ETV Bharat / state

ହାଟରେ ଆଳୁ ଉଭାନ; ୫୦ ଉପରେ ପରିବା ଦର, ହନ୍ତସନ୍ତ ଖାଉଟି ଓ ବ୍ୟବସାୟୀ - Potato Shortage In Niali

author img

By ETV Bharat Odisha Team

Published : Aug 8, 2024, 2:12 PM IST

Potato Shortage In Niali: ରାଜ୍ୟରେ ଆଳୁ ସଙ୍କଟକୁ ବର୍ତ୍ତମାନ ବଢିବାରେ ଲାଗିଛି । ହାଟରେ ଆଳୁ ଉଭାନ ହୋଇଥିବା ବେଳେ ପରିବା ଦର ମଧ୍ୟ ଆକାଶଛୁଆଁ ରହିଛି । ଯାହାକୁ ନେଇ ଚିନ୍ତାରେ ଉଭୟ ଖାଉଟି ଓ ବ୍ୟବସାୟୀ । ନିଆଳିରୁ ଦେଖନ୍ତୁ ଏହି ରିପୋର୍ଟ,

ନିଆଳି ହାଟରେ ଆଳୁ ଉଭାନ; ୫୦ ଉପରେ ପରିବା ଦର, ହନ୍ତସନ୍ତ ଖାଉଟି ଓ ବ୍ୟବସାୟୀ
ନିଆଳି ହାଟରେ ଆଳୁ ଉଭାନ; ୫୦ ଉପରେ ପରିବା ଦର, ହନ୍ତସନ୍ତ ଖାଉଟି ଓ ବ୍ୟବସାୟୀ (ETV Bharat Odisha)

ନିଆଳି: ରାଜ୍ୟରେ ବର୍ତ୍ତମାନ ଦେଖାଦେଇଛି ଆଳୁ ସଙ୍କଟ । ଏହାର ପ୍ରଭାବ କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ମଧ୍ୟ ଦେଖିବାକୁ ମିଳିଛି । ନିଆଳି ଗୁରୁବାର ହାଟରେ ଆଳୁ ଉଭାନ ହୋଇଥିବା ବେଳେ ଆଳୁ ଜାଗା ନେଇଛି କଞ୍ଚାପରିବା । ଫଳରେ କଞ୍ଚାପରିବା ଦର ବି ଆକାଶ ଛୁଆଁ । ଯାହାକୁ ନେଇ ଏବେ ଉଭୟ ଖାଉଟି ଏବଂ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି ।‌

ହାଟରେ ଆଳୁ ଉଭାନ; ୫୦ ଉପରେ ପରିବା ଦର, ହନ୍ତସନ୍ତ ଖାଉଟି ଓ ବ୍ୟବସାୟୀ (ETV Bharat Odisha)

ନିଆଳି ହାଟରେ ନାହିଁ ଆଳୁ

ହାଟରେ ଆଳୁ ଉଭାନ; ୫୦ ଉପରେ ପରିବା ଦର, ହନ୍ତସନ୍ତ ଖାଉଟି ଓ ବ୍ୟବସାୟୀ

ନିଆଳି ହାଟର ଆଳୁ ବ୍ୟବସାୟୀ ରବି ସାହୁ କହିଛନ୍ତି, ''ନିଆଳି ହାଟ ସପ୍ତାହକୁ ଦୁଇ ଥର ବସେ । ରବିବାର ଓ ଗୁରୁବାର ହାଟ ହୁଏ । ଏହି ହାଟ ଉପରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାର ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । କିନ୍ତୁ ଆଜି ଗୁରୁବାର ହାଟରେ ଆଳୁ ନାହିଁ । ଅଣ ହାଟକୁ ଛାଡିଦେଲେ ପ୍ରତ୍ୟେକ ହାଟ ପାଳିରେ ୫୦ ଟନ ଆଳୁ ଆବଶ୍ୟକ ପଡେ । ଆଜି ଆଳୁ ନାହିଁ ।''

