ETV Bharat / state

ପ୍ରାର୍ଥୀ ଚୟନକୁ କୁଇ ସମାଜର ବିରୋଧ, ଏପ୍ରିଲ 16ରେ କନ୍ଧମାଳ ବନ୍ଦ ଡାକରା - Kandhamal Kui Society

author img

By ETV Bharat Odisha Team

Published : Apr 13, 2024, 7:33 AM IST

Kandhamal Bandh: କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଓ ଭାଜପା ବିଧାୟିକା ପ୍ରାର୍ଥିନୀ ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଆଦିବାସୀ ନୁହଁନ୍ତି ବୋଲି ଦାବି କରି 16 ତାରିଖରେ କନ୍ଧମାଳ ବନ୍ଦ ଡାକରା ଦେଇଛି କୁଇ ସମାଜ ସେବା ସମିତି । ଅଧିକ ପଢ଼ନ୍ତୁ

Etv Bharat
Etv Bharat
ଏପ୍ରିଲ 16 ତାରିଖରେ କନ୍ଧମାଳ ବନ୍ଦ ଡାକରା ଦେଲା କୁଇ ସାମାଜ

ଫୁଲବାଣୀ: ବଢ଼ିଲା ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଓ ଭାଜପା ବିଧାୟିକା ପ୍ରାର୍ଥିନୀ ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଅଡ଼ୁଆ । ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କଂଗ୍ରେସ ଓ ବିଜେପି ଦେଇଥିବା ପ୍ରାର୍ଥୀମାନେ ସମସ୍ତେ ଆଦିବାସୀ ନୁହଁନ୍ତି ବୋଲି ଦାବି କରିଛି ଜିଲ୍ଲାର କୁଇ ସମାଜ ସେବା ସମିତି । ପ୍ରାର୍ଥୀ ଚୟନକୁ ବିରୋଧ କରି ଏପ୍ରିଲ 16ରେ କନ୍ଧମାଳ ବନ୍ଦ ଡାକରା ଦେଇଛି କୁଇ ସମାଜ ସେବା ସମିତି ।

ତେବେ କନ୍ଧମାଳ ଜିଲ୍ଲା କୁଇ ସାମାଜ ସେବା ସମିତି ଫୁଲବାଣୀ, ନିଖିଳ ଉତ୍କଳ କୁଇ ସାମାଜ ୟୁନିଅନ ଜି.ଉଦୟଗିରି, କୁଇ କୁଳ ସମିତି ବାଲିଗୁଡ଼ା, କୁଇ ସାମାଜ ଯୁବ ପରିଷଦ କନ୍ଧମାଳ ମିଳିତ ଆନୁକୁଲ୍ୟରେ ଫୁଲବାଣୀ କୁଇ ସାମାଜ ସେବା ସମିତି କାର୍ଯ୍ୟାଳୟରେ 2024 ସାଧାରଣ ନିର୍ବାଚନ ପ୍ରାର୍ଥୀ ଚୟନକୁ ବିରୋଧ କରାଯାଇଛି । ଏନେଇ ଆଗାମୀ 16 ତାରିଖ (ମଙ୍ଗଳବାର) ଦିନ 12 ଘଣ୍ଟିଆ କନ୍ଧମାଳ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହାସହ ପ୍ରାର୍ଥୀ ଚୟନରେ ଅନିୟମିତତା କରିବାରେ ସହଯୋଗ କରିଥିବା ଅଭିଯୋଗ ଆଣି ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, କଂଗ୍ରେସ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା, ଏବଂ ଜିଲ୍ଲା ବାହାର ପ୍ରାର୍ଥୀ ଭାବେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

