ETV Bharat / state

ଆଳୁ ଟେନସନ୍; ବିଜେପି ସାଂସଦ କହିଲେ ଆଳୁ ସଙ୍କଟର ସମାଧାନ କରିବ କନ୍ଧମାଳ, ଯୋଗାଣ ମନ୍ତ୍ରୀଙ୍କୁ ବିଜେଡି ବିଧାୟକଙ୍କ ଟାର୍ଗେଟ - PATATO ISSUE IN ODISHA

author img

By ETV Bharat Odisha Team

Published : Aug 13, 2024, 12:07 PM IST

Updated : Aug 13, 2024, 1:45 PM IST

BJP MPs said Kandhamal to solve state Potato crisis in future: ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ। ଅଧିକ ପଢନ୍ତୁ

ଆଳୁ ଟେନସନ୍
ଆଳୁ ଟେନସନ୍ (ETV Bharat Odisha)

କେନ୍ଦ୍ରାପଡା/ଭୁବନେଶ୍ବର: କନ୍ଧମାଳ କରିବ ଓଡିଶା ଆଳୁ ସମସ୍ୟାର ସମାଧାନ । ଓଡିଶାକୁ ଆବଶ୍ୟକତା ଅଧା ଆଳୁ କନ୍ଧମାଳ ଉତ୍ପାଦନ କରି ପାରିବାର କ୍ଷମତା ରଖିଛି। ଏନେଇ ମୁଖ୍ୟମନ୍ତ୍ରୀ ଏବଂ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ରାଜ୍ଯରେ ଏବେ ବି ଆଳୁ ସଙ୍କଟ ସମସ୍ୟା ଦୂର ହୋଇନାହିଁ। ଆଳୁ କିଲୋ ପ୍ରତି 50 ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ଯୋଗାଣ ବିଭାଗ ପକ୍ଷରୁ 3 କିଲୋ କୁ 100 ଟଙ୍କାରେ ଦେଉଛନ୍ତି। ତେବେ ଏହାରି ଭିତରେ ରାଜ୍ଯରେ ଆଳୁ ସମସ୍ୟା ଦୂର କରିବ କନ୍ଧମାଳ ଜିଲ୍ଲା ବୋଲି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।

ଆଳୁ ଟେନସନ୍ (ETV Bharat Odisha)
"କନ୍ଧମାଳ କରିବ ଓଡିଶା ଆଳୁ ସମସ୍ୟାର ସମାଧାନ। ଓଡିଶାକୁ ଆବଶ୍ୟକତା ଅଧା ଆଳୁ କନ୍ଧମାଳ ଉତ୍ପାଦନ କରି ପାରିବାର କ୍ଷମତା ରଖିଛି । ଏନେଇ ମୁଖ୍ୟମନ୍ତ୍ରୀ ଏବଂ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିବେ," ବୋଲି କହିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ଚାଷୀଙ୍କୁ ପ୍ରୋତ୍ସାହାନ ଯୋଗାଇ ଦିଆଯିବ। ଶୀତଳ ଭଣ୍ଡାର ତିଆରି ଏବଂ କୃଷି ବଜେଟରେ ବ୍ୟାପକ ବ୍ୟାୟାବରାଦ କରିଛନ୍ତି ରାଜ୍ୟ ସରକାର। ତାକୁ କେମିତି କାର୍ଯ୍ୟକାରୀ କରାଯିବ ସେନେଇ ଖୁବ ଶୀଘ୍ର ଆଲୋଚନା ହୋଇ କାମ ହେବ। ମୁଖମନ୍ତ୍ରୀ ଦିଲ୍ଲୀରୁ ଫେରିଲେ ଆଲୋଚନା କରାଯିବ।
ଆଳୁ ଟେନସନ୍ (ETV Bharat Odisha)

ଅଧିକ ପଢନ୍ତୁ- ରାଜ୍ୟରେ ଖସିଲା ଆଳୁ ଦର: କେଉଁଠି ଦର କେତେ ? ଜାଣନ୍ତୁ - ODISHA POTATO CRISIS

