ETV Bharat / state

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ବାପଘର ଗାଁକୁ ଯିବେ ମହାମହିମ, ଆରିସା ପିଠା କରିଛନ୍ତି ପୁତୁରା ବୋହୁ

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ବାପଘରକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାଁରେ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ।

President Droupadi Murmu
President Droupadi Murmu (ETV Bharat Odisha)
author img

By ETV Bharat Odisha Team

Published : 7 hours ago

ରାଇରଙ୍ଗପୁର: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ବାପଘର ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପଦବୀକୁ ଅଳଙ୍କୃତ କରିବା ପରେ ପ୍ରଥମ ଥର ନିଜ ଜନ୍ମମାଟିରେ ପାଦ ଦେବାକୁ ଯାଉଛନ୍ତି ରାଷ୍ଟ୍ରପତି । ମହାମହିମଙ୍କୁ ସ୍ବାଗତ କରିବା ଅତ୍ୟନ୍ତ ଉତ୍ସୁକତାର ସହ ଚାହିଁ ରହିଛନ୍ତି ଗାଁ ଲୋକ । ସେପଟେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁ ସ୍ଥିତ ଘରକୁ ଆସୁଥିବାରୁ ବାପାଘର ଲୋକମାନେ ମହାମହିମଙ୍କ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ।

ଉତ୍ସାହିତ ମହାମହିମଙ୍କ ଜନ୍ମମାଟି:

ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ଅକ୍ଟୋବର ୨୩ ତାରିଖ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ପହଞ୍ଚିବେ ମହାମହିମ । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳ ପହଞ୍ଚି ସେଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଭାସୀ ଜରିଆରେ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ । ସେଠାରୁ ସେ ବାୟୂସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନିଜ ଜନ୍ମସ୍ଥାନ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମକୁ ପହଞ୍ଚିବେ । ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅର୍ଥାତ୍ ରାଷ୍ଟ୍ରପତି ପଦବୀକୁ ଅଳଙ୍କୃତ କରିବା ପରେ ପ୍ରଥମ ଥର ନିଜ ଜନ୍ମ ମାଟିରେ ପାଦ ଦେବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ । ଜନ୍ମ ମାଟିରେ ଅତ୍ୟନ୍ତ ଉତ୍ସୁକତାର ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଅନେଇ ରହିଛନ୍ତି ଗାଁ ଲୋକଙ୍କ ସହ ସାଙ୍ଗ ସାଥି ଓ ପରିବାର ବର୍ଗଙ୍କ ସହ ସମସ୍ତ ସମ୍ପର୍କୀୟ ।

President Droupadi Murmu (ETV Bharat Odisha)

ରାଷ୍ଟ୍ରପତି ଖାଇବେ ଆରିଶା ପିଠା:

ଏନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହେବା ଉପରେ ରହିଛି । ଉପରବେଡା ସ୍ଥିତ ଘରେ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । ଘରଦ୍ବାର କାନ୍ଥ ବାଡକୁ ସୁନ୍ଦର ଭାବରେ ସାଜସଜ୍ଜା କରାଯାଉଛି । ଦୀର୍ଘ ବର୍ଷ ପରେ ମହାମହିମ ନିଜ ଜନ୍ମସ୍ଥାନକୁ ଆସିବେ ତେଣୁ ଆଦିବାସୀ ପାରମ୍ପରିକ ରୀତିନୀତିରେ ତାଙ୍କୁ ସ୍ବାଗତ କରାଯିବ ବୋଲିି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁତୁରା ବୋହୁ ଦୁଲାରୀ ଟୁଡୁ କହିଛନ୍ତି । ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକ୍ରମ ପରେ ମହାମହିମ ନିଜ ଘରକୁ ଆସିବେ । ତେଣୁ ତାଙ୍କୁ ବିଶେଷ ଭାବରେ ସ୍ବାଗତ କରାଯିବ । ତାଙ୍କ ପାଇଁ ସ୍ବାଦିଷ୍ଟ ଆରିଶା ପିଠା କରିଥିବା କହିଛନ୍ତି ପୁତୁରା ବୋହୁ ଦୁଲାରୀ ।

ପିଉସୀଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଜୋରଦାର:

