ETV Bharat / state

ସ୍ନାନ ଯାତ୍ରା ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ଦର୍ଶନ ସହ ନୀତିକାନ୍ତି ଉପରେ ଗୁରୁତ୍ବ - SNANA YATRA 2024 - SNANA YATRA 2024

SNANA YATRA 2024: ଜୁନ୍ ୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି । ଏସ୍‌ପି ଓ ଦଇତାପତି ନିଯୋଗ ମଧ୍ୟରେ ବସିଲା ବୈଠକ । ଅଧିକ ପଢନ୍ତୁ

PREPARATORY MEETING FOR SNANA YATRA
PREPARATORY MEETING FOR SNANA YATRA (#ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 9:14 PM IST

ପୁରୀ: ସ୍ନାନ ଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ପୁରୀ ଏସପି ଓ ଦଇତାପତି ନିଯୋଗ ମଧ୍ୟରେ ବସିଲା ଗୁରୁତ୍ବ ବୈଠକ । ଜୁନ୍ ୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ହୋଇ ପାରିବ, ସେନେଇ ବିଶେଷ ଗୁରୁତ୍ୱ ଦେଇଛି ପୁରୀ ପୋଲିସ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।

PREPARATORY MEETING FOR SNANA YATRA (#ETV Bharat Odisha)

ଆଜି ଦଇତାପତି ନିଯୋଗ ସହ ପୁରୀ ଏସପି ପିନାକ ମିଶ୍ର ସମସ୍ତ ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି । ପରିମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା ସହ ସ୍ନାନବେଦୀରେ ବିଶୃଙ୍ଖଳିତ ଆଚରଣକୁ ରୋକିବା ପାଇଁ ସିସିଟିଭି କ୍ୟାମେରା ଏବଂ ଟିଭିର ବ୍ୟବସ୍ଥା କରିବା ପାଇଁ ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ବିଶେଷ କରି ମହାପ୍ରଭୁଙ୍କ ଜଳଲାଗି ଓ ହାତୀ ବେଶ ସମୟରେ କୌଣସି ସେବାୟତ ଯେଭଳି ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଛିଡା ହୋଇ ବାଧା ସୃଷ୍ଟି କରିବେ ନାହିଁ ଓ ହାତୀବେଶ ଅକ୍ଷୁର୍ଣ୍ଣ ରହିବ ସେ ଉପରେ ମଧ୍ୟ ଦଇତାପତି ନିଯୋଗ ଏସପିଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେଇଛନ୍ତି ।

ପୁରୀ ଏସପିଙ୍କ କନଫରେନ୍ସ ହଲ୍ ଠାରେ ଆୟୋଜିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସହ ନିଯୋଗର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ସ୍ନାନ ଯାତ୍ରା ଓ ରଥଯାତ୍ରା ଶୃଙ୍ଖଳିତ ହେବ ବୋଲି ଆଶା ରଖିଛନ୍ତି ଉଭୟ ସେବାୟତ ଓ ପୋଲିସ ପ୍ରଶାସନ । ତେବେ ସ୍ନାନ ପୂର୍ଣ୍ଣିମା ଦିନ ପହଣ୍ଡି ସମୟ ଭୋର ୪ଟାରୁ ୬ଟା ରହିଛି ।
ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଅଣାୟତ ଗହଳି; ଆଇନ ମନ୍ତ୍ରୀ କହିଲେ ରଜ ଛୁଟି ପାଇଁ ବଢିଛି ଭିଡ଼ - Crowd Managament

ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ଦିନ ୨ଟାରେ ଛେରା ପହଁରା, ୨ଟା ୪୦ରେ ହାତୀବେଶ, ୬ଟା ୩୦ରୁ ୯ଟା ୩୦ ମଧ୍ୟରେ ସାହାଣ ମେଲା ଦର୍ଶନ ରହିଛି । ପରେ ୧୦ଟା ୩୦ରୁ ରାତ୍ର ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି, ୧ଟା ୩୦ରେ ସୁନା ଚିତ୍ତା ଓ ରାହୁରେଖା ମଇଲମ ନୀତି କରାଯିବା ନେଇ ନୀତି ନିର୍ଘଣ୍ଟରେ ସୂଚନା ଦିଆଯାଇଛି । ତେବେ ଉକ୍ତ ଦିନର ନୀତି ଅନୁଯାୟୀ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.