ETV Bharat / state

ରାଜ୍ୟରେ ଦୂର ହେବ ଆଳୁ ସଙ୍କଟ, ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ: ଖାଦ୍ୟ ଯୋଗାଣ ମନ୍ତ୍ରୀ - Odisha To Procure Potatoes From UP

author img

By ETV Bharat Odisha Team

Published : Aug 18, 2024, 6:10 PM IST

Potato Crisis In Odisha: ରାଜ୍ୟରେ ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଉତ୍ତର ପ୍ରଦେଶରୁ ଟ୍ରେନ ଯୋଗେ ଆଣୁ ଅଣିବାକୁ ରାଜ୍ୟ ସରକାରଙ୍କ ଯୋଜନା । ଅଧିକ ପଢ଼ନ୍ତୁ

ODISHA TO PROCURE POTATOES FROM UP
ODISHA TO PROCURE POTATOES FROM UP (ETV Bharat Odisha)

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଦୂର ହେବାକୁ ଯାଉଛି ଆଳୁ ସଙ୍କଟ । ରାଜ୍ୟରେ ଆଳୁ ସଙ୍କଟ ଦୂର ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଉତ୍ତର ପ୍ରଦେଶରୁ ଟ୍ରେନ ଯୋଗେ ଆଣୁ ଅଣାଯିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । 2ଟି ଟ୍ରେନରେ ଏହି ଆଣୁ ଅଣାଯିବ । ଏନେଇ ରେଳମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଟ୍ରେନରେ ଆସିବ ଆଳୁ:

ରାଜ୍ୟରେ ଗତ କିଛିଦିନ ଧରି ଦେଖାଦେଇଥିବା ଆଳୁ ସଙ୍କଟରେ ପଡିବ ଯବନିକା । କାରଣ ରାଜ୍ୟ ସରକାର ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ଟ୍ରକ ଯୋଗେ ଉତ୍ତରପ୍ରଦେଶରୁ ଆଳୁ ଆସୁଥିଲା । ହେଲେ ଏବେ ଟ୍ରେନରେ ଆଳୁ ଆଣିବାକୁ ଯୋଜନା କରାଯାଉଛି । ଉତ୍ତର ପ୍ରଦେଶରୁ ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଯୋଗାଯୋଗ ଚାଲିଥିବା ନେଇ ଆଜି ବିଧାନସଭାରେ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସରିବା ପରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଶୁଣିଲେନି ମମତା:

ଆଳୁ ଦକୁ ନେଇ ଖାଉଟି ଏକ ପ୍ରକାର ହନ୍ତସନ୍ତ ହେଉଥିବା ବେଳେ ଏବେ ବି ରାଜ୍ୟରେ ଆଳୁ ସଙ୍କଟ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଳୁ ସମସ୍ୟା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ନିଷ୍କର୍ଷ ବାହାରି ନାହିଁ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଳୁ ସମସ୍ୟାର ସମାଧାନ ପାଇଁ ମମତାଙ୍କୁ ଚିଠି ଲେଖିଥିଲେ । ହେଲେ ସବୁପରେ ମଧ୍ୟ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନାହିଁ । ଏପଟେ ରାଦ୍ୟ ସରକାର ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ । କିଛି ଆଳୁ ଗାଡି ଆସିଥିଲା ହେଲେ ତାହା ସମୁଦ୍ରକୁ ଶଙ୍ଖେ । ତେବେ ଆଳୁକୁ ରାଜନୀତି ଜୋର୍ ଧରିଥିଲା । ଉଭୟ ବିଜେଡି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଥିଲେ ।

ଆଳୁ ଅଭାବ ରହିବନି କହିଥିଲେ ମନ୍ତ୍ରୀ:

ପୂର୍ବରୁ ଆଳୁ ୩୦ ଟଙ୍କାରେ ମିଳିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ଖାଉଟିଙ୍କୁ କିଲୋଗ୍ରାମ ପ୍ରତି ୩୦ ଟଙ୍କାରେ ଆଳୁ ଦେବେ ରାଜ୍ୟ ସରକାର । ବାରମ୍ବାର ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସି ପାରୁନାହିଁ । ତେଣୁ ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବେ । ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଆଳୁ ଦିଆଯିବ । ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ ବୋଲି ଦିଲ୍ଲୀରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ । ତଥାପି ରାଜ୍ୟରେ ଆଳି ସମସ୍ୟା ଲାଗି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ବଢ଼ିଲା ଆଳୁଦର; 66ଟି ସ୍ଥାନରେ ଆଳୁ ବିକିଲା ପ୍ରଶାସନ - Potato Crisis In Jagatsinghpur

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.