ETV Bharat / state

ଥମୁନି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ - Pregnant Woman Carried On Cot - PREGNANT WOMAN CARRIED ON COT

Pregnant Woman Carried On Cot: ଗାଁକୁ ନାହିଁ ପକ୍କା ରାସ୍ତା । ଗାଁ ଭିତରକୁ ଆସିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ଗର୍ଭବତୀ । ଅଧିକ ପଢ଼ନ୍ତୁ

Pregnant Woman Carried On Cot
Pregnant Woman Carried On Cot (ETV Bharat Odisha)
author img

By ETV Bharat Odisha Team

Published : Jul 1, 2024, 5:57 PM IST

ରାୟଗଡ଼ା: ଥମୁନି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଗାଁ ଠାରୁ 500 ମିଟର ଦୂରରେ ଅଟକିଗଲା ଆମ୍ବୁଲାନ୍ସ । ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଖଟିଆରେ ବୋହି ନେବା ପରେ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତର କୋଡିପାରି ମରାଫାସ୍ ଗ୍ରାମରେ ।

Pregnant Woman Carried On Cot (ETV Bharat Odisha)

ସୂଚନା ଅନୁଯାୟୀ, କାଶୀପୁର ବ୍ଲକ କୋଡିପାରି ମାରାଫାସ୍ ଗ୍ରାମର କୁନି ମାଝୀ (୨୨) ଆଜି ସକାଳେ ପ୍ରସବ ବେଦନା ଅନୁଭବ କରିଥିଲେ । ପ୍ରସବ ପାଇଁ କୁନିଙ୍କୁ ସ୍ଵାସ୍ଥ୍ୟକେନ୍ଦ୍ର ନେବା ପାଇଁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ପରେ ଆମ୍ବୁଲାନ୍ସ କୋଡିପାରି ମାରାଫାସ୍ ଗ୍ରାମ ଅଭିମୁଖେ ବାହାରିଥିଲା । କିନ୍ତୁ ପକ୍କା ରାସ୍ତା ନ ଥିବାରୁ ଗାଁଠାରୁ ପ୍ରାୟ ଅଧାକିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ଏହା ଜାଣିବା ପରେ ସ୍ଥାନୀୟ ଆଶାକର୍ମୀ ସଂଯୁକ୍ତା ନାଏକ, ଅଙ୍ଗନବାଡି କର୍ମୀ ସବିତା ନାଏକଙ୍କ ସହଯୋଗରେ ପରିବାର ଲୋକ କୁନିଙ୍କୁ ଖଟିଆରେ ବୋହି ଅଧାକିଲୋମିଟର ପାହାଡ଼ିଆ ରାସ୍ତା ପାର କରାଇବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଗାଁକୁ ନାହିଁ ରାସ୍ତା,ଖଟିଆରେ ବୁହାହେଲେ ଗର୍ଭବତୀ - Pregnant woman carried on cot

ପରେ ଆମ୍ବୁଲାନ୍ସ ଯୋଗେ କୁନିଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୁନିଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ରାସ୍ତା ନଥିବା କାରଣରୁ ଗର୍ଭବତୀଙ୍କୁ ଖଟିଆରେ ବୋହି ନେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ କାଶୀପୁର ବ୍ଲକର ଅଧିକାଂଶ ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରୁନି । ତେଣୁ ଜରୁରୀ ସମୟରେ ଗର୍ଭବତୀ ଓ ରୋଗୀଙ୍କୁ ଭାରରେ ବୁହାଯାଉଛି । ରାସ୍ତାଘାଟ ସୁବିଧା ନ ଥିବା ତଥା ଦୁର୍ଗମ ଅଞ୍ଚଳ ଡଙ୍ଗାସିଲ ପଞ୍ଚାୟତ ମୁନୁଷପଦର ଗ୍ରାମର ୫ ଜଣ ଶିଶୁ ଡିପ୍‌ଥେରିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ରାସ୍ତା ନଥିବା ଗାଁକୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.