ETV Bharat / state

ଛତ୍ର ବଜାରରୁ ରାଜଧାନୀ ଆଳୁ ଗାୟବ ! ଆଳୁ ବିକି ପଖାଳ ଖାଇ ଭୁବନେଶ୍ବରରେ ପ୍ରତିବାଦ - Potato Shortage

author img

By ETV Bharat Odisha Team

Published : Aug 7, 2024, 10:54 PM IST

Potato Shortage: ରାଜ୍ୟରେ ଆଳୁ ସଙ୍କଟକୁ ନେଇ ହନ୍ତସନ୍ତ ଖାଉଟି। ବିଭିନ୍ନ ସ୍ଥାନରେ ବଜାରରେ ଚଢା ଦରରେ କାଁ ଭାଁ ମିଳୁଛି ଆଳୁ। ଅନ୍ୟପଟେ ଭୁବନେଶ୍ବରରେ ପଖାଳ ସହ ଲଙ୍କା ଖାଇ ପ୍ରତିବାଦ କରିଛି ଛାତ୍ର ସଂଗଠନ । ଆଳୁ ସଙ୍କଟ ଭିତରେ କେଉଁଠି କିଭଳି ସ୍ଥିତି ରହିଛି, ଜାଣନ୍ତୁ।

Potato Shortage
Potato Shortage (ETV Bharat Odisha)

ଭୁବନେଶ୍ବର/କଟକ/ଢେଙ୍କାନାଳ: ଦେଖାଦେଲାଣି ଆଳୁ ସଙ୍କଟ । ଗୋଦାମ ଠାରୁ ଆରମ୍ଭ କରି ବଜାର ଯାଏଁ ସ୍ୱପ୍ନ ପାଳଟିଯାଇଛି ଆଳୁ । ଫଳରେ ଆଳୁ ବେପାରୀ ଦୋକାନ ବନ୍ଦ କରିଦେଇଛନ୍ତି । ଢେଙ୍କାନାଳ ବଜାରରେ ଏପରି ସ୍ଥିତିକୁ ନେଇ ଖାଉଟି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି ।

Potato Shortage (ETV Bharat Odisha)

ଆଳୁ ପାଇଁ ଭୁବନେଶ୍ବରରେ ପ୍ରତିବାଦ:

ରାଜ୍ୟରେ ଆଳୁ ସଙ୍କଟକୁ ନେଇ ୨୦ ଟଙ୍କାରେ ରାଜଧାନୀରେ ଆଳୁ ବିକ୍ରି । ଭୁବନେଶ୍ୱର ଯୁବ ଛାତ୍ର ସଂଗଠନ ୨୦ ଟଙ୍କାରେ ରାଜଭବନ ପାଖ ଓମ୍ଫେଡ ଛକରେ ଆଳୁ ବିକ୍ରି କରିଥିବା ଦେଖିବାକୁ ମିଳିଛି । ଯାହାକୁ କିଣିବା ପାଇଁ ରାଜଧାନୀବାସୀଙ୍କ ଲମ୍ବା ଲାଇନ ଲାଗିଥିଲା । ଖାଲି ସେତିକି ନୁହେଁ, ଆଳୁ ଉଭାନ ହେଇଯାଉଥିବାବେଳେ ପଖାଳ ସହ କେବଳ କଞ୍ଚାଲଙ୍କା ଲଗାଇ ଖାଇ ଅଭିନବ ଉପାୟରେ ପ୍ରତିବାଦ କଲା ସଂଗଠନ । ଆଳୁ ଦରବୃଦ୍ଧିକୁ ନେଇ ରାଜ୍ୟସରକାରଙ୍କୁ ସମାଲୋଚନା କରିଛି ଯୁବ ଛାତ୍ର ସଂଗଠନ । "ଏହାପରେ ବି ସରକାର ଆଳୁ ଦର ନକମାଇଲେ ଆଗାମୀ ଦିନରେ ଜୋରଦାର ଲଢ଼େଇ ହେବ" ବୋଲି ଚେତାବନୀ ଦେଇଛି କଂଗ୍ରେସ ।

କଟକରେ ଆକାଶଛୁଆଁ ଆଳୁ ଦର:

