ETV Bharat / state

ରତ୍ନଭଣ୍ଡାର ଯାଞ୍ଚ ଶେଷ, ବାହାରିଲେ ଟିମ୍‌ - Ratna Bhandar Inspection

author img

By ETV Bharat Odisha Team

Published : Sep 18, 2024, 10:20 AM IST

Updated : 22 hours ago

Ratna Bhandar Inspection: ରତ୍ନଭଣ୍ଡାର ପ୍ରାରମ୍ଭିକ ଯାଞ୍ଚ ଶେଷ । ରତ୍ନଭଣ୍ଡାରରୁ ବାହାରିଲେ ଏଏସଆଇ ଓ ବୈଷୟିକ ଟିମ୍‌ । ନିରୀକ୍ଷଣ ପ୍ରକ୍ରିୟା ପାଇଁ ଶ୍ରୀଜିଉଙ୍କ ନୀତିକାନ୍ତି ପାଇଁ ବିଶେଷ ନୀତି ନିର୍ଘଣ୍ଟ ହୋଇଥିଲା ।

RATNA BHANDAR INSPECTION
RATNA BHANDAR INSPECTION (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଶେଷ । ରତ୍ନଭଣ୍ଡାରରୁ ବାହାରିଲେ ଏଏସଆଇ ଓ ବୈଷୟିକ ଟିମ୍‌ । ଯାଞ୍ଚ କରି ବାହାରିଲେ ୨୬ ଜଣିଆ ଟିମ୍‌ । ଏଏସଆଇ ଏଡିଜିଙ୍କ ନେତୃତ୍ବରେ ଶେଷ ହେଲା ଯାଞ୍ଚ । ଏଏସଆଇ ପକ୍ଷରୁ କରାଗଲା ଲେଜର ସ୍କାନିଂ । ରତ୍ନଭଣ୍ଡାରରେ ଆଉ କିଛି ଅଛି କି ନାହିଁ ଏହାର ତଦାରଖ କଲେ ଟିମ୍‌ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଷ୍ଟିସ ବିଶ୍ବନାଥ ରଥ ।

ପ୍ରାରମ୍ଭିକ ଯାଞ୍ଚ କାର୍ଯ୍ୟ ହେବ:

ଏଏସଆଇ ଓଡିଶାର ଅଧିକ୍ଷକ ଡି.ବି. ଗଡ଼ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏଏସଆଇ ଟିମ୍ ପକ୍ଷରୁ ପ୍ରାରମ୍ଭିକ ଯାଞ୍ଚ କାର୍ଯ୍ୟ ହେବ । ଆଜି ରତ୍ନଭଣ୍ଡାରର ଲେଜର୍ ସ୍କାନିଂ କରାଯିବ । ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କାର୍ଯ୍ୟ ଅନୁଷ୍ଠିତ ହେବ । ପ୍ରାରମ୍ଭିକ ଯାଞ୍ଚ ପରେ ଜଣାପଡ଼ିବ ଲେଜର ସ୍କାନିଂ କିଭଳି କରାଯିବ, କେଉଁ ପ୍ରକାର ମେସିନରେ ଏହି କାର୍ଯ୍ୟ ହୋଇ ପାରିବ । ଏଏସଆଇ ଏଡିଜି କନ୍‌ଜରଭେସନ, ଡାଇରେକ୍ଟର କନ୍‌ଜରଭେସନ, ରିଜିଓନାଲ ଡାଇରେକ୍ଟର ବରିଷ୍ଠ ବୈଜ୍ଞାନିକ ଅଛନ୍ତି । ପ୍ରାରମ୍ଭିକ ଯାଞ୍ଚ ପରେ ଯାହା କିଛି ତଥ୍ୟ ମିଳିବ ସେ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟ ଆଗେଇବ ।"

Ratna Bhandar Inspection
Ratna Bhandar Inspection (SJTA)
କ'ଣ କହୁଛନ୍ତି ଜଗନ୍ନାଥପ୍ରେମୀ :

