ETV Bharat / state

'ପରବ' ପ୍ରସ୍ତୁତି ଜୋରଦାର, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ - PARAB FESTIVAL PREPARATION

କୋରାପୁଟରେ ଆରମ୍ଭ ହେବାକୁ ଯାଉଛି 'ପରବ' । ଏହି ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ।

Parab Festival Preparation
Parab Festival Preparation (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 10:54 PM IST

କୋରାପୁଟ: ଆରମ୍ଭ ହେବାକୁ ଯାଉଛି 'ପରବ' । ଦୁଲୁକିବ କୋରାପୁଟ । ଏହି ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପଞ୍ଚଦିବସୀୟ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ । ଚଳିତ ବର୍ଷ କୋରାପୁଟ ପରବ ମହୋତ୍ସବ ସ୍ଥାୟୀ ପଡ଼ିଆରେ ଅନୁଷ୍ଠିତ ହେବ । ସେଥିଲାଗି ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ସହ କିଭଳି ରହିବ ପରବ-୨୦୨୪ର ରୂପରେଖ ସେନେଇ କୋରାପୁଟ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କେବେଠୁ ଚାଲିଛି ପ୍ରସ୍ତୁତି?

Parab Festival Preparation (ETV Bharat Odisha)

ଚଳିତବର୍ଷ ପରବ ମହୋତ୍ସବ ପାଳନ ନେଇ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପଞ୍ଚାୟତ ସ୍ତରରେ ବିଭିନ୍ନ କ୍ରୀଡା ସହ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଡିସେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରଙ୍ଗବାଲି କୁମ୍ଭା ଠାରେ ମୁଖ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ଜାତୀୟ ସ୍ତରୀୟ କୋରାପୁଟ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୪ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବା ନେଇ ସୂଚନା ରହିଛି ।

ପ୍ରସ୍ତୁତି ଚୂଡାନ୍ତ:

ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି, "ପରବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାସକ ଆଗରୁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି। ତେବେ ଚଳିତବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାର ଆସୁଛନ୍ତି । ତେଣୁ ଟ୍ରାଫିକ କଟକଣା ଓ ଆଇନ ଶୃଙ୍ଖଳାକୁ ଗୁରୁତ୍ବ ଦିଆଯିବ ।" ଏହାସହ ଏହି କାର୍ଯ୍ୟକ୍ରମ କିପରି ସୁରଖୁରରେ ସମ୍ପାଦିତ ହେବ ସେନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ।

ଏହା ବି ପଢନ୍ତୁ...ଝୁମିବ କୋରାପୁଟ, ଡିସେମ୍ବର 14ରୁ 'ପରବ ୨୦୨୪' ଆରମ୍ଭ

ଏହା ମଧ୍ୟ ପଢନ୍ତୁ...କଂସ ମହାରାଜଙ୍କ ହସରେ କମ୍ପିବ ବରଗଡ଼, ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଏହା ମଧ୍ୟ ପଢନ୍ତୁ...ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଭୁବନେଶ୍ୱର ପ୍ରଧାନ ହେବେ ନୂଆ କଂସ

କହିରଖୁଛୁ, ପୂର୍ବରୁ ତିନିଦିନ ଧରି ପାଳିତ ହେଉଥିଲା 'ପରବ' । ହେଲେ ଏହି ଉତ୍ସବ ଚଳିତ ବର୍ଷ ୫ ଦିନ ଧରି ପାଳିତ ହେବ। କୋରାପୁଟ କଫିକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ମଞ୍ଚ ନିକଟରେ ନ୍ୟାସନାଲ ବୁକ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ପୁସ୍ତକ ପ୍ରଦର୍ଶନୀ ସମସ୍ତଙ୍କୁ ଆକର୍ଷିତ କରିବ ବୋଲି ଆଶା ରହିଛି । ଏହି କାର୍ଯ୍ୟକ୍ରମକୁ ଆଉ ଦିନ କେଇଟା ବାକି ଥିବାବେଳେ ଅପେକ୍ଷାରେ ରହିଛନ୍ତି କୋରାପୁଟବାସୀ ।

ଏହା ମଧ୍ୟ ପଢନ୍ତୁ...ବୁଲିବାକୁ ପ୍ଲାନ କରୁଛନ୍ତି କି ? IRCTC ଆଣିଛି ସ୍ପେଶାଲ ଟୁର୍‌ ପ୍ୟାକେଜ
ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.