କନ୍ଧମାଳର ତିନି ବିଧାୟକ ପ୍ରାର୍ଥୀକୁ ନକଲି ଆଦିବାସୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତକୁ ଅଣ ଜିଲ୍ଲା ବାସିନ୍ଦା ବୋଲି କହିଛି କୁଇ ସମାଜ । ଏହାସହ ଏ ସମସ୍ତ ପ୍ରାର୍ଥୀ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛି କୁଇ ସମାଜ । ବାଲିଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ସୁରଦା ପ୍ରଧାନ, ଭାଜପା ବିଧାୟିକା ପ୍ରାର୍ଥିନୀ କଳ୍ପନା କହଁର ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥିନୀ ପ୍ରତିଭା କହଁର ଆଦିବାସୀ ନୁହନ୍ତି । ବାଲିୁଗଡା ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସ କରିଥିବା ପ୍ରାର୍ଥିନୀ ସୁରଦା ପ୍ରଧାନ ଆଦିବାସୀ ନୁହଁନ୍ତି । ସେ ଚଞ୍ଚକତା କରି ଜାତି ପ୍ରମାଣପତ୍ର ଯୋଗାଡ କରିବାରେ ସକ୍ଷମ ହୋଇଛନ୍ତି । ଅସଲରେ ଆଦିବାସୀର ଅଧିକାରକୁ ଧୋକାଦେଇ ପ୍ରତାରଣା କରି ବିଧାୟକ ଭାବେ ଲଢ଼ିବାକୁ ଯାଉଛନ୍ତି । ତାଙ୍କ ନାମରେ ଜାଲ ପ୍ରମାଣପତ୍ର କେସ ନଂ ୪୦/୧୦ରେ ଆରଡିସିଙ୍କ ପାଖରେ ବିଚାରଧିନ ଅଛି ବୋଲି କହିଛି କୁଇ ସମାଜ ସେବା ସମିତି ।

ଏହା ମଧ୍ୟ ପଢ଼ନ୍ତୁ...କନ୍ଧମାଳର ତିନି ବିଧାୟକ ପ୍ରାର୍ଥୀଙ୍କୁ ନକଲି ଆଦିବାସୀ ଦାବି କଲା କୁଇ ସମାଜ ସେବା ସମିତି - Kandhamal Kui Society

ସେହିପରି ବାଲିଗୁଡା ନିର୍ବାଚନୀ ମଣ୍ଡଳୀରେ ଭାଜପା ଦେଇଥିବା ବିଧାୟକ ପ୍ରାର୍ଥିନୀ କଳ୍ପନା କହଁର ଜଣେ ଅଣ ଆଦିବାସୀ ଓ ସେ ସାଧାରଣବର୍ଗର ଲୋକଙ୍କୁ ବିବାହ କରିଛନ୍ତି । ଆଦିବାସୀ ସମାଜରୁ ସେ ଅଲଗା ହୋଇ ରହିଛନ୍ତି । ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରତିଭା କହଁରଙ୍କୁ ବିଧାୟିକା ପ୍ରାର୍ଥିନୀ ଘୋଷଣା କରାଯାଇଛି । ସେ ମଧ୍ୟ ଅନ୍ୟ ଜାତିରେ ବିବାହ କରିଛନ୍ତି । ଆଦିବାସୀ ସମାଜ ଦ୍ୱାରା ଗ୍ରହଣୀୟ ନୁହଁନ୍ତି । ତେଣୁ ସେମାନଙ୍କ ପ୍ରାର୍ଥୀତ୍ୱକୁ ପରିବର୍ତ୍ତନ କରାଯାଉ ବୋଲି କୁଇ ସାମାଜ ଦାବି କରିବା ସହ ଏହାର ପ୍ରତିବାଦରେ ଆଗାମୀ 16 ତାରିଖ ଦିନ 12 ଘଣ୍ଟିଆ କନ୍ଧମାଳ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛି କୁଇ ସାମାଜ । ଏହି ସାମ୍ବାଦିକ ସମ୍ମିଳନୀରେ ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ବାଲିଗୁଡା ଶାଖା ସଭାପତି ମନୋଜ ମଲ୍ଲିକ, କୋଷାଧ୍ୟକ୍ଷ ଭାବୀନ୍ଦ୍ର କହଁର, ନାରୀନେତ୍ରୀ ଗୀତାଞ୍ଜଳୀ କହଁର, ସରିତା କହଁରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.