ETV Bharat / state

ଜଙ୍ଗଲରେ ମରୁଡି ସଦୃଶ ଜଳାଶୟ, ଖରା ଆସିଲେ ବଢୁଛି ବନ୍ୟପ୍ରାଣୀଙ୍କ ଜଳ ଚିନ୍ତା

author img

By ETV Bharat Odisha Team

Published : Mar 2, 2024, 5:26 PM IST

Water Crisis in Jungle: ଜଙ୍ଗଲରେ ଜଳାଶୟ ମରୁଡି ସଦୃଶ ହେବା ପରେ ଜନବସତି ମୁହାଁ ବନ୍ୟପ୍ରାଣୀ । ଜଙ୍ଗଲରେ ଜଳ ସୁବିଧା କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ପିସିସିଏଫ ସଂରକ୍ଷକ ସୁଶାନ୍ତ ନନ୍ଦ । ଅଧିକ ପଢନ୍ତୁ

Water Crisis in Jungle
Water Crisis in Jungle

ଜଙ୍ଗଲରେ ମରୁଡି ସଦୃଶ ଜଳାଶୟ, ଖରା ଆସିଲେ ବଢୁଛି ବନ୍ୟପ୍ରାଣୀଙ୍କ ଜଳ ଚିନ୍ତା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଋତୁ ନ ଆସିବାରୁ ବଢିଲାଣି ତାତି । ଅନେକ ସ୍ଥାନରେ ଜଳ ସଙ୍କଟ ମଧ୍ୟ ଦେଖାଗଲାଣି । ଖରା ହେଲେ ଶୁଖିଲା ପଡୁଛି ଜଙ୍ଗଲ ଭିତର ଜଳାଶୟ । ବନ୍ୟପ୍ରାଣୀମାାନେ ଏହି ଜଳାଶୟ ଉପରେ ନିର୍ଭର କରୁଥିବା ବେଳେ ପ୍ରଚଣ୍ଡ ଖରାରେ ଏହା ଶୁଖିଯାଉଛି । ଫଳରେ ଜନବସତି ମୁହାଁ ହେଉଛନ୍ତି ବନ୍ୟ ଜନ୍ତୁ । ତେବେ ଏଥିପ୍ରତି ବନ ବିଭାଗ ସଚେତନ ଅଛି । ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ।

ଏନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "ଜଳକୁ ନେଇ ସମସ୍ୟା କେବଳ ଜଙ୍ଗଲରେ ନୁହେଁ ଏହା ସାରା ପୃଥିବୀରେ ଦେଖାଯାଉଛି । ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ହୋଇଛି । ଜଙ୍ଗଲ ମଧ୍ୟରେ ଖୋଲାଯାଇଛି ଛୋଟ ଛୋଟ ପୋଖରୀ । ବିଶେଷ ଭାବରେ ଖରାଦିନରେ ଏହି ଛୋଟ ପୋଖରୀ ଶୁଖିଯାଇଥାଏ । ତେବେ ଏଥିରେ ଟ୍ୟାଙ୍କର ମାଧ୍ୟମରେ ପାଣି ଭର୍ତ୍ତି କରାଯାଉଛି । ତେଣୁ ଖରା ଦିନ ଆସିଲେ ଜଙ୍ଗଲରେ ମଧ୍ୟରେ ଛୋଟ ଛୋଟ ଜଲାଶ୍ରାୟ କରାଯାଉଛି । ପାଣି ପାଇଁ ବନ୍ୟପ୍ରାଣୀ ମାନେ ଜଙ୍ଗଲ ବାହାରକୁ ଆସିବା କୋଚିତ ଦେଖାଯାଇଥାଏ ।"

ଏହା ବି ପଢନ୍ତୁ- Watch: ଗାଁ ପାଖରେ ବୁଲୁଛି କଲରାପତରିଆ ବାଘ, ଛାନିଆ ଲୋକେ

ଏପଟେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, " ଜଙ୍ଗଲ ମାନରେ ଅବକ୍ଷୟ ଘଟୁଛି । ଯେଉଁ ଜୀବଜନ୍ତୁ ମାନେ ଜଙ୍ଗଲରେ ରହିଛନ୍ତି ସେମାନଙ୍କ ପାଇଁ ଖାଦ୍ୟ ପଦାର୍ଥ ସଠିକ ଭାବରେ ଉପଲବ୍ଧ ହେଉନାହିଁ । ଜଳର ମଧ୍ୟ ଉତ୍ସ କମିବାରେ ଲାଗୁଛି । ସମୟକ୍ରମେ ଜଳ ଧୀରେ ଧୀରେ ସୁଖିବାରେ ଲାଗୁଛି । ଅନେକ ସମୟରେ ଜଳ ପାଇଁ ବନ୍ୟପ୍ରାଣୀ ମାନେ ଜଙ୍ଗଲ ବାହାରକୁ ପଳେଇ ଆସୁଛନ୍ତି । ଯାହା ଫଳରେ ମଣିଷ ବନ୍ୟପ୍ରାଣୀ ଙ୍କ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳିଥାଏ । ଏଥିରେ ଉଭୟଙ୍କର କ୍ଷୟକ୍ଷତି ଘଟିଥାଏ । ତେବେ ଖରାଦିନ ହେଲେ ବନ ବିଭାଗ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।"

ସୂଚନା ଥାଉ କି ଜଙ୍ଗଲରେ ଖରା ଦିନ ଆସିବା ପରେ ଜଳ ସଙ୍କଟ ବୃଦ୍ଧି ପାଉଛି । ଯାହା ଫଳରେ ଜଙ୍ଗଲ ମଧ୍ୟରେ ଯଦି ଜଳ ନ ମିଳିଲେ ତେବେ ବନ୍ୟଜନ୍ତୁ ମାନେ ଜନବସତି ମୁଁହା ହୋଇପାରନ୍ତି । ଗତ ବର୍ଷ ଆଠଗଡରେ ହାତୀ ଛୁଆ ପାଣି ଅଭାବରୁ ମୃତ୍ୟୁ ହୋଇଥିଲା । ଜଙ୍ଗଲରେ ତିନୋଟି ହାତୀଙ୍କ ପାଇଁ ପୋଖରୀ ରହିଥିଲେ ମଧ୍ୟ କୌଣସି ପୋଖରୀରେ ପାଣି ନଥିଲା । ଏହା ସହ ଅନେକ ବନ୍ୟଜନ୍ତୁମାନେ ଅଧିକ ଖରା ପାଇଁ ଅସୁସ୍ଥ ହୋଇପଡୁଥିବା ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.