ETV Bharat / state

୪ ବର୍ଷ ଧରି ରୋଗଶଯ୍ୟାରେ ପବିତ୍ର, ଚିକିତ୍ସା ପାଇଁ ସହାୟତା ଆଶାରେ ପରିବାର - ଚିକିତ୍ସା ପାଇଁ ଅର୍ଥ ବାଧକ

Poor Family Seeks Help: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ରୋଗଶଯ୍ୟାରେ ଛଟପଟ ହେଉଛନ୍ତି ନିମାପଡ଼ାର ପବିତ୍ର । ଅଧିକ ପଢନ୍ତୁ

ଚିକିତ୍ସା ପାଇଁ ସହାୟତା ଲୋଡ଼ା
ଚିକିତ୍ସା ପାଇଁ ସହାୟତା ଲୋଡ଼ା
author img

By ETV Bharat Odisha Team

Published : Jan 22, 2024, 6:15 AM IST

୪ ବର୍ଷ ଧରି ରୋଗଶଯ୍ୟାରେ ପବିତ୍ର, ଚିକିତ୍ସା ପାଇଁ ସହାୟତା ଆଶାରେ ପରିବାର

ନିମାପଡ଼ା: ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଶଯ୍ଯାଶାୟୀ ପବିତ୍ର ଭୋଇ । ପରିବାର ଚଳାଇବା କଷ୍ଟକର ଥିବାବେଳେ ଚିକିତ୍ସା ସମ୍ଭବପର ହେଉନାହିଁ । ବାପା, ମା', ସ୍ତ୍ରୀ ଓ ୬ ବର୍ଷର ପୁଅକୁ ନେଇ ପବିତ୍ରଙ୍କ ପରିବାର । ସବୁକିଛି ଠିକ ଚାଲିଥିଲା ବେଳେ ହଠାତ୍ ବାତ୍ୟା ଫନି ଦାଉ ସାଧିଲା। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଲଣ୍ଡାପଡ଼ା ଗ୍ରାମରେ ଏଭଳି ହୃଦୟବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି । ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଏହି ପରିବାର ପାଲ ଟାଣି ମୁଣ୍ଡ ଗୁଞ୍ଜି ରହିଥିବାବେଳେ ବାତ୍ୟା ଫନିରେ ଗଛର ଡାଳ ଭାଙ୍ଗି ପଡ଼ିଥିଲା ପବିତ୍ରଙ୍କ ଉପରେ । ସେହିଦିନଠାରୁ ସେ ଶଯ୍ଯାଶାୟୀ।

ସେପଟେ ସ୍ବାମୀଙ୍କ ଔଷଧ ଖର୍ଚ୍ଚ ଯୋଗାଡ଼ କରିବାକୁ ପର ଘରେ କାମ କରୁଛନ୍ତି ପବିତ୍ରଙ୍କ ସ୍ତ୍ରୀ ମଞ୍ଜୁ । ଅସହାୟଙ୍କ ପାଇଁ ସରକାର ଆବାସ ଯୋଜନା କରିଥିବାବେଳେ ପବିତ୍ରଙ୍କ ପରିବାରକୁ ତାହା ମିଳିପାରିନାହିଁ । ସେପଟେ ଘରଖଣ୍ଡକ ପାଇଁ ୱ।ର୍ଡମେମ୍ବର,ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡ଼ିଓଙ୍କୁ ଗୁହାରି କରିଥିଲେ ବି କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ବିଡିଓଙ୍କୁ ପଚାରିବାରୁ ଶୀଘ୍ର ତିନିଚକିଆ ସାଇକେଲ ଦେବା ସହିତ ସମସ୍ତ ସହଯୋଗ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ସେପଟେ କେତକୀପାଟଣା ସରପଞ୍ଚ ବିନତି ନାୟକ କହିଛନ୍ତି, "ମୁଁ ପବିତ୍ର ଭୋଇଙ୍କ ବିଷୟରେ ଅବଗତ ରହିଛି । ତାଙ୍କ ପରିବାରକୁ ରାସନ କାର୍ଡ ଜରିଆରେ ଯେଉଁ ଚାଉଳ ଟିକକ ମିଳୁଛି, ସେଥିରେ ପରିବାର ଚଳିବା ଆଦୌ ସମ୍ଭବ ନୁହେଁ । ମୋ ସକ୍ଷମମତେ ତାଙ୍କୁ ସହାୟତା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବି ।"

ଏହା ମଧ୍ୟ ପଢନ୍ତୁ...ପକ୍ଷାଘାତ ରୋଗରେ ପୀଡିତ କାର୍ତ୍ତିକ, ଚିକିତ୍ସା ପାଇଁ ସହାୟତା ଆଶାରେ ପରିବାର

ଏହା ମଧ୍ୟ ପଢନ୍ତୁ...ମେଡିକାଲ ବେଡରେ ସ୍ୱାମୀ, ଚିକିତ୍ସା ପାଇଁ ସହାୟତା ମାଗୁଛି ସ୍ତ୍ରୀ

ତେବେ ସରକାର ପକ୍ଷରୁ ଯେଉଁ ରାସନ୍ ଚାଉଳ ମିଳୁଛି ସେଥିରେ ସେମାନଙ୍କ ଜୀବନ ଅତିବାହିତ ହେଉଛି । ସରକାରଙ୍କ ଜନହିତକର ଯୋଜନାରେ ଏମାନଙ୍କ ପାଖରେ ପହଞ୍ଚିପାରିନାହିଁ । ପବିତ୍ରଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସମ୍ପର୍କୀୟ । ପବିତ୍ର ଭୋଇଙ୍କୁ କେହି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବା ପାଇଁ ଚାହାନ୍ତି ତେବେ ତାଙ୍କର ଗ୍ରାମ୍ୟ ବ୍ୟାଙ୍କ ଆକାଉଣ୍ଟ ନମ୍ବର 013834006004743, IFSC କୋଡ୍, 10BA0RGB01 ଏବଂ ଫୋନ୍ ପେ ନମ୍ବର 9178399575 ମାଧ୍ୟମରେ ସହାୟତା ରାଶି ପଠାଇ ପାରିବେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.