ETV Bharat / state

'ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ' ପ୍ରହସନ ! ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳ ଭାତ - Poor Quality Midday Meal

author img

By ETV Bharat Odisha Team

Published : Jun 29, 2024, 9:13 PM IST

Poor Quality Midday Meal: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ଖାଉଛନ୍ତି ପୋକରା ଚାଉଳ ଭାତ । ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସରକାରଙ୍କ ଏକ ମହତ ଯୋଜନା ହେଲେ ଅଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Poor Quality Midday Meal
Poor Quality Midday Meal (ETV Bharat Odisha)

ନବରଙ୍ଗପୁର: ଚାଉଳରେ ପୋକ ସାଲୁବାଲୁ । ହେଲେ ସେଥିରୁ ଭାତ ତିଆରି ହେବ । ଆଉ ତାକୁ ମଧ୍ୟାହ୍ନ ଭୋଜନରେ ଖାଇବେ ଛାତ୍ରଛାତ୍ରୀ । ଖାଇବେ ନୁହେଁ, ରୋଷେଇ କରି ଛାତ୍ରୀଛାତ୍ରଙ୍କୁ ପୋକରା ଚାଉଳ ଖାଇବାକୁ ଦିଆଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦଳେଇଗୁଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ।

"ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ" ଏହି କାର୍ଯ୍ୟକମକୁ ସଫଳ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋମଳମତି ପିଲାଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି । ହେଲେ ବିଦ୍ୟାଳୟରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଛାତ୍ରଛାତ୍ରୀଙ୍କୁ ପରସା ଯାଉଛି ପୋକରା ଚାଉଳର ଭାତ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳେଇଗୁଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦେଖା ଦେଇଛି । ଦୈନିକ ଆବଶ୍ୟକୀୟ ରାସନ ବାହାରୁ କିଣି ଆଣୁଥିବା ବେଳେ ପୋକ ଲାଗିଥିବା ପୋକରା ଚାଉଳ ରୋଷେଇ କରି ସ୍କୁଲ ପିଲାଙ୍କୁ ଦିଆଯାଉଥିବା ଦେଖିବାକୁ ମିଳିଛି । ଏହି ସମସ୍ୟାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ରୋଷେଇ ସମ୍ବନ୍ଧିତ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ବୋଲି କହିଛନ୍ତି ।

ଅନ୍ୟପଟେ ଉକ୍ତ ସ୍କୁଲର ରୋଷେଇ ଦାୟିତ୍ୱ ନେଇଥିବା ଶ୍ରଦ୍ଧାଞ୍ଜଳି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପଚାରିଲେ ସେମାନଙ୍କୁ ଯେଉଁ ଚାଉଳ ଯୋଗେଇ ଦିଆଯାଉଛି ତାହା ସେମାନେ ରୋଷେଇ କରି ଦେଉଛନ୍ତି ବୋଲି କହିଛନ୍ତି । ନନ୍ଦାହାଣ୍ଡି ବ୍ଲକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କିମ୍ବା ବି.ଆର.ସି.ସି ସ୍କୁଲ ପରିଦର୍ଶନରେ ଯାଇ ଶିକ୍ଷାଦାନ ଏବଂ ମଧ୍ୟାହ୍ନ ଭୋଜନର ସୁପରିଚାଳନା ବିଷୟରେ ବୁଝି କୌଣସି ତ୍ରୁଟି ବିଚ୍ୟୁତି ଥିଲେ ରିପୋର୍ଟ ପ୍ରଦାନ କରିବା ନିୟମ ରହିଛି । କିନ୍ତୁ ସେମାନେ କାଗଜ କଲମରେ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରୁଥିବା ନଜରକୁ ଆସୁଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଚାଷୀଙ୍କୁ କୌଣସି ସମସ୍ୟା ସମ୍ମୁଖିନ ହେବାକୁ ଦେବେ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - Minister Krushna Ch Patra Review

ସେପଟେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରି ସତ୍ୟତା ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ଅନ୍ୟପକ୍ଷେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଏନେଇ ପଚାରିବାରୁ ଚାଉଳ ଯୋଗେଇଥିବା ବ୍ୟକ୍ତି ଓ ଯୋଗାଣ ବିଭାଗର ଅଧିକାରୀ ଏଥିପାଇଁ ଦାୟି ରହିବେ । ତେଣୁ ଗୋଟିଏ ସ୍କ୍ୱାର୍ଡ ପଠାଇ ସଠିକ ଯାଞ୍ଚ କରିବା ପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.