ETV Bharat / state

ମୋଦିଙ୍କ ମେଗା ରୋଡ୍ ସୋ’: ଅପେକ୍ଷାରେ ରାଜଧାନୀବାସୀ, ପାର୍ଟି ଅଫିସରେ କରିବେ ଆଲୋଚନା ! - Modi Meeting At Party Office

Modi Meeting At Party Office: ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି । ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 10, 2024, 6:16 PM IST

Updated : May 10, 2024, 7:10 PM IST

Modi Meeting At Party Office
Modi Meeting At Party Office (ETV Bharat Odisha)

ଭୁବନେଶ୍ବର: ମୋଦିଙ୍କ କାର୍ଯ୍ୟକ୍ରମରେ ହୋଇପାରେ ସାମାନ୍ୟ ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି । ମୋଦିଙ୍କ ସ୍ବାଗତ ପାଇଁ ହୋଇଛି ଜୋରଦାର ପ୍ରସ୍ତୁତି । ସେପଟେ ସୁରକ୍ଷା ବଳୟରେ ରହିଛି ରାଜଧାନୀ ଭୁବନେଶ୍ବର । ଜନପଥରୁ ରେଡ୍ କାର୍ପେଟ ବିଜେପି କାର୍ଯ୍ୟାଳୟ ଦ୍ୱାର ପର୍ଯ୍ୟନ୍ତ ବିଛାଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟ ଦ୍ୱାରରୁ ଭିତର ପର୍ଯ୍ୟନ୍ତ ରେଡ୍ କାର୍ପେଟ ବିଛାଯାଇଛି । ଏହାସହିତ ସମ୍ପୂର୍ଣ୍ଣ ପାର୍ଟି ଅଫିସକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।

ତେବେ ମୋଦିଙ୍କ ଅଚାନକ ଗସ୍ତ କାର୍ଯ୍ୟକ୍ରମକୁ ନଜରରେ ରଖି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି । ଯେଉଁଥିରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା ସାମିଲ ହେବାର ସୂଚନା ରହିଛି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ପାର୍ଟି ଅଫିସଠାରୁ ବାଣୀବିହାର ଯାଏଁ ରୋଡ ଶୋ' କରି ପ୍ରଚାର କରିବେ । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।

ଏହା ବି ପଢନ୍ତୁ...ମୋଦିଙ୍କ ଫୋକସରେ ଓଡ଼ିଶା; ଆଜି ଭୁବନେଶ୍ୱରରେ କରିବେ ମେଗା ରୋଡ ସୋ' - PM Modi Roadshow

ଏହା ବି ପଢନ୍ତୁ...ଆଜି ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ସୋ': କମିଶନରେଟ୍ ପୋଲିସର ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ କେଉଁ ଅଞ୍ଚଳରେ ନୋ ଜୋନ - Security Arrangements For PM Modi

ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ SPG କମାଣ୍ଡୋ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ରାସ୍ତା କଡ଼ରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରିଛନ୍ତି SPG। ଏହାସହ ସମସ୍ତ ଗତିବିଧି ଉପରେ ନଜର ରଖିବା ପାଇଁ ଜନପଥରେ ଲାଗିଛି ସିସିଟିଭି । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି । ଏହି ନିୟମ ଅନୁଯାୟୀ ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାରରେ ଯାତାୟତ ବନ୍ଦ ରହିଛି । ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ଅପରାହ୍ନ ୪ଟାରୁ ଯାତାୟତ ବନ୍ଦ ଥିବାବେଳେ ଏହା ରାଲି ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 10, 2024, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.