ETV Bharat / state

ଆସନ୍ତା ୧୮ରେ କେନ୍ଦୁଝର ଜିଲ୍ଲା ବନ୍ଧ ଡାକରା ଦେଲା ଟ୍ରକ ମାଲିକ ସଂଘ

author img

By ETV Bharat Odisha Team

Published : Mar 16, 2024, 7:23 PM IST

Kendujhar Band: ଆସନ୍ତା ୧୮ ତାରିଖରେ ଅର୍ଥନୈତିକ ଅବରୋଧ କରିବ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ । ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେବେ ବୋଲି ଏକ ସାମ୍ମାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ,

ଅର୍ଥନୈତିକ ଅବରୋଧ କରିବ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ

କେନ୍ଦୁଝର: ଆସନ୍ତା ୧୮ ତାରିଖରେ ଅର୍ଥନୈତିକ ଅବରୋଧ କରିବ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ । OMC ଶୁଆକାଠି ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ରେଳ ସଂଯୋଗି କରଣ ହେଲେ କେନ୍ଦୁଝର ଜିଲ୍ଲାରେ ଟ୍ରକ ଉପରେ ନିର୍ଭର କରି ଚଳୁଥିବା ପାଖାପାଖି ୩୦୦୦୦ ଅଧିକ ଟ୍ରକ ମାଲିକ ମାନେ କ୍ଷତିଗ୍ରସ୍ତ ହେବେ । ଏହା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡି଼ତ ପାଖାପାଖ‌ ୩ ଲକ୍ଷ ଲୋକ ଏହାଦ୍ଵାରା ପ୍ରଭାବିତ ହେବେ । ଯାହା ପ୍ରତିବାଦରେ ଟ୍ରକ ମାଲିକ ସଂଘ ଅର୍ଥନୈତିକ ଅବରୋଧ କରିବା ସହିତ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେବେ ବୋଲି ଏକ ସାମ୍ମାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ।

ବିଗତ ଦିନରେ ଦେଖା ଯାଇଥିଲା ୩ ବର୍ଷ ଗାଡି ବନ୍ଦ ହେବା ଫଳରେ କେନ୍ଦୁଝରର ଅର୍ଥନୀତି ପୁରା ପୁରି ଭୁଶୁଡି ଯାଇଥିଲା । ତେବେ ଆଗକୁ ଯେପରି ଏହାର ପୁନରାବୃତି ନହୁଏ ତାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା ଟ୍ରକ ମାଲିକ ସଂଘ। ଏନେଇ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଟ୍ରକ ସଂଘ କର୍ମକର୍ତ୍ତା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । OMC ଶୁଆକାଠି ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ରେଳ ସଂଯୋଗି କରଣକୁ ନେଇ ଆଗାମୀ ୧୮ ତାରିଖ (ସୋମବାର) ଦିନ ୨୪ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦେଇଛି ସଂଘ। ୧୮ ତାରିଖ ବନ୍ଦ ପରେ ମଧ୍ୟ ଯଦି ତାଙ୍କର ଏହି ଦାବି ସଫଳ ନହେବ, ସଫଳ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଆଗାମୀ ଦିନରେ ଜୋରଦାର ହେବ । ତା’ ସଙ୍ଗେ ସଙ୍ଗେ ସବୁ କ୍ଷେତ୍ରରେ ଏ ଆନ୍ଦୋଳନ ଆଗକୁ ଜାରି ରଖାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ..... କର୍ମଚାରୀ ଅଭାବ ପାଇଁ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ମେସିନ

ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ପରୀକ୍ଷା କେନ୍ଦ୍ର ଖୋଲା ରଖିବା ଛଡା ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା, ରେଳ ଯୋଗାଯୋଗ ଆଦି ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ। ୧୮ ତାରିଖରେ ରେଳ ସଂଯୋଗି କରଣ ବନ୍ଦକୁ କେନ୍ଦୁଝର ଜିଲ୍ଲାର ସମସ୍ତ ଅଗ୍ରଣୀ ଅନୁଷ୍ଠାନ ଯଥା ବଣିକ ସଂଘ, ବସ ମାଲିକ ସଂଘ, ଅଟୋ ସଂଘ, ମେକାନିକ ସଂଘ, ମିନି ବସ ମାଲିକ ସଂଘ, ଶୁଆକାଠି ଆଞ୍ଚଳିକ ଟ୍ରକ ସଂଘ, ଜିଲ୍ଲା ଡ୍ରାଇଭର ସଂଘ, ଯୋଡ଼ା ଟ୍ରକ ମାଲିକ ସଂଘ, ମାଟୁଆ ସଂଘ, ଯୋଡ଼ା ଆଞ୍ଚଳିକ ଟ୍ରକ ମାଲିକ ସଂଘ, ଭଦ୍ରାସାହି ଓ ବଡ଼ବିଲ ଟ୍ରକ ମାଲିକ ସଂଘ ସହ ଜିଲ୍ଲାର ଅନ୍ୟାନ୍ୟ ସବୁ ଟ୍ରକ ମାଲିକ ସଂଘ ଓ ଏଥ୍ ସହିତ ଜିଲ୍ଲାର କୋଣ ଅନୁକୋଣରେ ଥିବା ବିଭିନ୍ନ ସଂଗଠନ ଓ ଗାଡି ମାଲିକ ମାନେ ଏହି ବନ୍ଦକୁ ସହଯୋଗ କରୁଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସଂଘ କର୍ମକର୍ତ୍ତା।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.