ୍କୁ ବିକ୍ରି କରିଦେଇଥିଲେ । ପୋଲିସ ଏହି ଚୋରି ଘଟଣାର ତଦନ୍ତ କରୁଥିବାବେଳେ ମୁଖ୍ୟ ଅଭିଯୁକ୍ତ ରଞ୍ଜନର ଦୁଇ ସହଯୋଗୀଙ୍କୁ ଅନ୍ୟ ଏକ ମାମଲାରେ ପୋଲିସ ଗିରଫ କରିଥିଲା । ପରେ ଏକ ବିଶେଷ ସୂତ୍ରରୁ ଖବର ପାଇ ସିଟି ଡିଏସ୍‌ପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଚଢାଉ କରି ଅଭିଯୁକ୍ତମାନଙ୍କୁ ଧରିଥିଲେ ।

ଅଭିଯୁକ୍ତଙ୍କ ଠାରୁ ଶିବ ପାର୍ବତୀ ମୂର୍ତ୍ତି ସହ ସୁନା ରୂପା ଅଳଙ୍କାର ଜବତ ହୋଇଥିଲା । ତେବେ ଏହି ଗ୍ୟାଙ୍ଗକୁ ପୋଲିସ ରିମାଣ୍ଡରେ ଅଧିକ ପଚରାଉଚରା କରିବ ବୋଲି କହିଛନ୍ତି ଏସ୍‌ପି । ସେହିପରି ମନ୍ଦିରରୁ ଚୋରି ରୋକିବା ପାଇଁ ସମସ୍ତ ଧର୍ମାନୁଷ୍ଠାନର କମିଟିମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯିବ । ଧର୍ମାନୁଷ୍ଠାନ ଗୁଡ଼ିକରେ ଏକାଧିକ ସିସିଟିଭି କ୍ୟାମେରା ଲଗାଯିବା ସହ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯିବ । ଏହାଦ୍ବାରା ଧର୍ମାନୁଷ୍ଠାନ ଗୁଡ଼ିକରୁ ଚୋରି ରୋକି ହେବ ବୋଲି ଏସ୍‌ପି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସାଇବାବା ମନ୍ଦିରରୁ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି

ପ୍ରକାଶ ଥାଉ, ଗତ 2023 ମସିହାରେ ପୁରୀ ଜିଲ୍ଲାରେ ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ ହୋଇଥଲା । ଅନେକ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଥଲା । ହେଲେ ଚୋରଙ୍କ ଟେର୍‌ ପାଇପାରିନଥିଲା ପୁରୀ ପୋଲିସ । ଯାହାକୁ ନେଇ ପୋଲିସ ସେତେବେଳେ ବେଶ ସମାଲୋଚନାର ଶିକାର ମଧ୍ୟ ହୋଇଥଲା । ତେବେ ଏବେ ଧରାପଡ଼ିଥିବା ମୂର୍ତ୍ତି ଚୋରଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ । ପୂର୍ବରୁ ମନ୍ଦିର ଚୋରି ଘଟଣାରେ ଏମାନେ ସାମିଲ ଥିଲେ କି ନାହିଁ, ପୋଲିସ୍ ତଦନ୍ତ କରିବ ବୋଲି ଏସ୍‌ପି ପିନାକ ମିଶ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.