ଅଳ୍ପ ସମୟ ପାଇଁ ଏଠାରେ ମହାମହିମ ରହିବାର କାର୍ଯ୍ୟକ୍ରମ ଥିବାବେଳେ ସେହି ସମୟରେ ପିଉସୀଙ୍କ ସହିତ ଘରୋଇ ଆଲୋଚନା କରିବେ ପୁତୁରା ବୋହୁ ଦୁଲାରୀ ଓ ପୁତୁରା ଦୁଲାରାମ । ନିଜ ଘରେ ଅନ୍ୟ ସମ୍ପର୍କୀୟଙ୍କ ସହିତ ସାକ୍ଷାତ କରି ଅଧିକ ଆଲୋଚନା କରିବେ ମହାମହିମ । ଦୁଲାରୀଙ୍କ ସ୍ବାମୀ ଦୁଲାରାମ ଟୁଡୁ ପଶ୍ଚିମବଙ୍ଗର ଗୋଟିଏ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବେଳେ ପିଉସୀଙ୍କୁ ସ୍ବାଗତ କରିବା ଆସନ୍ତାକାଲି ସେ ବି ଘରେ ପହଞ୍ଚିବେ । ତେବେ ମହାମହିମ ପିଉସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବିଶେଷ ଖୁସି ଓ ଉତ୍ସାହିତ ଥିବା କହିଛନ୍ତି ଦୁଲାରୀ ଟୁଡୁ ।

ମହାମହିମଙ୍କ ବାପଘର:

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ ୨୦ ତାରିଖ ୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାଆଙ୍କ ନାମ ସିନଗୋ ଟୁଡୁ ଓ ବାପା ବିରଞ୍ଚି ନାରାୟଣ ଟୁଡୁ ଉପରବେଡା ଗ୍ରାମର ପ୍ରଧାନ (ମୁଖିଆ) ଥିଲେ । ବିରଞ୍ଚି ନାରାୟଣ ଟୁଡୁଙ୍କ ତିନୋଟି ସନ୍ତାନ ମଧ୍ୟରୁ ଦ୍ରୌପଦୀ ମୁର୍ମୁ ବଡ଼ ଥିଲେ । ତାଙ୍କ ପରେ ଭାଇ ଭଗତ ଚରଣ ଟୁଡୁ ଓ ସାନଭାଇ ହେଲେ ତରଣୀସେନ ଟୁଡୁ । ତେବେ ଭଗତ ଚରଣ ଟୁଡୁଙ୍କ ଦେହାନ୍ତ ପରେ ଉପରବେଡା ସ୍ଥିତ ଘରେ ସ୍ବର୍ଗତ ଭଗତ ଟୁଡୁଙ୍କ ପୁଅ ଦୁଲାରାମ ଟୁଡୁ ଓ ବୋହୁ ଦୁଲାରୀ ଟୁଡୁ ରହୁଛନ୍ତି । ମହାମହିମଙ୍କ ସାନଭାଇ ତରଣୀସେନ ଟୁଡୁ ଓ ତାଙ୍କ ସ୍ତ୍ରୀ ରାଇରଙ୍ଗପୁର ସ୍ଥିତ ବାସଭବନରେ ରୁହନ୍ତି । ମହାମହିମଙ୍କ ସହିତ ସାନଭାଇ ତରଣୀସେନ ଓ ସାନ ଭାଉଜ ଅଧିକାଂଶ ସମୟ ରୁହନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଷ୍ଟ୍ରପତିଙ୍କୁ ଭେଟିବା ଆଶାରେ ପିଲାଦିନର ସାଙ୍ଗ ତୋପୋତୀ ମଣ୍ଡଳ

ଏହା ମଧ୍ୟ ପଢ଼ନ୍ତୁ...ପୁଣି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୂଚୀ ପରିବର୍ତ୍ତନ: 23ରେ ଜନ୍ମମାଟିକୁ ଆସୁଛନ୍ତି ମହାମହିମ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର

ଏହା ମଧ୍ୟ ପଢ଼ନ୍ତୁ...ବଦଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସୂଚୀ, ୨୩ ନୁହେଁ ୨୪ରେ ଆସିବେ ବାଙ୍ଗିରିପୋଷି

କେବେ ରାଜନୀତିକୁ ଆସିଲେ ରାଷ୍ଟ୍ରପତି :

ତେବେ ଉପରବେଡା ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛାତ୍ରୀ ଜୀବନ କଟିଥିଲା । ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ଉପରବେଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିଥିବା ବେଳେ ପରେ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବରରେ ଶିକ୍ଷା ସମାପ୍ତ ପରେ ସେ ଭୁବନେଶ୍ୱର ସଚିବାଳୟରେ ଚାକିରୀ ଆରମ୍ଭ କରିଥିଲେ । ପରେ ସେଠାରୁ ରାଇରଙ୍ଗପୁର ଫେରିଆସି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୧୯୯୪ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଅବୈତନିକ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ହୋଇ ଶିକ୍ଷାଦାନ କରିଥିଲେ । ଏହାପରେ ସେ ୧୯୯୭ ମସିହାରେ ପ୍ରଥମ ଥର ରାଜନୀତିକୁ ପ୍ରବେଶ କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.