ତେବେ ଗତକାଲି ରାଜ୍ଯରେ ଆଳୁ ସଙ୍କଟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଥା ହୋଇଥିଲେ । ହେଲେ ଏହି ସମସ୍ୟାର ସମାଧାନ କିପର ହେବ ତାହା ପ୍ରଶ୍ନବାଚୀ । ଆଳୁ ସମସ୍ୟାକୁ ନେଇ ଉଦଳା ବିଧାୟକ ଭାସ୍କର ମଢ଼େଇ କହିଛନ୍ତି, "ମୁଖ୍ୟମନ୍ତ୍ରୀ କଥା ହେବା ପରେ ସମାଧାନ ହୋଇଯିବ। କାରଣ ସମସ୍ତ ରାଜ୍ୟ ସହିତ ସୁ-ସମ୍ପର୍କ ରହିଛି ଓଡ଼ିଶାର । ସ୍ଥିତି ସ୍ୱାଭାବିକ ହୋଇଯିବ ।" ଗତକାଲି ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଣ କଥା ହେଲେ ବିଜେଡି ଯାହା କହୁଛି ସେମାନେ 24 ବର୍ଷରେ କଣ କରିଛନ୍ତି । 24 ବର୍ଷ ରାଜ୍ଯରେ ବୁଲୁଥିଲେ କିଛି କରିପାରିଲେ ନାହିଁ। ଆଉ ଏବେ ଗୋଟେ ଟିମ୍ କରିଛନ୍ତି ଜଗିବାକୁ ସେତେବେଳେ ମନ୍ତ୍ରୀ ମାନେ ବିଭାଗ ପାଇଥିଲେ କିଛି କରିପାରିଲେ ନାହିଁ ଏବେ କଣ ସିକ୍ୟୁରିଟି ଗାର୍ଡ ହୋଇ ବିଜେପି ସରକାରକୁ ଜଗିବେ ବୋଲି କହିଛନ୍ତି ଉଦଳା ବିଜେପି ବିଧାୟକ ଭାସ୍କର ମଢ଼େଇ ।

ଏପଟେ ରାଜ୍ୟରେ ଟଳୁ ନାହିଁ ଆଳୁ ସଙ୍କଟ । ଯୋଗାଣ ମନ୍ତ୍ରୀ ବାରମ୍ବାର କଥା ବଦଳାଇବାକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା । ଗଣେଶ୍ୱର ଆଳୁ ସଙ୍କଟକୁ ନେଇ ମୁହଁ ଖୋଲିବା ସହ "ମନ୍ତ୍ରୀ କଣ କହୁଛନ୍ତି ଶୁଣନ୍ତୁ,ସରକାରଙ୍କ ଉଦ୍ୟମ କଣ ରହିଛି ଜାଣନ୍ତୁ।ମନ୍ତ୍ରୀ କହୁଛନ୍ତି ଅଭାବ ରହିବ ନାହିଁ,ଉଚିତ ଦରରେ ଆଳୁ ମିଳିବ,ମନ୍ତ୍ରୀ କହୁଛନ୍ତି ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ,ମନ୍ତ୍ରୀ କହୁଛନ୍ତି ନାଫେଡ ଜରିଆରେ ବା ମାଧ୍ୟମରେ ଖାଉଟି ମାନଙ୍କୁ ଉଚିତ ଦରରେ ବା ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବୁ।ତେବେ ବର୍ତ୍ତମାନ ସ୍ଥିତିରେ ସୁଲଭ ଦରରେ ଆଳୁ ମିଳୁନାହିଁ,ବର୍ତ୍ତମାନ ସରକାରୀ ସ୍ତରରେ ୩୭ଟଙ୍କା କିଲୋ ପିଛା ଦରରେ ଆଳୁ ଯୋଗାଇ ଦିଆଯାଉଛି,ବାହାରେ କେଉଁଠାରେ ୪୦ ତ ଗ୍ରାମାଞ୍ଚଳ ମାନଙ୍କରେ ୪୫ ଟଙ୍କା ଦରରେ ଆଳୁ କିଲୋ ପିଛା ବିକ୍ରି କରାଯାଉଛି।ତେବେ ୩ ଟଙ୍କା କିଲୋ ପାଇଁ ଲୋକମାନେ ଧାଡି ବାନ୍ଧି କଣ ସରକାରୀ ଦୋକାନରୁ ନେବେ ଏବଂ ଏହା କଣ ସରକାରଙ୍କ ଦରଦୀ ମନୋଭାବର ପରିଚୟ," ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ୱର ।

