ETV Bharat / state

ତେଜିଲା ବାଲେଶ୍ୱରକୁ ମହାନଗର ନିଗମ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର - ବାଲେଶ୍ୱରକୁ ମହାନଗର ନିଗମ ଦାବି

Demand For Municipal Corporation To Balasore: ଯଥାଶୀଘ୍ର ବାଲେଶ୍ୱରକୁ ମହାନଗର ନିଗମ ଘୋଷଣା ପାଇଁ ଦାବି କଲା ଭଏସ ଅଫ ବାଲେଶ୍ୱର ସଂଗଠନ । ନଚେତ ଆଗାମୀ ଦିନରେ ତୀବ୍ର ଅନ୍ଦୋଳର ଚେତାବନୀ ଦେଲା ସଂଗଠନ । ଅଧିକ ପଢନ୍ତୁ

ତେଜିଲା ବାଲେଶ୍ୱରକୁ ମହାନଗର ନିଗମ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

author img

By ETV Bharat Odisha Team

Published : Mar 4, 2024, 9:18 PM IST

ତେଜିଲା ବାଲେଶ୍ୱରକୁ ମହାନଗର ନିଗମ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

ବାଲେଶ୍ୱର: ଜୋର ଧରିଲା ବାଲେଶ୍ୱରକୁ ମହାନଗର ନିଗମ ଘୋଷଣା ଦାବି । ଏନେଇ ଆଜି (ସୋମବାର)ଦିନ ଭଏସ ଅଫ ବାଲେଶ୍ୱର ପକ୍ଷରୁ ପ୍ରତିବାଦ କରାଯାଇଛି । ସଂଗଠନ ପକ୍ଷରୁ ସହରରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ଦିନ ହେବ ବାଲେଶ୍ୱକୁ ମହାନଗର ନିଗମ ଘୋଷଣା କରିବା ପାଇଁ ଦାବି ହେଉଥିବା ବେଳେ ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଆଜି ଭଏସ ଅଫ ବାଲେଶ୍ୱର ପକ୍ଷରୁ ସହରର ପୋଲିସ ଲାଇନ ଛକ ନିକଟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ପରେ ଜିଲ୍ଲାପାଳଙ୍କୁ ଦାବି ଜଣାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ସଂଗଠନର ସଭାପତି ଅରିଜିତ ଘୋଶାଲଙ୍କ ଆହ୍ୱାନ କ୍ରମେ ନବ ନିଯୁକ୍ତ ଯୁବ ଶାଖା ନଗର ସଭାପତି ଶୁଭମ ସାଇ ମହାପାତ୍ରଙ୍କ ଏହି ପ୍ରତିବାଦ ଆୟୋଜନ କଯାଇଥିଲା । ବହୁ ପୂର୍ବରୁ ମହାନଗର ନିଗମର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଆଦ୍ୟାବଧି ଘୋଷଣା ନହେବା ଦୁର୍ଭାଗ୍ୟର ବିଷୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ନିକଟରେ ରାଜ୍ୟ ସରକାର ୩୫ଟି ନୂତନ NAC ଓ ୫ଗୋଟି ନୂତନ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି । ବାଲେଶ୍ୱର ମ୍ୟୁନିସିପାଲିଟିର ସୀମା ୫୦ ବର୍ଷ ଧରି ଅପରିବର୍ତ୍ତିତ ରହିଛି । ହେଲେଏବେ ସହରର ସୀମା ବହୁ ଅଞ୍ଚଳକୁ ବ୍ୟାପି ଯାଇଛି । କଲେଜ, ୟୁନିଭର୍ସିଟି ତଥା ଶିଳ୍ପାଞ୍ଚଳ ସବୁ ସହରାଞ୍ଚଳ ସଂଜ୍ଞା ଭିତରେ ଥିଲେ ବି ବାଲେଶ୍ୱର ସହର ସରକାରୀ ସ୍ତରରେ କାୟାବିସ୍ତାର କରି ପାରିନାହିଁ ।ଫଳରେ ଏବେ ବି ବାଲେଶ୍ୱରକୁ ଏକ ପୋୖରାଞ୍ଚଳ ଭାବେ ଗଣା ଯାଉଛି । ସହର ତଥା ସହର ସଂଲଗ୍ନ ଅଞ୍ଚଳଗୁଡିକରେ ଜନସଂଖ୍ୟା ବୃଦ୍ଧି ସତ୍ୱେ ବାଲେଶ୍ୱର ସହର ମହାନଗର ନିଗମ ଭାବେ ପରିଗଣିତ ହୋଇନାହିଁ । ମହାନଗର ନିଗମ ହେବା ପାଇଁ ସମସ୍ତ ଆବଶ୍ୟକୀୟ ମାନଦାଣ୍ଡ ଥିବାବେଳେ ସରକାର ଏହାକୁ ଘୋଷଣା ନ କରିବା ଏକ ବିଡମ୍ବନାର ବିଷୟ । ଏଥିପାଇଁ ରାଜ୍ୟ ସରକାର ଏ ଦିଗରେ ସକରାତ୍ମକ ମନୋଭାବ ପୋଷଣ କରିବାର ଆବଶ୍ୟକ ରହିଛି ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ .......ଏନଏସି ଦାବିରେ ୧୨ ଘଣ୍ଟିଆ ଲାଠୋର ବନ୍ଦ

'ଭଏସ୍ ଅଫ୍ ବାଲେଶ୍ୱର' ଦୀର୍ଘଦିନ ଧରି ମହାନଗର ନିଗମ ଘୋଷଣା ଦାବି କରି ଆସୁଥିବା ବେଳେ ଆଜି ପୁନର୍ବାର ଏହାକୁ ଦୋହରାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଅରିଜିତ ଘୋଷାଲ, ସୁଶାନ୍ତ ସାହୁ, ସୁଶୀଲ ଜେନା, ଅଜୟ ବେହେରା, ଅଭିଜିତ ବିଶ୍ୱାଳ, ମହେଶ ସେଠୀ, ରିମା ଯୋସେଫ, ଜଗନ୍ନାଥ ବେହେରା ସମେତ ବହୁ ସାଧାରଣ ଜନତା ସାମିଲ ହୋଇଥିଲ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.