ETV Bharat / state

ହଳଦୀ ପତ୍ରରୁ ତେଲ, ନୂଆ ସମ୍ଭାବନାର ସନ୍ଧାନରେ କୋରାପୁଟର ଆଦିବାସୀ ମହିଳା - TURMERIC LEAF MEDICINAL OIL

ହଳଦୀ ପତ୍ରରୁ ଔଷଧୀୟ ତେଲ ଉତ୍ପାଦନରେ କୋରାପୁଟ ହେବାକୁ ଯାଉଛି ରାଜ୍ୟରେ ପ୍ରଥମ । ଆର୍ଥିକ ସ୍ବାବଲମ୍ବୀର ଆଉ ଏକ ନୂଆ ଧାରାରେ ଆଗକୁ ବଢୁଛନ୍ତି ଲକ୍ଷ୍ମୀପୁରର ମହିଳା ।

ହଦଳୀ ପତ୍ରରୁ ତେଲ, ନୂଆ ସମ୍ଭାବନାର ସନ୍ଧାନରେ କୋରାପୁଟର ଆଦିବାସୀ ମହିଳା
ହଦଳୀ ପତ୍ରରୁ ତେଲ, ନୂଆ ସମ୍ଭାବନାର ସନ୍ଧାନରେ କୋରାପୁଟର ଆଦିବାସୀ ମହିଳା (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 1:41 PM IST

କୋରାପୁଟ: ହଳଦୀ, ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣବତ୍ତା ପାଇଁ ପ୍ରସିଦ୍ଧ । ଏହା ଭାରତୀୟ କୃଷି ଏବଂ ସଂସ୍କୃତିର ଏକ ମୁଖ୍ୟ ସ୍ରୋତ ମଧ୍ୟ । ତେବେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳ, ହଳଦୀ ଉତ୍ପାଦନ ପାଇଁ ସାରା ଦେଶରେ ପାଇଛି ଭିନ୍ନ ପରିଚୟ । କାରଣ ଏହି ଅଞ୍ଚଳର ହଳଦୀରେ ରହିଛି ଅପେକ୍ଷାକୃତ ଅଧିକ ‘କର୍କୁମିନ୍’ ଅଂଶ । ତେବେ ଲକ୍ଷ୍ମୀପୁର ଅଞ୍ଚଳର ମହିଳାମାନେ ଏହି କ୍ଷେତ୍ରରେ ଏକ ନୂତନ ଧାରା ସହ ଆଗକୁ ବଢିଛନ୍ତି । ପ୍ରସ୍ତୁତ କରିଛନ୍ତି ହଳଦୀ ପତ୍ରରୁ ତେଲ । ଏହି ନୂତନ ଭାବେ ଉତ୍ପାଦିତ ତୈଳ ପରୀକ୍ଷାଗାରରେ ପ୍ରମାଣିତ ହୋଇ ବଜାରକୁ ଆସିଲେ, ଏହି ମହିଳାମାନଙ୍କୁ ମିଳିବ ଆର୍ଥିକ ସ୍ବାବଲମ୍ବୀର ଆଉ ଏକ ନୂଆ ଧାରା ।

ସ୍ଥାନୀୟ ମହିଳାଙ୍କ ନେତୃତ୍ୱାଧୀନ ‘କୃଷକ ଉତ୍ପାଦକ ସଂଗଠନ’ (ଏଫପିଓ) ଏହି ସୁବର୍ଣ୍ଣ ଫସଲର ଅମାପ ସମ୍ଭାବନାକୁ ବ୍ୟବହାରରେ ପରିଣତ କରିପାରିଛି । ପାରମ୍ପରିକ ଭାବରେ ପରିତ୍ୟକ୍ତ କିମ୍ବା ଖତ ଭାବରେ ବ୍ୟବହୃତ ହେଉଥିବା ହଳଦୀ ପତ୍ର ଉପରେ ଧ୍ୟାନ ଦେଇ ଏହି ମହିଳାମାନେ ଆର୍ଥିକ ସ୍ଵାବଲମ୍ବୀ ହେବା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ସ୍ବତନ୍ତ୍ର ମେସିନରେ ଉତ୍ପାଦନ କରିଛନ୍ତି ହଳଦୀ ପତ୍ରର ତେଲ ।