ସେହିପରି "ତେଣୁ ସରକାରଙ୍କ ନିକଟରେ ଦାବି ଓ ସରକାରଙ୍କୁ ପରାମର୍ଶ ଦେଇଥିବା ଅନୁଯାୟୀ ସରକାର ଆଳୁର ଅଭାବୀ ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସେହି ନାଫେଡ ଜରିଆରେ ପ୍ରତ୍ୟେକ ବଡ଼ ସହରରେ ବିକ୍ରି ସୀମିତ ନରଖି ପ୍ରତି ଜିଲ୍ଲା ହେଡକ୍ବାର୍ଟର,ଯେଉଁଠାରେ ଜିଲ୍ଲା ହେଡକ୍ବାର୍ଟର ଦୂର ଅଛି ସେଠାରେ ସବ-ଡିଭିଜନ ହେଡ କ୍ବାର୍ଟରରେ ସରକାର ଆଳୁ ବିକ୍ରି କରନ୍ତୁ ଏବଂ ଯେଉଁ ଘୋଷଣା କରିଥିଲେ ୩୨ଟଙ୍କା କିଲୋ ପିଛା ଆଳୁ ଦେବେ ସେହି ୩୨ ଟଙ୍କାରେ ଦିଅନ୍ତୁ," ବୋଲି ଦାବି କରିଛନ୍ତି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ।

ଅନ୍ୟପଟେ "ଗତକାଲି ମୁଖ୍ୟମନ୍ତ୍ରୀ ମହୋଦୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିବା ବେଳେ ଏକଥା କିଛି ବୁଝା ପଡୁନାହିଁ।ଅଳ୍ପଦିନ ତଳେ ଯୋଗାଣ ମନ୍ତ୍ରୀ ଓଡ଼ିଶା ଆଉ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବ ନାହିଁ, ସେ ଆଳୁର ମାନ ଭଲନାହିଁ ବୋଲି କହିଥିବା ବେଳେ ପୁଣି କଣ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଳୁ ପାଇଁ କଥା ହେଲେଣି ସେକଥା କିଛି ବୁଝା ପଡୁନାହିଁ।ଯାହାର ଅର୍ଥ ହେଉଛି ପଶ୍ଚିମବଙ୍ଗ ଉପରେ ଓଡିଶା ଆଳୁ ପାଇଁ ନିର୍ଭରଶୀଳ ଓ ଏହି ଆଳୁର ମାନ ଭଲ ଅଛି ଏବଂ ଏହା ପରସ୍ପର ବିରୋଧି କଥା" ବୋଲି କଟାକ୍ଷ କରିଛନ୍ତି ଗଣେଶ୍ୱର।

ତେବେ ସରକାରଙ୍କୁ ଏନେଇ ପରାମର୍ଶ ଦେଇ ଗଣେଶ୍ୱର ସରକାରଙ୍କୁ "ସବୁବେଳେ ସ୍ପଷ୍ଟ କଥା କୁହନ୍ତୁ,ସବୁବେଳେ ଗୋଟିଏ କଥାରେ ସ୍ଥିର ରୁହନ୍ତୁ ଏବଂ ଖାଉଟି ମାନଙ୍କର ଦୁରାବସ୍ଥା ବୁଝି ଆଳୁ ସୁଲଭ ଦରରେ ଓ ନିୟମିତ ଭାବରେ ଯୋଗାନ୍ତୁ" ବୋଲି କହିଛନ୍ତି । "ସୁଲଭ ଦରରେ ନିୟମିତ ଆଳୁ ଯୋଗାଣ" ଉପରେ ମତ ରଖି "ଜଣେ ଖାଉଟିଙ୍କୁ ଆଜି ଆଳୁ ଦେଇ ପୁନଃ ୧୫ ଦିନ ପରେ ଆଳୁ ଯୋଗାଇବା କଥା ଚିନ୍ତା ନକରି ନିୟମିତ ଆଳୁ ଯୋଗାଇବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ଏବଂ ଉନ୍ନତମାନର ଆଳୁ ଯୋଗାଇ ଦିଅନ୍ତୁ ତା ନହେଲେ ନେଡି ଗୁଡ଼ କହୁଣୀକୁ ବୋହିଯିବ ,"ବୋଲି ପରାମର୍ଶ ଦେଇଛନ୍ତି ବିଜେଡିର ଏହି ବିଧାୟକ ଗଣେଶ୍ୱର ବେହେରା ।

ଇଟିଭି ଭାରତ, ଭୁବନେଶ୍ବର ଏବଂ କେନ୍ଦ୍ରାପଡା

Last Updated : Aug 13, 2024, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.