ETV Bharat / state

କଟକ ମୋଟର କର୍ମଚାରୀ ସଂଘର ମନମାନି, ସିଏନବିଟିରେ ଏଣ୍ଟ୍ରି ଫି ନଦେବାକୁ ବସ ମାଲିକ ସଂଘର ନିଷ୍ପତ୍ତି - କଟକ ବସ ମାଲିକ ସଂଘ

Cuttack Bus owner association: ନେତାଜୀ ବସ ଟର୍ମିନାଲରେ ବିଶୃଙ୍ଖଳା ଅଭିଯୋଗ । କଟକ ମୋଟର କର୍ମଚାରୀ ସଂଘ ବେଆଇନ ଭାବରେ ଟର୍ମିନାଲ ପରିସରରେ ଟିକେଟ କାଟୁଥିବା ଅଭିଯୋଗ କରାଯାଇଛି । ଅଧିକ ପଢ଼ନ୍ତୁ

କଟକ ମୋଟର କର୍ମଚାରୀ ସଂଘର ମନମାନି
କଟକ ମୋଟର କର୍ମଚାରୀ ସଂଘର ମନମାନି
author img

By ETV Bharat Odisha Team

Published : Feb 8, 2024, 10:12 PM IST

କଟକ ମୋଟର କର୍ମଚାରୀ ସଂଘର ମନମାନି

କଟକ: ନେତାଜୀ ବସ ଟର୍ମିନାଲରେ ବିଶୃଙ୍ଖଳା ଅଭିଯୋଗ । କଟକ ମୋଟର କର୍ମଚାରୀ ସଂଘ ବେଆଇନ ଭାବରେ ଟର୍ମିନାଲ ପରିସରରେ ଟିକେଟ କାଟୁଥିବା ଅଭିଯୋଗ କରାଯାଇଛି । ଏହି ଅଭିଯୋଗରେ କଟକ ବସ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ସମ୍ମିଳନୀରେ ସଂଘ ସଭାପତି ଏହାର ବିରୋଧ କରିବା ସହ ଆସନ୍ତାକାଲି ଠାରୁ ସେମାନେ ସିଏନବିଟି (CNBT)ରେ ଏଣ୍ଟ୍ରିଫି ଦେବେ ନାହିଁ ବୋଲି ସଂଘ ସଭାପତି କହିଛନ୍ତି ।

ବେଆଇନ ଭାବେ କଟକ ମୋଟର କର୍ମଚାରୀ ସଂଘ ଟର୍ମିନାଲ ପରିସରରେ ଟିକେଟ ଆଦାୟ କରୁଛି । ତେଣୁ ଏକ ସାମ୍ବାଦିକ ସମ୍ମିଳନୀରେ ବସ ମାଲିକ ସଂଘ ପକ୍ଷରୁ ଏହାର ବିରୋଧ କରାଯିଇଛି । ସୂଚନା ଅନୁଯାୟୀ, ଟର୍ମିନାଲ ପରିସରରେ ମଟର କର୍ମଚାରୀ ସଂଘ ବେଆଇନ ଭାବେ ବସରୁ ଅର୍ଥ ଆଦାୟ କରୁଛନ୍ତି । ମୋ ବସ ଓ ସରକାରୀ ବସ ପାଇଁ ଉଦିଷ୍ଟ ଥିବା ଘରେ ଟିକେଟ କଟାଯାଉଛି । ଯାହାର ପ୍ରଭାବରେ ଯାତ୍ରୀ ମାନଙ୍କୁ ଅଧିକ ଦାମରେ ଟିକେଟ ବିକ୍ରି କରୁଛନ୍ତି । ଏ ବିଷୟରେ ବାରମ୍ବାର ସିଡିଏ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ବାଧ୍ୟ ହୋଇ ଆସନ୍ତାକାଲି (ଶୁକ୍ରବାର) ଠାରୁ ସିଏନବିଟି (CNBT)ରେ ବସ ଏଣ୍ଟ୍ରି-ଫି ନଦେବାକୁ ଚେତାବନୀ ଦେଇଛି ବସ ମାଲିକ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ.... ଇଆଇସିଏସ ହସ୍ପିଟାଲ ଆଗରେ ଗଣଧାରଣା, ନିଯୁକ୍ତିରେ ଅନିୟମିତତା ଅଭିଯୋଗ

୭ ଦିନ ଭିତରେ ସଂଘର ଦାବି ମୁତାବକ ସମାଧାନ ନହେଲେ ସେମାନେ ଚରମ ପଦକ୍ଷେପ ନେବେ ବୋଲି କହିଛନ୍ତି । ସେମାନଙ୍କର ଅଭିଯୋଗ ହେଲା, ଟର୍ମିନାଲ ପରିସରରେ ମୋଟର କର୍ମଚାରୀ ସଂଘ ମନମାନି ଚଳାଇଛି । ମୁଖ୍ୟତଃ ରାତ୍ରୀକାଳୀନ ବସ ଗୁଡିକରୁ ଦାଦାବଟି ଆଦାୟ ହେଉଛି । ନିର୍ଦ୍ଦିଷ୍ଟ ରୁଟ ଲାଗି ଉଦ୍ଦିଷ୍ଟ ବସ ରଖାଇ ଦେଉନାହାନ୍ତି ମୋଟର କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ । ଟିକେଟ ବୁକିଂ ଆଳରେ ଯାତ୍ରୀଙ୍କ ସହ ଜୁଲମ କରୁଥିବାର ଅଭିଯୋଗ ଆଣିଛି କଟକ ଘରୋଇ ବସ ମାଲିକ ସଂଘ ।

ତେବେ ଏଭଳି ସମସ୍ୟାକୁ ନେଇ ସେମାନେ ପୁଲିସ ଠାରୁ ଆରମ୍ଭ କରି ସିଏନ୍‌ବିଟି ଏବଂ ସିଡିଡିଏ କର୍ତ୍ତୃପକ୍ଷ, ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଆସନ୍ତାକାଲି ଠାରୁ ସେମାନେ ଏଣ୍ଟ୍ରିଫି ଦେବା ବନ୍ଦ କରିବାଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି କଟକ ଘରୋଇ ବସ ମାଲିକ ସଂଘର କର୍ମକର୍ତା । ଅନ୍ୟପଟେ ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ। ଖୁବଶୀଘ୍ର ଘରୋଇ ବସ ମାଲିକ ସଂଘ ଓ ମୋଟର କର୍ମଚାରୀ ସଂଘ ମଧ୍ୟରେ ଥିବା ବିବାଦକୁ ସମାଧାନ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.