ETV Bharat / state

ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାର ପର୍ଦ୍ଦାଫାସ, ଧାର୍ ଟଙ୍କା ହିଁ ପ୍ରମୁଖ କାରଣ - Murder Accuse Arrested - MURDER ACCUSE ARRESTED

Puri Crime: ଅଶାନ୍ତ ପୁରୀ ସହର ଆକ୍ସନ ମୋଡରେ ପୋଲିସ । ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାର ପର୍ଦ୍ଦଫାସ । ଅଧିକ ପଢନ୍ତୁ

ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାର ପର୍ଦ୍ଦାଫାସ, ଧାର୍ ଟଙ୍କା ହିଁ ପ୍ରମୁଖ କାରଣ

author img

By ETV Bharat Odisha Team

Published : Apr 5, 2024, 7:45 AM IST

ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାର ପର୍ଦ୍ଦାଫାସ, ଧାର୍ ଟଙ୍କା ହିଁ ପ୍ରମୁଖ କାରଣ

ପୁରୀ: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ନେଇ ଉଦବେଗ ପ୍ରକାଶ ପରେ ଆକ୍ସନ ମୋଡରେ ପୋଲିସ । ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାର ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ପୁରୀ ସହର ଅଶାନ୍ତ ହୋଇ ପଡ଼ିଥିବାବେଳେ ଗୋଟିଏ ଦିନରେ ଜଣେ ଯୁବକକୁ ନିର୍ମମ ହତ୍ୟା ଓ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରି ବୋମାମାଡ଼ ହୋଇଥିଲା । ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ଯାହାକୁ ଗୁରୁତର ସହ ନେଇ ଉଭୟ ହତ୍ୟାକାଣ୍ଡ ଓ ବୋମାମାଡ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନରେ ପୁରୀ ଏସପି ସୂଚନା ଦେଇଛନ୍ତି ।

ସାମାନ୍ୟ କଥାକୁ କେନ୍ଦ୍ର କରି ହୋଟେଲ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀ ଚକ୍ରତୀର୍ଥ ରୋଡରେ ହୋଟେଲ କର୍ମଚାରୀ ବିକ୍ରମ କେଶରୀ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ମୋବାଇଲ ଚୋରିକୁ କେନ୍ଦ୍ର କରି ୨ ଜଣ ଅଭିଯୁକ୍ତ ବିକ୍ରମ କେଶରୀକୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ ବୋଲି ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁରର ସନ୍ତୋଷ କୁମାର ନାୟକ ଓ ଚକ୍ରତୀର୍ଥ ରୋଡର ବିଶ୍ବଜିତ କୁମାର ରଥ । ଅଭିଯୁକ୍ତଙ୍କ ଠାରୁ ପୋଲିସ ଗୋଟିଏ କଟୁରୀ, ମୋବାଇଲ ଫୋନ ଓ ବାଇକ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ,ବିକ୍ରମ କେଶରୀଙ୍କୁ ୬ ଶହ ଟଙ୍କା ଆବଶ୍ୟକ ଥିବାବେଳେ ସେ ନିଜ ମୋବାଇଲ ଫୋନ ଅଭିଯୁକ୍ତଙ୍କୁ ଦେଇ ୬ ଶହ ଟଙ୍କା ଆଣିଥିଲେ । ହେଲେ ଅଭିଯୁକ୍ତମାନେ ବିକ୍ରମର ମୋବାଇଲ ଫୋନକୁ ଅନ୍ୟତ୍ର ବିକ୍ରି କରିଦେଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ବିକ୍ରମ ସେମାନଙ୍କୁ ୬ ଶହ ଟଙ୍କା ଫେରସ୍ତ କରି ଫୋନ ମାଗିବାରୁ ଏହାକୁ ନେଇ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ରରୂପ ନେଇଥିଲା ଦୁଇ ଅଭିଯୁକ୍ତ ସନ୍ତୋଷ ଓ ବିଶ୍ବଜିତ ପ୍ରଥମେ ପଥରରେ ଓ ପରେ କଟୁରୀରେ ଅତିବୀଭତ୍ସ ଭାବେ ବିକ୍ରମ କେଶରୀକୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି ।

ଏହା ମଧ୍ୟ ପଢନ୍ତୁ..... ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ୍, ଚାଲିଗଲା ଯୁବକଙ୍କ ଜୀବନ - Drain Death

ସେପଟେ ଜଣେ ଆଇନଜୀବୀଙ୍କୁ ବୋମାମାଡ ଘଟଣାରେ ଏସପି କହିଛନ୍ତି, "ଧାର ଟଙ୍କା ମାଗିବା ନେଇ କୋର୍ଟରେ ମାମଲା ରୁଜୁ କରିଥିବାରୁ ବରିଷ୍ଠ ଆଇନଜୀବୀଙ୍କ ଉପରକୁ ହୋଇଥିଲା ବୋମାମାଡ । ବୁଧବାର ପୁରୀ ଗୋପାଳପୁର ଛକରେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁଙ୍କ ଉପରକୁ ବୋମାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବୋମାମାଡ ଘଟଣାରେ ପେଣ୍ଠକଟା ମେରାଇନ ଥାନା ପୋଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ଅଭିଯୁକ୍ତ ହେଉଛନ୍ତି ଗୋପାଳପୁରର ଅର୍ଜୁନ ମହାରଣା ଓ ବାସୁଦେବ ମହାରଣା ।"

ଏସପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ବାସୁଦେବ ମହାରଣା କିଛି ବର୍ଷ ତଳେ ସୁବାଷଙ୍କଠାରୁ ୧ ଲକ୍ଷ ଟଙ୍କା ଧାର ନେଇଥିବାବେଳେ ଏହା ବଦଳରେ ଏକ ଚେକ୍ ସୁବାଷଙ୍କୁ ଦେଇଥିଲା । ସେହି ଚେକଟି ବାଉନ୍ସ ହୋଇଯିବାରୁ ସୁବାଷ କୋର୍ଟଙ୍କ ଆଶ୍ରୟ ନେଇ ଚେକ୍ ବାଉନ୍ସ ମାମଲା ରୁଜୁ କରିଥିଲେ । ଏହାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ତେବେ ଗତ ବୁଧବାର ସୁବାଷ ସାଇକେଲ ଯୋଗେ କୋର୍ଟ ଯାଉଥିବାବେଳେ ଅଭିଯୁକ୍ତ ଦୁଇ ଭାଇ ଅର୍ଜୁନ ଓ ବାସୁଦେବ ଗୋପାଳପୁର ଛକରେ ତାଙ୍କ ଉପରକୁ ବୋମାମାଡ କରିଥିଲେ । ଫଳରେ ସୁବାଷଙ୍କ ହାତରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.