ETV Bharat / state

ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଥିବା ମିଛ କହିଥିଲେ ତତ୍କାଳୀନ ଜିଲ୍ଲାପାଳ ! ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବି; ଥାନାରେ ଏତଲା - Duplicate key of Ratna Bhandar

author img

By ETV Bharat Odisha Team

Published : Jul 16, 2024, 9:39 PM IST

Duplicate key of Ratna Bhandar: ପୂର୍ବତନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ନାଁରେ ଏତଲା । ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଥିବା କହିଥିଲେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ହେଲେ ଏହି ଚାବିରେ ରତ୍ନଭଣ୍ଡାର ଖୋଲିନଥିବାରୁ ଅରବିନ୍ଦ ଅଗ୍ରୱାଲଙ୍କ ଗିରଫ ଦାବି କରିଛି ପୁରୀର ଜଗନ୍ନାଥ ସେନା । ତତ୍କାଳୀନ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

Duplicate key of Ratna Bhandar
Duplicate key of Ratna Bhandar (ETV Bharat Odisha)

ପୁରୀ: ପୂର୍ବତନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଡ଼ୁଆ ବଢିଲା । 2018 ମସିହାରେ ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବିରେ ପୁରୀ ସିଂହଦ୍ଵାର ଥାନାରେ ଦିଆଯାଇଛି ଏତଲା । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ମିଳିବା ନେଇ ସେ ମିଛ କଥା କହିଥିବାରୁ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବି କରିଛି ପୁରୀର ଜଗନ୍ନାଥ ସେନା । ଏନେଇ ସଂଗଠନ ପକ୍ଷରୁ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କ ନାଁରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଅନ୍ୟପଟେ ତତ୍କାଳୀନ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ଦାବି କରିଛନ୍ତି ।

'ଦେଶଦ୍ରୋହ ମାମଲା ରୁଜୁ ହେଉ':-

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଯେଉଁ ଡୁପ୍ଲିକେଟ୍ ଚାବି ଥିବା କଥା କହିଥିଲେ, ତାହା ମିଛ ପ୍ରମାଣିତ ହୋଇଛି । ସେହି ଚାବିରେ ଭିତର ରତ୍ନଭଣ୍ଡାର ତାଲା ଖୋଲିଲା ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଇଥିବା କମିଟି ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗିଲେ । କେବଳ ସେତିକି ନୁହେଁ, ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ତିନୋଟି ତାଲାରୁ କେବଳ ଗୋଟିଏ ତାଲା ସିଲ୍ ଥିଲା । ଅନ୍ୟ ତାଲା ସିଲ୍ ନଥିଲା । ଏଣୁ ରତ୍ନଭଣ୍ଡାରରୁ ରତ୍ନ ଲୁଟ୍‌ ହୋଇଥିବା ଜଗନ୍ନାଥ ସେନା ଯେଉଁ ଅଭିଯୋଗ କରିଆସିଛି, ତାହା ସତ୍ୟ । ତେଣୁ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ କରାଯାଇ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ । ସେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଥିବା କଥା କାହିଁକି ମିଛରେ କହିଲେ ? କାହା ସ୍ବାର୍ଥରେ କହିଲେ ? କାହାକୁ ସେ ସୁରକ୍ଷା ଦେଇଥିଲେ ? ସେସବୁର ତଦନ୍ତ ହେଉ । ସେହିପରି କୋଟି କୋଟି ଭକ୍ତଙ୍କୁ ତତ୍କାଳୀନ ଜିଲ୍ଲାପାଳ ମିଛ କହିଥିବାରୁ ତାଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହେଉ । ସମଗ୍ର ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ବିଜେପି ସରକାର କହିଛି ।" ତେଣୁ ଏହାର ତଦନ୍ତ ନହେଲେ ପୂର୍ବ ବିଜେଡି ସରକାର ଅବସ୍ଥା ବିଜେପି ଭୋଗିବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି ।

'ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ':-

ଶ୍ରୀମନ୍ଦିର ରତ୍ନଭଣ୍ଡାର ଡୁପ୍ଲିକେଟ୍‌ ଚାବି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହି ଜଗନ୍ନାଥ ସ୍ବାଇଁ ମହାପାତ୍ର । ଡୁପ୍ଲିକେଟ ଚାବି ସମ୍ପୂର୍ଣ୍ଣ ମିଛ ଓ ମୂଳ ଚାବିକୁ ହଜେଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର । ଭିତର ରତ୍ନଭଣ୍ଡାରର ତିନୋଟି ତାଲା ମଧ୍ୟରୁ ଦୁଇଟି ସିଲ ନଥିବାରୁ ରତ୍ନଭଣ୍ଡାରରେ କୌଣସି ଏପଟସେପଟ ହୋଇଥିବା ଆଶଙ୍କା କରିଛନ୍ତି ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହି । ଅନ୍ୟପଟେ ମହାପ୍ରଭୁଙ୍କ ବହୁଦୁର୍ଲଭ ରଘୁନାଥ ବେଶ ଅନୁଷ୍ଠିତ କରିବା ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହି ଜଗନ୍ନାଥ ସ୍ବାଇଁ ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ଏହିଦିନ ପୁଣି ଖୋଲିବ ଭିତର ରତ୍ନଭଣ୍ଡାର; ଧାର୍ଯ୍ୟ ହେଲା ଶୁଭବେଳା, କେମିତି ହେବ ଗଣତି-ମଣତି କହିଲେ କମିଟି ଅଧ୍ୟକ୍ଷ - Ratna Bhandar to Reopen

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.