ETV Bharat / state

ପୁଣି ବଢ଼ିଲା ଆଳୁଦର; 66ଟି ସ୍ଥାନରେ ଆଳୁ ବିକିଲା ପ୍ରଶାସନ - Potato Crisis In Jagatsinghpur

author img

By ETV Bharat Odisha Team

Published : Aug 17, 2024, 10:52 PM IST

Potato Crisis In Jagatsinghpur: ଜଗତସିଂହପୁର ଜିଲ୍ଲାରେ ଆଳୁ ଚଡ଼କ । ବଜାରରେ ମିଳୁନି ଆଳୁ । ଜିଲ୍ଲାର 66ଟି ସ୍ଥାନରେ ଆଳୁ ବିକିଲା ଜିଲ୍ଲା ଯୋଗାଣ ବିଭାଗ । ଅଧିକ ପଢନ୍ତୁ

Potato Crisis In Jagatsinghpur
Potato Crisis In Jagatsinghpur (ETV Bharat Odisha)

ଜଗତସିଂହପୁର: ଜିଲ୍ଲାରେ ପୁଣି ଆଳୁ ସଙ୍କଟ ଦେଖାଦେଇଛି । ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟରେ ଆଳୁ ଦର 50ଟଙ୍କା ଉପରେ ରହିଥିବା ଦେଖିବାକୁ ମିଳିଛି । ଆଳୁ ସଙ୍କଟ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୁଚୁରା ଦୋକାନ ମାଧ୍ୟମରେ ଖାଉଟିଙ୍କୁ ଆଳୁ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର ।

ଜିଲ୍ଲାରେ ପୁଣି ବଢ଼ିଲା ଆଳୁଦର (ETV Bharat Odisha)

କେତେ ଟଙ୍କା ଆଳୁ ବିକୁଛି ପ୍ରଶାସନ ?

ଇଟିଭି ଭାରତକୁ ସୂଚନା ଦେଇ ଜିଲ୍ଲାର ଯୋଗାଣ ଅଧିକାରୀ ସୁଜାତା ମିଶ୍ର କହିଛନ୍ତି, "ଜିଲ୍ଲାରେ ପୁଣି ଆଳୁ ସଙ୍କଟ ଦେଖାଦେଇଥିବାରୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ଆଳୁ କିଲୋପ୍ରତି 35ରୁ 36 ଟଙ୍କା ଦରରେ ଲୋକଙ୍କୁ ବିକ୍ରି କରାଯାଉଛି । ଜଗତସିଂହପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ 5ଟି ଖୁଚୁରା ଦୋକାନ ଖୋଲାଯାଇଛି ।"

ଜିଲ୍ଲାର କେଉଁ ସ୍ଥାନରେ ଆଳୁ ବିକୁଛି ପ୍ରଶାସନ ?

ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କ ସୂଚନାନୁସାରେ, ପାରାଦ୍ବୀପରେ 4ଟି, ଏରସମାରେ ଦୁଇଟି, ଜଗତସିଂହପୁର ବ୍ଲକରେ 5ଟି, କୁଜଙ୍ଗରେ 14ଟି, ତିର୍ତ୍ତୋଲରେ 10ଟି, ରଘୁନାଥପୁରରେ 4ଟି, ନାଉଗାଁରେ ଦୁଇଟି, ବାଲିକୁଦାରେ 12 ଖୁଚୁରା ଦୋକାନ ଖୋଲାଯାଇ ଆଳୁ ବିକ୍ରି କରାଯାଉଛି । ଜିଲ୍ଲାରେ ମୋଟ 66ଟି ସ୍ଥାନରେ ଆଳୁ ବିକ୍ରି କରାଯାଉଥିବା ବେଳେ ଆଗକୁ ଯଦି ସ୍ଥିତିରେ ସୁଧାର ନ ଆସେ ତେବେ ଆହୁରି ଅଧିକ ସ୍ଥାନରେ ପ୍ରଶାସନ ଆଳୁ ବିକ୍ରି କରିବ ବୋଲି ସେ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ଆଳୁ ଟେନସନ୍; ବିଜେପି ସାଂସଦ କହିଲେ ଆଳୁ ସଙ୍କଟର ସମାଧାନ କରିବ କନ୍ଧମାଳ, ଯୋଗାଣ ମନ୍ତ୍ରୀଙ୍କୁ ବିଜେଡି ବିଧାୟକଙ୍କ ଟାର୍ଗେଟ

ଜିଲ୍ଲାରେ ପ୍ରତ୍ୟେକ ଦିନ 30 ଟ୍ରକର ଆଳୁ ଆବଶ୍ୟକତା ରହିଥିବା ବେଳେ ଆସୁଛି ମାତ୍ର 15ଟି ଟ୍ରକ । ଫଳରେ ଆଳୁ ସଙ୍କଟ ଦେଖାଯାଉଛି । ଆଗାମୀ ଦିନରେ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇବା ପାଇଁ ପ୍ରୟାସ କରାଯାଉଥିବା ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ।

କାହିଁକି ଉପୁଜିଛି ଆଳୁ ସଙ୍କଟ ?

ଓଡ଼ିଶାକୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଆଳୁ ଯୋଗାଇଥାଏ । କିନ୍ତୁ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁନଥିବାରୁ ଏଭଳି ସମସ୍ୟା ଉପୁଜିଛି । ଉଭୟ ରାଜ୍ୟର ସରକାର ବାରମ୍ବାର ଆଲୋଚନା ସତ୍ତ୍ବେ ବି ଆଳୁ ସଙ୍କଟ ରାଜ୍ୟରୁ ଦୂର ହେଉନାହିଁ । ଏହା ଭିତରେ ରାଜନୀତି ବୟାନବାଜି ଜାରି ରହିଥିବା ବେଳେ ଅସୁବିଧାରେ ପଡିଛନ୍ତି ଉଭୟ ଖାଉଟି ଓ ବ୍ୟବସାୟୀ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପରି କହୁଥିବା ଚର୍ଚ୍ଚା ହେଉଥିବା ବେଳେ ସେପଟେ ନବୀନଙ୍କ କଥାରେ ଦିଦି ଏପରି କରୁଥିବା ନିକଟରେ ଆଶଙ୍କା କରିଥିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ନବୀନ ଆଳୁ ଯୋଗାଣକୁ ସ୍ବାଭାବିକ କରିବା ଲାଗି ଦିଦିଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏହାପରେ ଆଳୁ ଗାଡ଼ି ପଶ୍ଚିମବଙ୍ଗରୁ ଆସିବା ପରେ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିଲା ।

ଏହା ବି ପଢନ୍ତୁ- ମମତା-ନବୀନଙ୍କୁ ଛିଗୁଲେଇଲେ ମନ୍ତ୍ରୀ: ଭାଇ କହିଥିବେ, ଭଉଣୀ ବନ୍ଦ କରିଥିବେ, ଜବାବ ରଖିଲେ ଅରୁଣ

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.