ETV Bharat / state

ଭଦ୍ରକରେ ଧାନ ମଣ୍ଡି ସମସ୍ୟା: ଅସନ୍ତୋଷ ଜାହିର୍ କଲା ଘରୋଇ ରାଇସ ମିଲ ସଂଘ

author img

By ETV Bharat Odisha Team

Published : Feb 11, 2024, 11:38 AM IST

Irregular Paddy procurement: ଯୋଗାଣ ନିଗମର ଅଜବ ନିୟମ କାରଣରୁ ହନ୍ତସନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ଘରୋଇ ରାଇସ ମିଲ ସଂଘ । ଫଳରେ ଜିଲ୍ଲା ମିଲର ସଂଘ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଅଧିକ ପଢ଼ନ୍ତୁ

ଧାନ ମଣ୍ଡି ସମସ୍ୟା
ଧାନ ମଣ୍ଡି ସମସ୍ୟା
ଧାନ ମଣ୍ଡି ସମସ୍ୟା

ଭଦ୍ରକ: ପୁଣି ଦେଖାଦେଇଛି ଧାନ ମଣ୍ଡି ସମସ୍ୟା । ଯୋଗାଣ ନିଗମର ଅଜବ ନିୟମ କାରଣରୁ ହନ୍ତସନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ଘରୋଇ ରାଇସ ମିଲ ସଂଘ । ଫଳରେ ଜିଲ୍ଲା ମିଲର ସଂଘ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଜିଲ୍ଲାର 20 ଜଣ ମିଲରଙ୍କୁ ଅତି କମରେ 21 ଲକ୍ଷ କ୍ଵିଣ୍ଟାଲର ଧାନ ସଂଗ୍ରହ କରିବା ବଦଳରେ ମାତ୍ର 12ରୁ 14 ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଟାର୍ଗେଟ ଦିଆଯାଇଛି । ଫଳରେ ଧାନ ଅଭାବରୁ ଆଗାମୀ 6 ମାସ ପରେ ଜିଲ୍ଲାର ସମସ୍ତ ମିଲ ବନ୍ଦ ହୋଇଯିବ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ନିଜ ସ୍ବାର୍ଥ କାରଣରୁ ସରକାର ଏହିଭଳି କରୁଥିବାରୁ ଏହି ସମସ୍ୟାକୁ ନେଇ ଭିଜିଲାନ୍ସ ତଦନ୍ତ ଦାବି କରିଛି ସଂଘ । ଯୋଗାଣ ନିଗମର ଅଜବ ନିୟମ ଯୋଗୁଁ ଭଦ୍ରକ ଜିଲ୍ଲାରେ ଘରୋଇ ରାଇସ ମିଲଗୁଡିକରେ ତାଲା ଝୁଲିବା ଆଶଙ୍କା ପ୍ରକାଶ ପାଇଛି ବୋଲି ଜିଲ୍ଲା ମିଲର ସଂଘ ଅଭିଯୋଗ କରିଛି । ଖବର ଅନୁଯାୟୀ, ଚଳିତ ବର୍ଷ ଭଦ୍ରକ ଜିଲ୍ଲାରୁ ସରକାର 23 ଲକ୍ଷ 52 ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ ଧାର୍ଯ୍ୟ କରିଛନ୍ତି । ସିକ୍ୟୁରିଟି ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି ଅନୁଯାୟୀ ଜିଲ୍ଲାର 20 ଜଣ ମିଲରଙ୍କୁ ଅତି କମରେ 21 ଲକ୍ଷ କ୍ଵିଣ୍ଟାଲର ଧାନ ସଂଗ୍ରହ କରିବା ପାଇଁ ଟାର୍ଗେଟ ଦିଆଯିବା କଥା । ହେଲେ ଜିଲ୍ଲା ଯୋଗାଣ ନିଗମ ଘରୋଇ ମିଲରଙ୍କ ସ୍ବାର୍ଥକୁ ଉପେକ୍ଷା କରି ଜିଲ୍ଲା ମିଲରଙ୍କୁ ମାତ୍ର 12ରୁ 14 ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଟାର୍ଗେଟ ଦିଆଯାଇଛି ।