କଟକ ଛତ୍ର ବଜାରରେ କାଁ ଭାଁ ଆଳୁ ବିକ୍ରି ହେଉଥିବାରୁ ଦର 60ଟଙ୍କାରେ ପହଞ୍ଚିଛି। ଦର ବୃଦ୍ଧି ଯୋଗୁ ଜିଲ୍ଲା ଯୋଗାଣ ବିଭାଗ ଛତ୍ର ବଜାରରେ ଚଢ଼ାଉ କରିଛି । ହେଲେ ଆଳୁ ନଥିବାରୁ ଅଧିକ ଦରରେ ଆଳୁ ବିକ୍ରି ହେଉଥିବା ନେଇ ଅତିରିକ୍ତ ଯୋଗାଣ ଅଧିକାରୀ ସୂଚନା ରଖିଛନ୍ତି । ପଶ୍ଚିମବଙ୍ଗରୁ କି ଉତ୍ତରପ୍ରଦେଶରୁ ଆଳୁ ଆସିନାହିଁ। ଆଳୁକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବଢୁଥିବା ବେଳେ କେବେ ଦୂର ହେବ ଆଳୁ ସଙ୍କଟ ତାହାକୁ ନେଇ ଆଶା ଆଶଙ୍କାରେ ଏବେ ବି ସାଧାରଣ ଲୋକେ ।କଟକ ଛତ୍ରବଜାର ଯେଉଁଠି ପ୍ରତ୍ୟେକ ଦିନ ୧୫ ରୁ ୨୦ଟି ଆଳୁ ଗାଡ଼ି ଆସି ଲାଗେ ହେଲେ ଏବେ ଗୋଟେ ୨ଟି ଗାଡ଼ି ଆସୁଛି । ଯାହା ଫଳରେ ଆଳୁ ଦର ଆକାଶ ଛୁଆଁ ହୋଇଛି । ଖୁଚୁରା ବ୍ୟବସାୟୀମାନେ ମନ ଇଚ୍ଛା ଦରରେ ବିକ୍ରି କରୁଛନ୍ତି ।

ଏହା ବି ପଢନ୍ତୁ...ସିଝୁନି ଉତ୍ତର ପ୍ରଦେଶ ଆଳୁ, ବେଙ୍ଗଲ ଆଳୁ ଦେଖାନାହିଁ; କାଲି ଥିଲା 40 ଆଜି 60 ଦର, ମନ୍ତ୍ରୀ କହିଲେ ସମସ୍ୟା ସମାଧାନ ଲାଗି ଯେଉଁଠୁ ବି ଆଣ - ODISHA POTATOES CRISIS

ଢେଙ୍କାନାଳରେ ଆଳୁ ଉଭାନ:

ଆଳୁ ପାଇଁ ଏ ଦୋକାନ ସେ ଦୋକାନ ଘୁରି ବୁଲୁଛନ୍ତି ଗ୍ରାହକ । ମାତ୍ର ସବୁଠି ଶୁଣିବାକୁ ମିଳୁଛି ଆଳୁ ନାହିଁ । କେବେ ଆସିବ କହିପାରିବୁ ନାହିଁ । ଏହି ଆଳୁ ସଙ୍କଟ ପାଇଁ ବିଚରା ଗରିବ ଶ୍ରେଣୀ ଲୋକଙ୍କ ମୁଣ୍ଡରେ ସତେ ଯେମିତି ଚଡକ ପଡିଯାଇଛି । ଢେଙ୍କାନାଳ ବଜାରରେ ଏପରି ଆଳୁ ଉଭାନ ହୋଇଯିବା ପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି । ୧୫ଦିନ ହେଲା ରାଜ୍ୟରେ ଆଳୁ ସଙ୍କଟ ନେଇ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ଢେଙ୍କାନାଳ । ସଦର ମହକୁମାର ରଥଗଡା ଓ ବାଜିଚୌକ ଦୈନିକ ପରିବା ମାର୍କେଟରେ ଆଳୁ ସଙ୍କଟ ଜଟିଳ ହୋଉପଡିଛି। ଏପରିକି ଆଳୁ ଦର କିଲୋ ପ୍ରତି ୩୫ରୁ ୪୦ଟଙ୍କା ରହିଥିଲେ ମଧ୍ୟ ଗତକାଲି (ମଙ୍ଗଳବାର) ଅପରାହ୍ନରୁ ଗୋଦାମରୁ ଆଳୁ ସରିଯାଇଛି।

ଇଟିଭି ଭାରତ, ଭୁବନେଶ୍ବର/କଟକ/ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.