ETV Bharat / state

ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ, ୧୫୦୦ରୁ ଅଧିକ ଭୋଟର ହେଲେ ହେବ ଅତିରିକ୍ତ ବୁଥ ବ୍ୟବସ୍ଥା - Election Preparation in Puri

Puri Administration Election preparation: ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି । ଏନେଇ ସର୍କିଟ ହାଉସ ଠାରେ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିଷଦ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସ୍‌ପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ

author img

By ETV Bharat Odisha Team

Published : Mar 19, 2024, 10:54 PM IST

ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ

ପୁରୀ: ଚଳିତ ଥର ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସ୍‌ପି ପିନାକ ମିଶ୍ର । ସର୍କିଟ ହାଉସ ଠାରେ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିଷଦ ସୂଚନା ଦେଇ ଉଭୟ ଜିଲ୍ଲାପାଳ ଓ ଏସ୍‌ପି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶିକା ଆଧାରରେ ନିର୍ବାଚନ ପରିଚାଳିତ ହେଉଥିବାରୁ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସମସ୍ତ ରାଜନୈତିକ ହୋଡିଂ, ପୋଷ୍ଟର, ବ୍ୟାନର ଇତ୍ୟାଦିକୁ ଅପସାରଣ ଚାଲିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ଟି ଲେଖାଏଁ ଫ୍ଲାଇଙ୍ଗ ସ୍କ୍ବାଡ୍‌ କାର୍ଯ୍ୟ କରିବେ । ବିଗତ ନିର୍ବାଚନର ତଥ୍ୟ ଆଧାରରେ କାକଟପୁର ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଅତିରିକ୍ତ ଗୋଟିଏ ଲେଖାଏଁ ଏହିଭଳି ଜିଲ୍ଲାରେ ମୋଟ ୨୦ଟି ଫ୍ଲାଇଂ ସ୍କ୍ବାଡ୍‌ ନିର୍ବାଚନ ଘୋଷଣା ହେବାଠାରୁ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବୁଥରେ ଶତକଡା ୯୦ ଭାଗରୁ ଅଧିକ ମତଦାନ, ୧୦ ଭାଗରୁ କମ ମତଦାନ, କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ୭୫ ଭାଗରୁ ଅଧିକ ମତଦାନ ହୋଇଥିବ, ପୁନଃ ମତଦାନ ହୋଇଥିବ, ପୂର୍ବ ନିର୍ବାଚନରେ ବୁଥରେ ଗଣ୍ଡଗୋଳ ହୋଇଥିବ କିମ୍ବା ଅନୁପସ୍ଥିତ, ମୃତ, ସ୍ଥାନାନ୍ତର ଭୋଟରଙ୍କ ସଂଖ୍ୟା ଅଧିକ ହୋଇଥିବ, ତେବେ ତାହାକୁ କ୍ରିଟିକାଲ ବୁଥ ଭାବେ ଚିହ୍ନଟ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ସହ ପୋଲିସ ବାହିନୀ କାର୍ଯ୍ୟ କରୁଛି । ନିର୍ବାଚନରେ ସ୍ବଚ୍ଛତା ପାଇଁ ଶତକଡା ୬୦ ଭାଗ ବୁଥରେ ୱେବ୍‌କାଷ୍ଟିଂ, ଅନ୍ୟ ବୁଥରେ ମାଇକ୍ରୋ ଅବଜର୍ଭର ଓ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ବିଭିନ୍ନ ଅଭିଯୋଗ ପାଇଁ ସି-ଭିଜିଲ ଆପ୍‌ ଓ ନିୟନ୍ତ୍ରଣ କକ୍ଷ ୧୯୫୦ କାର୍ଯ୍ୟ କରୁଛି ବୋଲି ଜିଲ୍ଲାପାଳ ଓ ଏସ୍‌ପି ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...2024 ନିର୍ବାଚନୀ ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ

ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ବୁଥରେ ସର୍ବାଧିକ ୧୫୦୦ ଭୋଟର ରହିବାର ବ୍ୟବସ୍ଥା ରହିଛି । ତେଣୁ ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ୩୫ ନମ୍ବର ବୁଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାୟାବର, ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୪୧ ନମ୍ବର ମାର୍କଣ୍ଡେଶ୍ବର ସାହି ବାଳିକା ଉଚ୍ଚ ବିଦ୍ୟାଳୟ, ୭୫ ନମ୍ବର ସିଦ୍ଧ ମହାବୀର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ, ୯୧ ସରକାରୀ ଆଇଟିଆଇ ପୁରୀ, ୧୪୩ ବେଟ୍ରିକ୍ସ ବିଦ୍ୟାଳୟ ଓ ୧୦୮ ବ୍ରହ୍ମଗିରିର ୪୦ ନମ୍ବର ବୁଥ ଗୋମୁଣ୍ଡିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୧୫୦୦ରୁ ଅଧିକ ଭୋଟର ରହିଥିବାରୁ ସେଠାରେ ଗୋଟିଏ ଲେଖାଏଁ ଅତିରିକ୍ତ ବୁଥ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝି, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.