ETV Bharat / state

ପୁଣି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୂଚୀ ପରିବର୍ତ୍ତନ: 23ରେ ଜନ୍ମମାଟିକୁ ଆସୁଛନ୍ତି ମହାମହିମ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର

ପୁଣି ବଦଳିଛି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ଜନ୍ମମାଟି ମୟୂରଭଞ୍ଜ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର ଚାଲିଛି ।

author img

By ETV Bharat Odisha Team

Published : 8 hours ago

President Droupadi Murmu To Visit Odisha
President Droupadi Murmu To Visit Odisha (ETV Bharat Odisha)

ରାଇରଙ୍ଗପୁର: ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ୪ର୍ଥ ଥର ପାଇଁ ଆସନ୍ତା ୨୩ ତାରିଖରେ ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି । ଯାହାକୁ ନେଇ ଜନ୍ମ ମାଟି ରାଇରଙ୍ଗପୁର ଉପଖଣ୍ଡରେ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ରାଇରଙ୍ଗପୁରର ମହିଳା ମହାବିଦ୍ୟାଳୟରେ ମ୍ୟାଡମ ପ୍ରେସିଡେଣ୍ଟଙ୍କ ଭିଜିଟ୍ ଥିବାରୁ ସେଠାରେ ମଧ୍ୟ ଚାଲିଛି ଜୋରଜୋର ପ୍ରସ୍ତୁତି । ସମୟ ଯେତିକି ପାଖେଇ ପାଖେଇ ଆସୁଛି କଲେଜ କର୍ତ୍ତୃପକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ପ୍ରବଳ ହେବାରେ ଲାଗିଛି । ସେପଟେ 23 ତାରିଖରେ ବାତ୍ୟା ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଏହି ଦିନ ହେବ ନାଁ ପୁଣି ପରିବର୍ତ୍ତନ କରାଯିବ ତାହାକୁ ନେଇ ସନ୍ଦେହ ଦେଖାଦେଇଛି।

ଜନ୍ମମାଟିକୁ ଆସିବେ ମହାମହିମ:

ଅକ୍ଟୋବର ମାସ ୨୩ ତାରିଖ (ବୁଧବାର) ଦିନ ମୟୂରଭଞ୍ଜ ଜିଲ୍ଲା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ କାର୍ଯ୍ୟସୂଚୀ ଅନୁସାରେ, ବୁଧବାର ଦିନ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୮ଟା ୫୫ରେ ବାଙ୍ଗିରିପୋଷି ପହଞ୍ଚିବେ । ସେଠାରେ ୩ ଟି ରେଳ ଲାଇନ୍‌ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସେଗୁଡିକ ହେଲା ବାଙ୍ଗିରିପୋଷିରୁ ଗୋରୁମହିଷାଣୀ, ବାଦାମପାହାଡରୁ କେନ୍ଦୁଝର ଓ ବୁଡାମୋରାରୁ ଜାମଶୋଳା ରେଳ ସଂଯୋଗୀକରଣ । ଏଥି ସହିତ ଭିସି ଜରିଆରେ ରାଇରଙ୍ଗପୁର ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ଦାଣ୍ଡବୋଷ ଏୟାରପୋର୍ଟ ଓ ରାଇରଙ୍ଗପୁର ଡାକ୍ତରଖାନାକୁ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଶିଳାନ୍ୟାସ କରିବେ ।

ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି:

ପରେ ରାଷ୍ଟ୍ରପତି ଉପରବେଡା ସରକାରୀ ୟୁପି ସ୍କୁଲ୍ ପହଞ୍ଚିବେ । ସେଠାରେ ସ୍କୁଲ ପରିଦର୍ଶନ ସହିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ସାକ୍ଷାତ କରି ଉପରବେଡା ସ୍ଥିତ ନିଜ ଘରେ ରହି ଗ୍ରାମବାସୀଙ୍କ ସହିତ ସାକ୍ଷାତ କରିବାର କାର୍ଯକ୍ରମ ରହିଛି । ସେଠାରୁ ସ୍ବତନ୍ତ୍ର କାରକେଡରେ ବାହାରି ସଡ଼କ ପଥରେ ଦିନ ୧୨ଟା ୪୫ ସମୟରେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରହିବାର ସ୍ଥିରୀକୃତ ହୋଇଛି । ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ ମହାମହିମ । ପରେ ସେଠାରୁ ରାଇରଙ୍ଗପୁର ଡାକ୍ତରଖାନାକୁ ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ପ୍ରଦାନ ଓ ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ । ସେଠାରେ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ ଭାବ ବିନିମୟ କରିବେ । ସେଠାରୁ ରାଇରଙ୍ଗପୁର ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଯାଇ ସେଠାରେ ମହାଦେବଙ୍କ ଦର୍ଶନ ଓ ଆରତୀରେ ଯୋଗ ଦେବେ । ସେଠାରୁ ୩ଟା ୪୦ ସମୟରେ ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ ଯାଇ ସେଠାକୁ କଲେଇକୁଣ୍ଡା ଓ ସେଠାରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ ।

ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି:

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇରାଇରଙ୍ଗପୁର ସହ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଜୋରଦାର ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ବିଭ୍ରାଟ ନ ହୁଏ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ମହିଳା ମହାବିଦ୍ୟାଳୟର ସାଜସଜ୍ଜା କାମ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଉକ୍ତ ମହାବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସହିତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସେଠାରେ ବିଭିନ୍ନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବା ନେଇ ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହିତ ଥିବାବେଳେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବେ କହିବା ସହିତ ବିଦ୍ୟାଳୟର ସମସ୍ୟା ବିଷୟରେ ମହାମହିମଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ହେବ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ

ଏହା ମଧ୍ୟ ପଢ଼ନ୍ତୁ...RI ଅମିନ ପରୀକ୍ଷା ବିଭ୍ରାଟ, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପରୀକ୍ଷାର୍ଥୀ

ଏହା ମଧ୍ୟ ପଢ଼ନ୍ତୁ...ବଦଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସୂଚୀ, ୨୩ ନୁହେଁ ୨୪ରେ ଆସିବେ ବାଙ୍ଗିରିପୋଷି

ସର୍ବୋଚ୍ଚ ନାଗରିକଙ୍କୁ ସ୍ବାଗତ ପାଇଁ ଚକାଚକ୍ ହେଉଛି ମହାବିଦ୍ୟାଳୟ:

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ବାଙ୍ଗିରିପୋଷିରୁ ରାଇରଙ୍ଗପୁର ଆସିବା ପରେ ଉପରବେଡା, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ, ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ଓ ରାଇରଙ୍ଗପୁର ଡାକ୍ତରଖାନାରେ ରହିଛି କାର୍ଯ୍ୟକ୍ରମ । ମହିଳା ମହାବିଦ୍ୟାଳୟରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ପ୍ରଧାନଶିକ୍ଷକ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଦେଶର ସର୍ବୋଚ୍ଚ ନାଗରିକଙ୍କୁ ସ୍ବାଗତ କରିବା ପାଇଁ ଚକାଚକ୍ ହେଉଛି ମହାବିଦ୍ୟାଳୟ । ଯେପରି ସାଜସଜ୍ଜାରେ କମି ନହୁଏ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.