ETV Bharat / state

ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ଲମ୍ବାଲାଇନ, ପୂର୍ତ୍ତବିଭାଗ ଡାକବଙ୍ଗଳାରୁ ବାସଭବନ ଫେରିଲେ ମହାମହିମ - ଓଡ଼ିଶାରେ ରାଷ୍ଟ୍ରପତି

President At Her Residence: ଭାରତର ମହାମହିମ ରାଷ୍ଟ୍ରପତି 4 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।ପୂର୍ତ୍ତବିଭାଗ ଡାକବଙ୍ଗଳାରୁ ବାସଭବନ ଫେରି ସେଠାରେ ରାତ୍ରୀଯାପନ କରିବେ । ଅଧିକ ପଢନ୍ତୁ

ବାସଭବନରେ ମହାମହିମ
ବାସଭବନରେ ମହାମହିମ
author img

By ETV Bharat Odisha Team

Published : Feb 28, 2024, 10:41 PM IST

ବାସଭବନରେ ମହାମହିମ

ରାଇରଙ୍ଗପୁର : ଭାରତର ମହାମହିମ ରାଷ୍ଟ୍ରପତି 4 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜିଲ୍ଲାରେ ସମସ୍ତ କାର୍ଯ୍ୟକ୍ରମ ସାରି ନିଜ ବାସଭବନରେ ରାତ୍ରୀଯାପନ କରୁଛନ୍ତି । ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ବରୀଙ୍କ ଦର୍ଶନ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ରାଇରଙ୍ଗପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ଥିବା କେନ୍ଦ୍ର ସରକାରଙ୍କ ହଲିଡେ ହୋମ୍ ଶିଳାନ୍ୟାସ କରିଛନ୍ତି । ଏଥି ସହିତ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାର କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି। ସମସ୍ତ କାର୍ଯ୍ୟକ୍ରମ ପରେ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଯାଇଥିଲେ ମହାମହିମ । ସେଠାରେ ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ପରେ ନିଜ ବାସଭବନକୁ ଆସିଛନ୍ତି ମହାମହିମ।

  • " class="align-text-top noRightClick twitterSection" data="">

ବିଭିନ୍ନ କାର୍ଯ୍ୟକ୍ରମର ସମାପ୍ତି ପରେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଅଳ୍ପ ସମୟ ପାଇଁ ଯାଇଥିଲେ ରାଷ୍ଟ୍ରପତି। ସେଠାରେ କିଛି ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ କରିବାର କାର୍ଯକ୍ରମ ରହିଥିଲା। ପୂର୍ବରୁ ସାକ୍ଷାତ ପାଇଁ ଅନୁମତି ନେଇଥିବା କିଛି ସ୍ଥାନୀୟ ବାସିନ୍ଦା, ସମ୍ପର୍କୀୟ ଓ ବରିଷ୍ଠ ନେତାମାନଙ୍କ ସହିତ ସେଠାରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ପରେ ସେଠାରୁ ସୁରକ୍ଷା ବଳୟ ମଧ୍ୟରେ କାରକେଡ ଯୋଗେ ନିଜ ବାସଭବନକୁ ଆସିଥିଲେ ମହାମହିମ। ନିଜ ବାସଭବନରେ ଭାଇ, ଭାଉଜ ଓ ସମ୍ପର୍କୀୟଙ୍କ ସହିତ ସମୟ ଅତିବାହିତ କରି ନିଜ ବାସଗୃହରେ ବିଶ୍ରାମ ନେବେ ମହାମହିମ।

ଏହା ମଧ୍ୟ ପଢନ୍ତୁ...ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି, କହିଲେ ଜନ୍ମମାଟି ପାଇଁ ଆଜି ମୁଁ ମହାମହିମ

ଏହା ମଧ୍ୟ ପଢନ୍ତୁ...ଜନ୍ମମାଟିରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ମା' କୀଚକେଶ୍ବରୀ ମନ୍ଦିରରେ ରାଷ୍ଟ୍ରପତି

ମହାମହିମ ନିଜ ବାସଭବନରେ ସାନ ଭାଇ ଓ ଭାଉଜଙ୍କ ସହ ରାତ୍ରୀ ଭୋଜନ ଓ ରାତ୍ରୀଯାପନ କରିବେ। ତେବେ ମହାମହିମଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାସଗୃହ ସମ୍ମୁଖରେ ପୋଲିସର ଛାଉଣୀ ଥିବା ଦେଖିବାକୁ ମିଳିଛି। ଏସଓଜିର କମାଣ୍ଡୋମାନେ ମଧ୍ୟ ମୁତୟନ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଞ୍ଚଳବାସୀ ପୂର୍ବରୁ 'ଦିଦି' ବୋଲି ସମ୍ବୋଧନ କରୁଥିଲେ । ତେବେ ନିଜ ଦିଦିଙ୍କ ଗୋଟିଏ ଝଲକ ଦେଖିବାକୁ ମହୁଲଡିହା ସ୍ଥିତ ବାସଭବନ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ମହାମହିମ ନିଜ ଜନ୍ମଭୂମିରୁ କେନ୍ଦୁଝର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ରହିଛି।

ରାଇରଙ୍ଗପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ ରାଷ୍ଟ୍ରପତି । ସେ କହିଥିଲେ, "ମୟୂରଭଞ୍ଜକୁ ବାରମ୍ବାର ଆସିବା ପଛର କାରଣ କ'ଣ ବୋଲି ସାମ୍ବାଦିକ ବନ୍ଧୁ ପଚାରିଥିଲେ । ଏ ମାଟିର ଜନସାଧାରଣଙ୍କ ସ୍ନେହ ଶ୍ରଦ୍ଧା ପାଇ ପାଇଁ ଆଜି ମୁଁ ମହାମହିମ । ତେଣୁ ଏ ମାଟିକୁ କିପରି ଭୁଲି ପାରିବି?" କାର୍ଯ୍ୟକ୍ରମ ଶେଷ ହେବା ପରେ ମହାମହିମ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ପ୍ରସ୍ଥାନ କରିଥିଲେ। ବର୍ତ୍ତମାନ ନିଜ ବାସଭବନରେ ରାତ୍ରୀଯାପନ କରୁଥିବାବେଳେ ଆସନ୍ତାକାଲି କେନ୍ଦୁଝର ଗସ୍ତର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.