ETV Bharat / state

ବାହୁଡ଼ାରେ ମାଉସୀ ମା’ ହାତରୁ ପୋଡ଼ ପିଠା ଖାଇବେ ମହାପ୍ରଭୁ, ଏମିତି ହୁଏ ପ୍ରସ୍ତୁତି - Preparation Of Poda Pitha

author img

By ETV Bharat Odisha Team

Published : Jul 14, 2024, 10:57 PM IST

Preparation Of Poda Pitha For Lord Jagannath: ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ କାଳିଆ ଠାକୁର । ଏଥିପାଇଁ ମାଉସୀ ମା’ଙ୍କ ପୂଜକ ପ୍ରସ୍ତୁତ କରିଛନ୍ତି ପୋଡ଼ପିଠା । ଅଧିକ ପଢ଼ନ୍ତୁ

PODA PITHA
PODA PITHA (ETV Bharat Odisha)

ପୁରୀ: କାଳିଆ ଠାକୁରର ଭାରି ପ୍ରିୟ ପୋଡପିଠା । ଖାଇବା ଶେଷରେ ପୋଡ଼ପିଠା ପରଷି ଦିଅନ୍ତି ମା’ ଲକ୍ଷ୍ମୀ ଠାକୁରାଣୀ । ହେଲେ ଏବେ ନବଦିନାତ୍ମକ ଯାତ୍ରାରେ ମାଉସୀ ମା’ ଘର ଯାଇଛନ୍ତି ମହାପ୍ରଭୁ । ସାଙ୍ଗରେ ଭାଇ ବଳଭଦ୍ର ଓ ଗେହ୍ଲି ଭଉଣୀ ସୁଭଦ୍ରାଙ୍କୁ ନେଇଛନ୍ତି । ବଡ ଖିଆର ମନ ଜାଣି ମାଉସୀ ମା’ ଘରେ ବି ଚାଲିଛି ପୋଡପିଠା ପ୍ରସ୍ତୁତି । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ଏହି ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା ।

Preparation Of Poda Pitha For Lord Jagannath (ETV Bharat Odisha)

ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ଏହି କ୍ରମରେ ରଥଯାତ୍ରାରେ ମହାପ୍ରଭୁ କାଳିଆ ଠାକୁର ନିଜ ଜନ୍ମସ୍ଥାନ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି । ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ । ଏହି ପରମ୍ପରା
କାହିଁ କେଉଁ ଯୁଗରୁ ରହିଆସିଛି । ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି । ମାଉସୀ ମା’ଙ୍କ ପୂଜକ ବିଶ୍ଵନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତି ବି ନିଆରା ।

ଏହା ମଧ୍ୟ ପଢ଼ନ୍ତୁ...ଖୋଲାଯାଇ ପୁଣି ସିଲ୍‌ ହେଲା ବାହାର ଓ ଭିତର ରତ୍ନଭଣ୍ଡାର, ନିଳାଦ୍ରୀବିଜେ ପରେ ଗଣତି-ମଣତି - Ratna Bhanadar opens

କେମିତି ତିଆରି ହୁଏ କାଳିଆ ପାଇଁ ପୋଡପିଠା:

ମାଉସୀ ମାଆ ମନ୍ଦିରର ପୂଜକ ବିଶ୍ଵନାଥ ମିଶ୍ର କହିଛନ୍ତି ଯେ, ପୋଡ଼ ପିଠା ପ୍ରସ୍ତୁତ ପୂର୍ବରୁ ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ,ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ । ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ । ଥଣ୍ଡାହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ତିନି ଠାକୁରଙ୍କୁ ତିନିଟି କୁଡୁଆରେ ସମର୍ପଣ କରାଯାଇଥାଏ । ତେବେ ଯଦିଓ ଏହାର ନାମ ପୋଡ଼ ପିଠା ରହିଛି ଏହାକୁ କିନ୍ତୁ ପୋଡ଼ାଯାଏ ନାହିଁ । ଏହାକୁ ବାମ୍ଫରେ ସିଝା ଯାଇ ଘିଅରେ ଛଣା ଯାଇ ପ୍ରସ୍ତୁତ କରାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.