ସେପଟେ ଅବଶିଷ୍ଟ ଧାନ ବାହାର ଜିଲ୍ଲା ମିଲରଙ୍କୁ ଟେକି ଦିଆଯାଇଛି । ଅନ୍ୟପକ୍ଷରେ ଗତ ବର୍ଷ ଯୋଗାଣ ନିଗମ ଘରୋଇ ମିଲରଙ୍କ ସିକ୍ୟୁରିଟି ଅନୁଯାୟୀ ସର୍ବାଧିକ 18 ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ମଞ୍ଜୁର କରାଯାଇଥିଲା । ଚଳିତ ବର୍ଷ ରେକର୍ଡ ପରିମିତ ପ୍ରାୟ 75 କୋଟି ଟଙ୍କା ସିକ୍ୟୁରିଟି ତଥା ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ମଧ୍ୟ ସେମାନଙ୍କୁ ସେମାନଙ୍କ ସିକ୍ୟୁରିଟି ମୂଲ୍ୟରେ ଧାନ ମିଳୁନଥିବା ଘରୋଇ ମିଲର ଅଭିଯୋଗ କରିଛନ୍ତି । ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଲର ସଂଘ ଏହି ପ୍ରସଙ୍ଗ ଉଠାଇ ଧାନ ସଙ୍କଟରୁ ଘରୋଇ ମିଲରଙ୍କୁ ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି ଏବଂ ତୁରନ୍ତ ସେମାନଙ୍କ ସିକ୍ୟୁରିଟି ମୂଲ୍ୟରୁ ଅଧିକ ଧାନ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଅନ୍ୟଥା ଧାନ ଅଭାବରୁ ଆଗାମୀ 6 ମାସ ପରେ ଜିଲ୍ଲାର ସମସ୍ତ ମିଲ ବନ୍ଦ ହୋଇଯିବ ବୋଲି ମିଲର ସଂଘ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ସଂସଦରେ ଅର୍ଥମନ୍ତ୍ରୀଙ୍କ ଶ୍ବେତପତ୍ରକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ

ପ୍ରକାଶ ଥାଉକି, ଚଳିତ ବର୍ଷ ଭଦ୍ରକ ଜିଲ୍ଲାରୁ ଧାନ ସଂଗ୍ରହ ପାଇଁ 20 ଘରୋଇ ମିଲର ନିଯୁକ୍ତି ଦିଆଯାଇଥିବା ବେଳେ ବାହାର ଜିଲ୍ଲାରୁ 24 ମିଲର ନିଯୁକ୍ତ କରାଯାଇଛି । ଏଥିରେ ଯାଜପୁର ଏବଂ ଖୋର୍ଦ୍ଧା ଜିଲ୍ଲାରୁ 2 ଜଣ ମିଲର ନିଯୁକ୍ତି ପାଇଥିବା ବେଳେ ସମ୍ବଲପୁର ଜିଲ୍ଲାରୁ 12 ଏବଂ ବରଗଡ଼ ଜିଲ୍ଲାରୁ 10 ଜଣ ମିଲରଙ୍କୁ ନିଯୁକ୍ତି ଦିଆଯାଇଛି । ଆଶ୍ଚର୍ଯ୍ୟର କଥା ହେଲା ମଣ୍ଡିରୁ ମାତ୍ର 40 କିଲୋମିଟର ଦୂରତାରେ ଥିବା ଜିଲ୍ଲା ମିଲରଙ୍କୁ ଧାନ ସଂଗ୍ରହ କରିବାକୁ ନଦେଇ ମଣ୍ଡିରୁ 400 କିଲୋମିଟର ଦୂରତାରେ ଥିବା ଜିଲ୍ଲା ମିଲରଙ୍କୁ ଧାନ ସଂଗ୍ରହ ପାଇଁ ଅନୁମତି ଦେଆଯାଇଛି । ତେବେ ଏହା କାହା ସ୍ବାର୍ଥରେ ବୋଲି ଜିଲ୍ଲା ମିଲର ସଂଘ ଅଭିଯୋଗ କରି ଏହି ମିଲରଙ୍କ ଧାନ ସଂଗ୍ରହର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

ଏଥିସହ ବାହାର ଜିଲ୍ଲା ମିଲର ସରକାରଙ୍କ ଠାରୁ ଉଚ୍ଚ ଦରରେ ପରିବହନ ଖର୍ଚ୍ଚ ନେଇ ସଂଗୃହୀତ ଧାନକୁ ଚଢା ଦରରେ ଛତିଶଗଡ଼କୁ ପଠାଉଥିବା ସେମାନେ ଅଭିଯୋଗ କରିଛନ୍ତି । କାରଣ ବାହାର ଜିଲ୍ଲା ମିଲରଙ୍କ ଧାନ ପରିବହନ ପାଇଁ ମଣ୍ଡିରେ ଓଡିଶା ନମ୍ବର ଟ୍ରକ ବଦଳରେ ଛତିଶଗଡ଼ ନମ୍ବର ଟ୍ରକ ଲାଗିବା ଏବଂ ମଣ୍ଡିରେ ଏନେଇ ସମସ୍ତ ଆନୁସାଙ୍ଗିକ କାଗଜପତ୍ର ପ୍ରସ୍ତୁତ ହେବା ଘଟଣାରୁ ଏହି ଚିତ୍ର ସ୍ପଷ୍ଟ ହୋଇଛି ବୋଲି ମିଲର ସଂଘ ଅଭିଯୋଗ କରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.