ETV Bharat / state

ଓଡ଼ିଶାରେ ହେବ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ - PRAVASI BHARTIYA DIVAS 2024

କାର୍ଯ୍ୟକ୍ରମ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । କେନ୍ଦ୍ର-ରାଜ୍ୟ ଅଧିକାରୀଙ୍କୁ ନେଇ ଗଠନ ହେଲା ବିଭିନ୍ନ କମିଟି । ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ

ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ
ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ (ETV Bharat Odisha)
author img

By ETV Bharat Odisha Team

Published : Oct 20, 2024, 8:15 AM IST

ଭୁବନେଶ୍ବର: ଆସନ୍ତାବର୍ଷ ଜାନୁଆରୀ ୮ ତାରିଖରୁ ଜନତା ମୈଦାନରେ ଆୟୋଜନ ହେବ ‘ପ୍ରବାସୀ ଭାରତୀୟ ଦିବସ’ । ୩ ଦିନିଆ ୧୮ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଚାଲିବ । କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ । କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିଚାଳନା କମିଟି, କାର୍ଯ୍ୟନିର୍ବାହୀ କମିଟି ସହ ବିଭିନ୍ନ ଉପ-କମିଟି ଗଠିତ ହୋଇଛି । ଗତକାଲି ଲୋକସେବା ଭବନରେ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି ।

  • ୧୮ତମ ପ୍ରବାସୀ ଭାରତୀୟ ଦିବସ

ଆସନ୍ତାବର୍ଷ (୨୦୨୫) ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ । ସମାରୋହ ଆୟୋଜନ ପାଇଁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ସମାରୋହର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ
ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ (ETV Bharat Odisha)
  • ୨୦୦୩ ରୁ ଅନୁଷ୍ଠିତ ହୋଇ ଆସୁଛି:-

ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଭାରତର ବିକାଶରେ ପ୍ରବାସୀ ଭାରତୀୟଙ୍କର ଅବଦାନକୁ ସ୍ୱୀକୃତି ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ୧୯୧୫ ମସିହା ଜାନୁଆରୀ ୯ ତାରିଖରେ ଜାତିରପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ‘ପ୍ରବାସୀ ଭାରତୀୟ ଦିବସ’ ୨୦୦୩ ରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲା । ୨୦୧୫ ରୁ ଏହା ପ୍ରତି ୨ବର୍ଷରେ ଥରେ ଅନୁଷ୍ଠିତ ହେଉଛି । ଅଦ୍ୟାବଧି ୧୭ଥର ଏହା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇସାରିଛି । ଗତବର୍ଷ (୨୦୨୩)ରେ ଏହା ମଧ୍ୟ ପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ ।

  • ସମ୍ମାନିତ ହେବେ ସଫଳ ପ୍ରବାସୀ ଭାରତୀୟ:-

ଦେଶ ପ୍ରତି ପ୍ରବାସୀଙ୍କ ଚିନ୍ତାଧାରା ଓ ଭାବନାକୁ ଦେଶବାସୀଙ୍କ ନିକଟରେ ପ୍ରକାଶ କରିବା ସହ ସକରାତ୍ମକ କଥାବାର୍ତ୍ତା ପାଇଁ ଏହା ଏକ ମଞ୍ଚ । ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବା, ସେମାନଙ୍କଠାରୁ ଦେଶବାସୀଙ୍କ ଆଶା ବିଷୟରେ ଜଣାଇବା, ଭାରତର ଯୁବପିଢୀକୁ ପ୍ରବାସୀ ଭାରତୀୟମାନଙ୍କ ସହିତ ସଂଯୋଗ କରିବା ଆଦି ପ୍ରସଙ୍ଗରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରେ । ଏହି ବୃହତ କାର୍ଯ୍ୟକ୍ରମ ଆୟୋଜନ ନେଇ ସମନ୍ଵୟ ଏବଂ ପ୍ରାରମ୍ଭିକ ପ୍ରସ୍ତୁତି ନିମନ୍ତେ ବିଦେଶ ମନ୍ତ୍ରାଳୟର ୫ ଜଣିଆ ପ୍ରତିନିଧି ଦଳ ଓଡିଶା ଆସିଥିଲେ । ଗତ ସେପ୍ଟେମ୍ବର ୨୫ ରୁ ୨୭ ତାରିଖ ଓଡ଼ିଶା ଆସି ମୁଖ୍ୟ ଶାସନ ସଚିବ ଓ ସମ୍ପୃକ୍ତ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

  • ଓଡିଶା ପାଇଁ ସମ୍ମାନର ବିଷୟ: ସିଏସ

ମୁଖ୍ୟ ଶାସନ ସଚିବ କହିଛନ୍ତି," ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମ ପାଇଁ ଗୌରବ ଓ ସମ୍ମାନର ବିଷୟ ହେବ । ସମ୍ମିଳିତ ଉଦ୍ୟମରେ ଏହି ଦିବସ ସଫଳତାର ସହ ଆୟୋଜନ ହେବ । ସେଥିପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । କାର୍ଯ୍ୟକ୍ରମ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେବ । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଏକ ବୃହତ ସମ୍ମିଳନୀ ହେବ । ଯେଉଁଥ‌ିରେ ପାଖାପାଖି ୫୦୦୦ ବ୍ୟକ୍ତି ବିଶେଷ ଭାଗ ନେବେ । କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗ ଦେବେ ।

  • ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସର ଡିଜିଟାଲ ଫ୍ଲାଗଅପ କରିବେ ପ୍ରଧାନମନ୍ତ୍ରୀ :-

ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ୩ୟ ଦିନରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସର ଡିଜିଟାଲ ଫ୍ଲାଗଅପ କରିବା କାର୍ଯ୍ୟକ୍ରମ ରହିଛି । ସମସ୍ତ ଦିବସରେ ପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରବାସୀ ଭାରତୀୟ, ଅତିଥି ଓ ଅନ୍ୟ ଅଧିକାରୀଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଐତିହ୍ୟସ୍ଥଳ, ଦର୍ଶନୀୟ ସ୍ଥାନ ଓ ସଂଗ୍ରହାଳୟ ଆଦି ପରିଦର୍ଶନ ପାଇଁ ପ୍ରସ୍ତାବ ଦିଆଯିବ । ଏହା କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।

ଅଧିକ ପଢନ୍ତୁ :- ଓଡିଶାରେ ନିବେଶ ଲାଗି ବଢୁଛି ନିବେଶକଙ୍କ ଆଗ୍ରହ, ୫ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ବି ପଢନ୍ତୁ- ଓଡିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ, ଅନନ୍ତ ଆମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ବି ପଢନ୍ତୁ- ଦିଲ୍ଲୀ ପରେ ମୁମ୍ବାଇ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫୋକସରେ ଉତ୍କର୍ଷ ଓଡିଶା, 'ଓଡ଼ିଶା ହେବ ଶିଳ୍ପ

  • ପରିଚାଳନା ପାଇଁ ଏକାଧିକ କମିଟି ଗଠିତ:-

ବିଦେଶ ମନ୍ତ୍ରାଳୟର ପରାମର୍ଶ ଅନୁସାରେ ସମାରୋହକୁ ଶୃଙ୍ଖଳିତ ଆୟୋଜନ କରିବା ପାଇଁ ପରିଚାଳନା ଓ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି । ପରିଚାଳନା କମିଟିରେ ଭାରତ ସରକାରଙ୍କ ବାଣିଜ୍ୟିକ, ପାସପୋର୍ଟ ଏବଂ ଭିସା ଡିଭିଜନ ତଥା ଅନ୍ତର୍ଜାତୀୟ ବ୍ୟାପାର ସଚିବ ଅଧ୍ୟକ୍ଷ ଅଛନ୍ତି । ସମ୍ପୃକ୍ତ ବିଭିନ୍ନ ମନ୍ତ୍ରାଳୟର ୭ ଜଣ ସଚିବଙ୍କ ସମେତ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ ରହିଛନ୍ତି । କାର୍ଯ୍ୟନିର୍ବାହୀ କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷ ରହିଛନ୍ତି । ଓଡ଼ିଶାରୁ ସମ୍ପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଏବଂ ଉପ-କମିଟି ଗଠନ କରାଯାଇଛି । ସମସ୍ତ କମିଟିରେ ଓଡିଶା ସମେତ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ସଦସ୍ୟ ରହିଛନ୍ତି ।

ବିଭିନ୍ନ ଉପ-କମିଟି ମଧ୍ୟରେ ପ୍ରବାସୀ ଭାରତୀୟ ଏବଂ ଅତିଥିଙ୍କ ରହଣି, କାର୍ଯ୍ୟକ୍ରମ ସ୍ଥଳର ପ୍ରସ୍ତୁତି ଓ ପରିଚାଳନା, ସହର ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟକରଣ, ପରିବହନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ ନିୟନ୍ତ୍ରଣ ଓ ନିରାପତ୍ତା, ଜରୁରୀକାଳୀନ ସହାୟତା କମିଟି, ଗଣମାଧ୍ୟମ ଓ ଲୋକସମ୍ପର୍କ, ପ୍ରଦର୍ଶନୀ, ବିଭିନ୍ନ ଦେଶର ଷ୍ଟଲ, ଅର୍ଭ୍ୟର୍ଥନା, ଅର୍ଥ, ଇ-ଗଭର୍ଣ୍ଣାନ ଓ ଆଇଟି, ଖାଦ୍ୟ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଅତିଥିଙ୍କ ଯାତାୟତ ପାଇଁ ସମନ୍ୱୟ ପାଇଁ ସମ୍ପର୍କ ଅଧିକାରୀ କମିଟିର ଉପ-କମିଟିଗୁଡିକ ଗଠନ କରାଯାଇଛି ।

ଇଟିଭି ଭାରତ, ଓଡିଶା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.