ହଦଳୀ ପତ୍ରରୁ ତେଲ, ନୂଆ ସମ୍ଭାବନାର ସନ୍ଧାନରେ କୋରାପୁଟର ଆଦିବାସୀ ମହିଳା (ETV Bharat Odisha)
  • ସୃଷ୍ଟି କରିପାରେ ନୂତନ କୃଷିଭିତ୍ତିକ ଦିଗ

ଏକ ସମାଜିକ ସଂଗଠନ ‘ୱାର୍ଡ’ ଏବଂ ମାର୍କେଟିଂ ସଂସ୍ଥା ‘ORMAS’ଙ୍କ ମାର୍ଗଦର୍ଶନରେ ଏହି ମହିଳାମାନେ ହୃଦୟଙ୍ଗମ କଲେ ଯେ ହଳଦୀ ପତ୍ରରେ ଅନେକ ସମ୍ଭାବନା ରଖିଛି । ସାଧାରଣତଃ ଏକର ଏକର ହଳଦୀ ଅମଳ ପରବର୍ତ୍ତୀ ସମୟରେ ପତ୍ରକୁ ମାଟିରେ ମିଶିଯିବା ପାଇଁ କ୍ଷେତରେ ଛାଡି ଦିଆଯାଏ, ଅଥବା ସେଠାରେ ହିଁ ପୋଡି ଦିଆଯାଏ । କିନ୍ତୁ ଏହି ମହିଳାମାନେ ପତ୍ରଗୁଡିକୁ ପୁନଃବ୍ୟବହାରଯୋଗ୍ୟ କରିବାର ଏକ ସୁଯୋଗ ଅନୁଭବ କଲେ । ଯାହା ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ସହ ହଳଦୀ ପତ୍ରରୁ ତେଲ ଉତ୍ପାଦନର ଏକ ନୂତନ କୃଷିଭିତ୍ତିକ ଦିଗ ମଧ୍ୟ ସୃଷ୍ଟି କରିପାରେ ।

ହଦଳୀ ପତ୍ରରୁ ତେଲ, ନୂଆ ସମ୍ଭାବନାର ସନ୍ଧାନରେ କୋରାପୁଟର ଆଦିବାସୀ ମହିଳା
ହଦଳୀ ପତ୍ରରୁ ତେଲ, ନୂଆ ସମ୍ଭାବନାର ସନ୍ଧାନରେ କୋରାପୁଟର ଆଦିବାସୀ ମହିଳା (ETV Bharat Odisha)
  • ହଳଦୀ ପତ୍ର ସମ୍ପର୍କରେ କ’ଣ କହୁଛନ୍ତି ବୈଜ୍ଞାନିକ

ପଟ୍ଟାଙ୍ଗୀ ସ୍ଥିତ ଆଞ୍ଚଳିକ ଅନୁସନ୍ଧାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ.ପର୍ଶୁରାମ ସିଆଳ ହଳଦୀ ପତ୍ରର ଆର୍ଥିକ ତଥା ଔଷଧୀୟ ଗୁଣ ଥିବା ସମ୍ଭାବନାକୁ ନିଶ୍ଚିତ କରିଛନ୍ତି । ଡ.ସିଆଳଙ୍କ କହିବାନୁସାରେ, ସବୁଜ ବା କଞ୍ଚା ହଳଦୀ ପତ୍ରରୁ ପ୍ରାୟ 0.2% ତେଲ ଉତ୍ପାଦନ କ୍ଷମତା ରହୁଥିବା ବେଳେ ଶୁଖିଲା ପତ୍ରରୁ 0.3 ରୁ 0.5 % ତେଲ ଉତ୍ପାଦନ କରିପାରିବାର କ୍ଷମତା ରହିଛି । ଏହି ତେଲ ଉଭୟ ସ୍ଥାନୀୟ ତଥା ସର୍ବଭାରତୀୟ ସ୍ତରରେ ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ବ୍ୟବହାରଯୋଗ୍ୟ । ଏହା ଔଷଧୀୟ ଗୁଣବତ୍ତା ବହନ କରୁଥିବାର ଏହାର ଅଧିକ ଚାହିଦା ମଧ୍ୟ ରହିଛି ।

