ETV Bharat / state

ଓଡ଼ିଶାରେ ମୌସୁମୀ ସକ୍ରିୟ; ବିଭିନ୍ନ ଅଞ୍ଚଳରେ ବଢିବ ବର୍ଷାର ପରିମାଣ, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ - Monsoon In Odisha

author img

By ETV Bharat Odisha Team

Published : Jun 22, 2024, 6:43 PM IST

Monsoon In Odisha: ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା । ଅଧିକ ପଢ଼ନ୍ତୁ,

Monsoon In Odisha
Monsoon In Odisha (ETV Bharat Odisha)

ଭୁନେଶ୍ବର: ରାଜ୍ୟରେ ଆସନ୍ତା ୫ ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏହିକ୍ରମରେ ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ବେଳେ ଗଜପତି, ଗଞ୍ଜାମ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ । ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ତେବେ ୨୫ରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ବିଶେଷ କରି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହାସହ ଏବେ ଗରମ ଓ ଗୁଳୁଗୁଳିରୁ ସାମୟିକ ଅସ୍ବସ୍ତି ମିଳିଥିବା ବେଳେ ଆଗାମୀ ଦିନରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ତାପମାତ୍ରା ୨ରୁ ତିନି ଡିଗ୍ରୀ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Monsoon In Odisha (ETV Bharat Odisha)

ଆସନ୍ତା ୨୬ ତାରିଖରେ ଅନେକ ସ୍ଥାନରେ ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ୨୬ ରୁ ୨୭ ତାରିଖରେ ବିଶେଷ କରି ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ଓ ୨୯ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମୌସୁମୀ ଛୁଇଁଥିବା ବେଳେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱରର କେତେକ ଅଂଶକୁ ଛୁଇନାହିଁ ମୌସୁମୀ । ପାଗ ଅନୁକୂଳ ଥିବା ବେଳେ ଆଗାମୀ ଦିନରେ ୩ରୁ ୪ ଦିନ ମଧ୍ୟରେ ଏହିସବୁ ଜିଲ୍ଲାକୁ ମୌସୁମୀ ଅଗ୍ରସର ହେବ ବୋଲି କହିଛି ପାଣିପାଗ । ସେହପରି ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି ଘୂର୍ଣ୍ଣିବଳୟ ସମ୍ଭାବନା । ଫଳରେ ଦକ୍ଷିଣ ପଶ୍ଚିମ ଦିଗରୁ ଉପକୂଳ ଓଡ଼ିଶା ଆଡ଼କୁ ପବନ ପ୍ରବାହିତ ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶାକୁ ଦକ୍ଷିଣ ପୂର୍ବ ଦିଗରୁ ପବନ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହା ମଧ୍ୟ ପଢ଼ନ୍ତୁ.... 24 ଜିଲ୍ଲାକୁ ଛୁଇଁଲା ମୌସୁମୀ, ଆଗାମୀ 3ଦିନ ଭିଜିବ ଓଡ଼ିଶା - Monsoon Arrives In Odisha

ଆସନ୍ତା ୨୬ରୁ ବର୍ଷାର ପରିମାଣ ବଢିବା ପରେ ନିଅଣ୍ଟିଆ ବର୍ଷା ଭରଣ ହୋଇପାରିବ ବୋଲି ବିଭାଗ ଆକଳନ କରିଛି । ସେପଟେ ୫ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଅତି ଉତ୍କଟ ରହିଥିବା ବେଳେ ୧୭ ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ମାତ୍ର ୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ପୁରୀରେ ସର୍ବାଧିକ ସ୍ଵାଭାବିକ ଠାରୁ ୭୧ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ, ମୟୂରଭଞ୍ଜରେ ୬୮ ପ୍ରତିଶତ କମ, ବାଲେଶ୍ଵରରେ ୬୩ ପ୍ରତିଶତ କମ ବର୍ଷା ହୋଇଛି । ବଲାଙ୍ଗିରରେ ୬୧ ପ୍ରତିଶତ କମ ଓ କାନ୍ଦୁଝରରେ ୬୦ ପ୍ରତିଶତରୁ କମ ବର୍ଷା ରେକର୍ଡ ହୋଇଛି। ଜୁନ ୧ରୁ ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ୮୩.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ ରହିଛି। ‌ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବର୍ଷା ସହ ୮ ସହରରେ ପ୍ରବଳ ବର୍ଷା ହୋଇଥିବା ବେଳେ ବୌଦ୍ଧର କଣ୍ଟାମାଳରେ ସର୍ବାଧିକ ୧୦୮ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ପାରଳାଖେମୁଣ୍ଡିରେ ସର୍ବାଧିକ ୩୮.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର ‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.