ସେପଟେ ଜଗନ୍ନାଥପ୍ରେମୀ ଦେବ ପ୍ରଧାନ ପ୍ରତିକ୍ରିୟା ଦେଇ କହିଛନ୍ତି, "ରତ୍ନଭଣ୍ଡାର ମରାମତି, ରତ୍ନଭଣ୍ଡାର ଯାଞ୍ଚ ସହିତ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ କିଭଳି ସୁରୁଖୁରୁରେ ହୋଇ ପାରିବ ଭକ୍ତ ତାହା ଅପେକ୍ଷାରେ ଅଛନ୍ତି । ରତ୍ନଭଣ୍ଡାରର ଯାଞ୍ଚ ଠିକରେ କରାଯାଉ । କେଉଁଠି ଅସୁବିଧା ଅଛି ତାକୁ ଚିହ୍ନଟ କରାଯାଇ ମରାମତି କରାଯାଉ । ପୂର୍ବରୁ ରାଜା ମହାରାଜାମାନେ ଅନେକ ଧନରତ୍ନ ଆଣି ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ । ତାହା ରତ୍ନଭଣ୍ଡାରରେ ଗୁପ୍ତ କୋଠରୀରେ ଥାଇପାରେ ବୋଲି ଜଗନ୍ନାଥ୍ ପ୍ରେମୀ ସନ୍ଦେହ କରୁଛନ୍ତି । ଏଏସଆଇ ତାହାର ସଠିକ୍ ଯାଞ୍ଚ କରିବା ଉଚିତ । ରାଜ୍ୟ ସରକାର ମଧ୍ୟ ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ଅଛିକି ନାହିଁ ତାହା ସ୍ପଷ୍ଟ କରିବା ଉଚିତ୍ । ଅସୁରକ୍ଷିତ ଥିବା ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ।"

Ratna Bhandar Inspection
Ratna Bhandar Inspection (SJTA)

ସାଧାରଣ ଦର୍ଶନ ବନ୍ଦ:

SOP ଅନୁସାରେ, ଆଜି ଭୋର 2ଟା 50 ମିନିଟରେ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ନିଜେ ମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିଥିଲେ । ଆଜିର ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶୀ ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ନିରୀକ୍ଷଣରେ କିଏ ହେବେ ସାମିଲ ?
ଆଜିର ନିରୀକ୍ଷଣରେ ASI ଏବଂ ଶ୍ରୀମନ୍ଦିର ପ୍ରଶାସନର 26 ଜଣିଆ ମିଳିତ ଟିମ୍ ସାମିଲ ହେବେ । ଏଥିସହିତ ରତ୍ନଭଣ୍ଡାର ମଧ୍ୟରେ ବୈଜ୍ଞାନିକ ସର୍ବେକ୍ଷଣ କରିବାକୁ ବିଭିନ୍ନ ଯନ୍ତ୍ରପାତି ନେବାକୁ ASIକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମତଃ ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ସକାଶେ ବ୍ୟବହାର କରାଯିବ, ଏହା କୌଣସି ମିଡିଆ କିମ୍ବା ସୋସିଆଲ ମିଡିଆରେ ପ୍ରସାରିତ ହେବ ନାହିଁ । ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ୟବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତ ରଖାଯାଇଛି ।

ଏହା ବି ପଢନ୍ତୁ...୧୮ରେ ରତ୍ନଭଣ୍ଡାର ଯାଞ୍ଚ, ଶ୍ରୀମନ୍ଦିର ପ୍ରଶାସନକୁ ASIର ସୂଚନା - ASI to Inspect Ratnabhandar

ଏହା ବି ପଢନ୍ତୁ...ଶେଷ ହେଲା ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର, ଓଡ଼ିଶାବାସୀ ଘରେ ଦୀପ ଜାଳିବା ପାଇଁ କାହିଁକି କହିଲେ ଜଷ୍ଟିସ ବିଶ୍ୱନାଥ ରଥ - RatnaBhandar Empty Containers

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବଡ ଖବର; ଏହି ଦିନ ଖାଲି ଆଲମିରା-ସିନ୍ଦୁକ ସ୍ଥାନାନ୍ତରଣ, ବନ୍ଦ ରହିବ ଜଗା ଦର୍ଶନ - Ratna Bhandar articles to transfer

ଏହା ବି ପଢନ୍ତୁ...ଅଳଙ୍କାର ସ୍ଥାନାନ୍ତର ପରେ ବି ଯାଞ୍ଚ ହେଉନି ଶ୍ରୀମନ୍ଦିର ରତ୍ନଭଣ୍ଡାର; ମହାପ୍ରଭୁଙ୍କ କାର୍ଯ୍ୟରେ ବିଳମ୍ବ, ସାଧାରଣରେ ତୀବ୍ର ଅସନ୍ତୋଷ - Ratna Bhandar Ornaments Counting

ଶୀଘ୍ର ମରାମତି ପାଇଁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ:
ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା । ଏହାଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏଏସଆଇକୁ ଅନୁରୋଧ କରାଯାଇଥିଲା । ପୂର୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏଏସଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : 22 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.