  • ପ୍ରଥମ ପର୍ୟ୍ୟାୟରେ 7ଶହ ମିଲିଲିଟର ତେଲ ଉତ୍ପାଦିତ

ଲକ୍ଷ୍ମୀପୁର ବ୍ଲକର ହଳଦୀ ଏହାର ଉଚ୍ଚ ‘କର୍କୁମିନ୍’ ପାଇଁ ଖ୍ୟାତି ଅର୍ଜନ କରି ସାରିଛି । ଏଥିରୁ ପ୍ରସ୍ତୁତ ତେଲ ପ୍ରିମିୟମ ବଜାରରେ ଏକ ଉନ୍ନତ ମାନର ଉତ୍ପାଦରେ ପରିଣତ କରିଛି । ଏହି ସୁଯୋଗକୁ ଚିହ୍ନି, ‘ଓରମାସ’ ଏବଂ ‘ୱାର୍ଡ’ ଦ୍ୱାରା ସମର୍ଥିତ ଉତ୍ପାଦକ ସଂଗଠନ ‘FPO’ର କୋଡିଏ ଜଣ ମହିଳା ନିଜ ଗାଁରେ ଏକ ହଳଦୀ ପତ୍ରରୁ ତେଲ ଉତ୍ପାଦନ ଯନ୍ତ୍ର ପ୍ରତିଷ୍ଠା କରିଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ମହିଳାମାନେ 3 କ୍ୱିଣ୍ଟାଲ ପତ୍ର ପ୍ରକ୍ରିୟାକରଣ କରି ସେଥିରୁ 700 ମିଲିଲିଟର ହଳଦୀ ତେଲ ଉତ୍ପାଦନ କରିଥିବା ଜଣାପଡିଛି ।

  • ଲାବୋରେଟୋରୀ ପରୀକ୍ଷା ନିର୍ଣ୍ଣୟ କରିବ ବଜାର ମୂଲ୍ୟ:-

ମହିଳାଙ୍କ ଏହି ଗୋଷ୍ଠୀ ଉତ୍ସାହର ସହିତ ସେମାନଙ୍କ ଉତ୍ପାଦର ବଜାର ମୂଲ୍ୟ ନିର୍ଣ୍ଣୟ କରିବାକୁ ଗୁଣାତ୍ମକ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି । ସମ୍ଭାବ୍ୟ ରିପୋର୍ଟକୁ ନେଇ ଆମେ ଉତ୍ସାହିତ, କିନ୍ତୁ ମୂଲ୍ୟ ଲାବୋରେଟୋରୀ ଫଳାଫଳ ଉପରେ ନିର୍ଭର କରିବ ବୋଲି FPO ସଦସ୍ୟ ସାନିଆ ମିନିୟାକା କହିଛନ୍ତି ।