ପରିବା ଦର ବି ଆକାଶ ଛୁଆଁ

ସେହିପରି ପରିବା ବ୍ୟବସାୟୀ ରାକେଶ ବେହେରା କହିଛନ୍ତି, ''ପନିପରିବା ଦର ଏବେ ଉଚ୍ଚା ରହିଛି । ବାଇଗଣ ୬୦ ଟଙ୍କା, ବିନ ୧୦୦, ଦେଶୀ କାଙ୍କଡ ୧୮୦, କଖାରୁ ୪୦, ଫୁଲ କୋବି ୬୦, ବନ୍ଧା କୋବି-୫୦, କଲରା ୬୦, ଟମାଟୋ ୪୦, ଜହ୍ନି ୫୦ ଟଙ୍କା ପ୍ରତି କେଜି ରହିଛି ।'' ଏହି ଦର ବୃଦ୍ଧି ଯୋଗୁଁ ଖାଉଟି ଏବେ ସଙ୍କଟରେ ପଡ଼ିଛନ୍ତି ।

ଚିନ୍ତାରେ ବ୍ୟବସାୟୀ

ନିଆଳି ହାଟରେ ଏମିତି ଆଳୁ ସଙ୍କଟ କେବେ ଦେଖିନଥିବା କହିଛନ୍ତି ଆଳୁ ବ୍ୟବସାୟୀ ରବି । ସେପଟେ ଆଉ ଜଣେ ଆଳୁ ବ୍ୟବସାୟୀ ପ୍ରତାପ କୁମାର ମହାପାତ୍ର କହିଛନ୍ତି, ''ମନ୍ତ୍ରୀ କହୁଛନ୍ତି ଆଳୁ ୩୦ରୁ ୩୫ ଟଙ୍କାରେ ବିକ୍ରି ହେବ । ଆଳୁ ମିଳୁନି । ଖାଉଟି ଆସୁଛନ୍ତି ଦେଖିକି ଯାଉଛନ୍ତି ଆଳୁ ନାହିଁ ।'' ତେବେ ପୂର୍ବ ସରକାରଙ୍କ ଆଳୁ ମିଶନ ଏବଂ ଶୀତଳକରଣ ଭଣ୍ଡାରକୁ ଦାୟୀ କରିଛନ୍ତି ଆଳୁ ବ୍ୟବସାୟୀ । ସରକାରଙ୍କ କୃଷି ରଣନୀତିକୁ ବି ଦାୟୀ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଛତ୍ର ବଜାରରୁ ରାଜଧାନୀ ଆଳୁ ଗାୟବ ! ଆଳୁ ବିକି ପଖାଳ ଖାଇ ଭୁବନେଶ୍ବରରେ ପ୍ରତିବାଦ

ସରକାରଙ୍କୁ ଦାୟୀ କଲେ ଖାଉଟି ଓ ବ୍ୟବସାୟୀ

ସେହିପରି ଆଳୁ ନଥିବା କାରଣରୁ କଞ୍ଚାପରିବା ଦର ଆକାଶ ଛୁଆଁ ହୋଇଛି । ନିଆଳି ଅଞ୍ଚଳର ଜଣେ ଖାଉଟି ମୀନ କେତନ ସ୍ୱାଇଁ କହିଛନ୍ତି, ''ନିଆଳିରେ ଆଳୁ ନାହିଁ ଯେଉଁ ଜଣେ ଅଧେ ବ୍ୟବସାୟୀ ଆଳୁ ରଖିଛନ୍ତି ୭୦/ ୮୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଦର ବଢିବା ଆଳୁ ନମିଳିବା ଘଟଣାକୁ ସରକାରଙ୍କୁ ଦାୟୀ କରିଛନ୍ତି ଖାଉଟି । ଆହୁରି କହିଛନ୍ତି, ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ ଏବଂ ଅନ୍ୟ ରାଜ୍ୟ ଉପରେ ଆଳୁ ପାଇଁ ନିର୍ଭର କରୁଥିବା ଯୋଗୁଁ ଆମେ ଆଳୁ ପାରୁନାହୁଁ । ଆଳୁ ନ ମିଳିବା କାରଣରୁ ପନିପରିବା ଦର ଆକାଶଛୁଆଁ ରହିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.