  • ପରିବର୍ତ୍ତିତ ହେଉଛି ପରମ୍ପରା:-

ଇତିମଧ୍ୟରେ, ଲକ୍ଷ୍ମୀପୁରର କୃଷକମାନେ ପିଢିଗତ ଭାବେ ହଳଦୀ ଚାଷ କରୁଥିଲେ ସୁଦ୍ଧା, ଏହାର ଉନ୍ନତ ଗୁଣବତ୍ତା ବିଷୟରେ ସଚେତନ ନଥିଲେ । ଏହାର ବଜାର ଉପଯୋଗିତା ସମ୍ପର୍କରେ ନ ଜାଣିପାରି ଶାଗ-ମାଛ ଦରରେ ବେପାରୀଙ୍କ ହାତରେ ହଳଦୀ ପତ୍ରକୁ ବିକ୍ରି କରାଯାଉଥିବା ଗ୍ରାମର ଜଣେ ମହିଳା ନାରା ହିକକା କହିଛନ୍ତି । ଏହାର ଉଚ୍ଚ କର୍କୁମିନ୍ ଅଂଶ ବିଷୟରେ ଅଜ୍ଞ ଥାଇ ସେମାନେ ଏହାକୁ ସ୍ଥାନୀୟ ବିକ୍ରେତାମାନଙ୍କୁ କମ୍ ମୂଲ୍ୟରେ ବିକ୍ରି କରିବା ସହ ଏହାର ବ୍ୟବହାରକୁ କେବଳ ରାନ୍ଧିବାରେ ସୀମିତ କରିଥିଲେ । କୃଷକମାନଙ୍କୁ ଏକ ‘FPO’ ଗଠନ କରିବାରେ ଏବଂ ସେମାନଙ୍କୁ ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣରେ ମାର୍ଗଦର୍ଶନ କରି ଏହି କାହାଣୀକୁ ପରିବର୍ତ୍ତନ କରିବାରେ ‘ORMAS’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ଏହା ବି ପଢନ୍ତୁ...ତୁଟୁନି ଆନ୍ଧ୍ର ମୋହ, ଉଭୟ ଆନ୍ଧ୍ର-ଓଡିଶାରେ ଭୋଟ ଦେଲେ କୋଟିଆବାସୀ - KOTIA VOTERS CAST VOTES

ଏହା ବି ପଢନ୍ତୁ...ବିଧାନସଭାରେ ପାଣି ପ୍ରସଙ୍ଗ: ତାରାଙ୍କ ପରିସ୍ରା ଉପାଖ୍ୟାନ, ବଦ୍ରି ଦେଲେ ବିସ୍ଫୋରକ ବୟାନ

  • ପୂର୍ବରୁ ସହଯୋଗ କରିଥିଲା ପ୍ରଶାସନ:-

ହଳଦୀ ପାଉଡର ଉତ୍ପାଦନ ପାଇଁ ଏକ ଯାନ୍ତ୍ରାଶଂ ଯୋଗାଇ ଦେବାରେ ପ୍ରଶାସନ ଏହି ଗୋଷ୍ଠୀକୁ ସହଯୋଗର ହାତ ବଢାଇଥିଲା । ମହିଳାମାନେ କଞ୍ଚା ହଳଦୀ ବିକ୍ରୟ କରିବା ଠାରୁ ହଳଦୀଯୁକ୍ତ ସାବୁନ ପରି ବିଭିନ୍ନ ଉତ୍ପାଦ ଉତ୍ପାଦନ କରିବାରେ ସକ୍ଷମ ହୋଇପାରିଛନ୍ତି । ଜ୍ଞାନ ଏବଂ ସଠିକ୍‌ ତାଲିମ ସହ ସହଯୋଗ ମିଳିବାରୁ ଏମାନେ ଏବେ ନୂଆ ସମ୍ଭାବନା ଖୋଜିବାରେ ଲାଗିଛନ୍ତି । ଆମେ ଆଉ ମଧ୍ୟସ୍ଥିମାନଙ୍କ ଉପରେ ନିର୍ଭରଶୀଳ ନୁହଁ । ବର୍ତ୍ତମାନ, ହଳଦୀ ପତ୍ରର ଉଜ୍ଜ୍ୱଳ ଆଶା ବିଷୟରେ ଆମେ ଆଶାବାଦୀ, ଯାହା ଏକଦା ବର୍ଜ୍ୟବସ୍ତୁ ଭାବରେ ପରିତ୍ୟାଗ କରାଯାଇଥିଲା ବୋଲି ଦଳର ଯୁବ ସଦସ୍ୟ ରିନା ହିକାକା କହିଛନ୍ତି।

  • ଆଗରେ ଏକ ଉଜ୍ଜ୍ୱଳ ଭବିଷ୍ୟତ

ହଳଦୀ ତେଲର ସମ୍ଭାବନା ମହିଳାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ‘ଓରମାସ’ର ଡେପୁଟି ଡାଇରେକ୍ଟର ରୋଶନ କାର୍ତ୍ତିକଙ୍କ ଅନୁଯାୟୀ ଲକ୍ଷ୍ମୀପୁରର ଉଚ୍ଚମାନର ହଳଦୀ ପତ୍ରର ତେଲ ପାଇଁ ଉତ୍କୃଷ୍ଟ ବଜାର ରହିଛି । ସେ କହିଛନ୍ତି ଯେ ଏଠାରେ ଉତ୍ତୋଳିତ ତେଲ ଉଭୟ ଘରୋଇ ତଥା ଆନ୍ତର୍ଜାତୀୟ ବଜାରରେ ଏକ ଦୃଢ ସ୍ଥାନ ହାସଲ କରିବାର ସମ୍ଭାବନା ମଧ୍ୟ ଯଥେଷ୍ଟ ।

ଏହା ମଧ୍ୟ ପଢନ୍ତୁ:- କୋଟିଆ ସୀମା ବିବାଦ: ଆଇନଗତ ଲଢ଼େଇ ନୁହେଁ, ଆନ୍ଧ୍ର-ଓଡ଼ିଶା ଆନ୍ତଃରାଜ୍ୟ ବୁଝାମଣା ପାଇଁ ବିଶେଷଜ୍ଞଙ୍କ ମତ

ଏହା ମଧ୍ୟ ପଢନ୍ତୁ:- 14 ଜିଲ୍ଲାରେ ଆନ୍ତଃରାଜ୍ୟ ସୀମା ବିବାଦ, କୋଟିଆକୁ ନେଇ ଜବାବ ରଖିଲେ ସରକାର

  • ଡିଷ୍ଟିଲେସନ୍ ପ୍ଲାଣ୍ଟର ସଫଳତା କେବଳ ଆରମ୍ଭ

ନିରନ୍ତର ମାର୍ଗଦର୍ଶନ ଏବଂ ବୈଷୟିକ ସହାୟତା ସହିତ, ଏହି ମହିଳାମାନେ କେବଳ ସେମାନଙ୍କର ଜୀବିକା ନିର୍ବାହରେ ଉନ୍ନତି କରୁନାହାଁନ୍ତି ବରଂ ଦୀର୍ଘସ୍ଥାୟୀ କୃଷି ପାଇଁ ଏକ ଉଦାହରଣ ସୃଷ୍ଟି କରୁଛନ୍ତି । ଏହି ପଦକ୍ଷେପ, ପରିତ୍ୟକ୍ତ ହଳଦୀ ପତ୍ରକୁ ଏକ ଲାଭଜନକ ଉତ୍ସରେ ପରିଣତ କରି ନୂତନ ଶକ୍ତି ପ୍ରଦର୍ଶନ କରୁଛନ୍ତି ।

  • କୃଷି ମାଧ୍ୟମରେ ମହିଳା ସଶକ୍ତିକରଣ

ଏହି ପଦକ୍ଷେପ ମହିଳା କୃଷକମାନଙ୍କୁ ସଶକ୍ତିକରଣର ପରିବର୍ତ୍ତନଶୀଳ ପ୍ରଭାବକୁ ସୂଚିତ କରିଛି । ହଳଦୀ ପତ୍ରର ସମ୍ଭାବନାକୁ ଅନୁସନ୍ଧାନ କରି ତୟାପୁଟ ଗାଁର ମହିଳାମାନେ ଅର୍ଥନୈତିକ ସ୍ବାଧୀନତାର ପରିବେଶ ସୃଷ୍ଟି ଓ ସ୍ଥିରତା ଦିଗରେ ଏକ ସାହସିକ ପଦକ୍ଷେପ ନେଇଛନ୍ତି କହିଲେ ଭୁଲ ହେବନାହିଁ । ଗ୍ରାମୀଣ ସମ୍ପ୍ରଦାୟର ମହିଳାମାନେ କିପରି ସଠିକ୍ ଜ୍ଞାନ, ତାଲିମ ଏବଂ ସହଯୋଗ ସହ ନୂତନ ସୁଯୋଗକୁ ଆଧାର କରି ଉନ୍ନତି କରିପାରିବେ, ତାର ଉଦାହରଣ ହେଉଛି ଏହି ହଦଳୀ ତେଲର କାହାଣୀ ।

ଇଟିଭି ଭାରତ, କୋରାପୁଟ ସିଏଚ ଶାନ୍ତାକାରଙ୍କ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.