ETV Bharat / state

ରାତି ପାହିଲେ ମୟୂରଭଞ୍ଜରେ ଭୋଟିଂ, ବୁଥ ମୁହାଁ ପୋଲିଂ ପାର୍ଟି - ELECTION PREPAREDNESS IN ODISHA

author img

By ETV Bharat Odisha Team

Published : May 31, 2024, 8:04 PM IST

Mayurbhanj Election Preparation: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ୨୪ ଘଣ୍ଟାରୁ କମ୍ ସମୟ ଥିବା ବେଳେ ମୟୂରଭଞ୍ଜରେ ବୁଥମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ସମୁଦାୟ ଜିଲ୍ଲାରେ ୧୫୧ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ବାକି ରହିଥିବା ୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ପଡିବ ଭୋଟ । ଅଧିକ ପଢନ୍ତୁ

Mayurbhanj Election Preparation
Mayurbhanj Election Preparation (ETV Bharat Odisha)

ରାଇରଙ୍ଗପୁର: ରାତି ପାହିଲେ ପଡିବ ଭୋଟ । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ମୟୂରଭଞ୍ଜ ଲୋକସଭା ସଂସଦୀୟ କ୍ଷେତ୍ର ଓ ଜିଲ୍ଲାରେ ଥିବା ଆଠଟି ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତାକାଲି ଶେଷ ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ପୋଲିଂ ପାର୍ଟି ନିଜ ନିଜ ବୁଥ ମୁହାଁ ହୋଇଛନ୍ତି । ବାରିପଦା ସ୍ଥିତ ଏମପିସି ମହାବିଦ୍ୟାଳୟରେ ହୋଇଥିବା ଇଭିଏମ ଆବଣ୍ଟନ କେନ୍ଦ୍ରରୁ ପୋଲିଂ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ମତଦାନ କେନ୍ଦ୍ରକୁ ଗମନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଆବଣ୍ଟନ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ ମୟୂରଭଞ୍ଜ ଜିଲ୍ଲାରେ ବାକି ରହିଥ‌ିବା ୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ସର୍ବମୋଟ ୧୭,୪୨,୬୭୪ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ସେଥି ମଧ୍ୟରୁ ୮,୬୩,୪୧୯ ପୁରୁଷ, ୮,୭୯,୧୭୫ ମହିଳା ଏବଂ ୮୦ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।

ସମୁଦାୟ ଜିଲ୍ଲାରେ ୧୫୧ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ସେଥି ମଧ୍ୟରୁ ୧୪୩ଟି ପୋଲିଂ ଷ୍ଟେସନରେ ସିଧାସଳଖ ୱେବକାଷ୍ଟିଙ୍ଗ ହେବାର ବ୍ୟବସ୍ଥା କରାଯାଇଛି । ୪୨୬ଟି ସଖୀ ବୁଥ, ୬୨୪ଟି ମିଳିତ ବୁଥ, ୯ଟି ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥ ଏବଂ ୮୦ଟି ଯୁବ ବୁଥ ପ୍ରସ୍ତୁତ କରାଯାଇଛି । ବିଧାନସଭା କ୍ଷେତ୍ର ପାଇଁ ପୋଷ୍ଟାଲ ବାଲଟରେ ୬୯୮ଟି ଭୋଟ ଗ୍ରହଣ ହୋଇଥିବା ବେଳେ, ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ୬୦୩ଟି ପୋଷ୍ଟାଲ ବାଲାଟ ଗ୍ରହଣ କରାଯାଇଛି । ଏହି ବିଶେଷ କାର୍ଯ୍ୟ ସଂଚାଳନା ଅବସରରେ ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଗଣ ମୟୂରଭଞ୍ଜ ଆସି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧ୍ୟକ୍ଷିକା ଏସ. ସୁଶ୍ରୀ ଏବଂ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଉଦୟ କୁମାର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ନୋଡାଲ ଅଧିକାରୀ ମାନଙ୍କ ସହିତ ସାକ୍ଷାତ କରି ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ଅଧିକ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ .... ରାତି ପାହିଲେ କାକଟପୁର ଓ ନିମାପଡାରେ ପଡିବ ଭୋଟ, ପ୍ରସ୍ତୁତ ୯୮ଟି ଆଦର୍ଶ ମତଦାନ କେନ୍ଦ୍ର - ELECTION PREPAREDNESS IN ODISHA

ଏହି କ୍ରମରେ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ପ୍ରଶାସନ । ଏନେଇ ଗତକାଲି ଠୁ ଏ ପର୍ଯ୍ୟନ୍ତ ବୁଥ ମୁହାଁ ହେଉଛନ୍ତି ପୋଲିଂ ପାର୍ଟି । ଗତକାଲି ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଭିଭିପାଟ ଓ ଇଭିଏମ ମେସିନ ସ୍ଥାନାନ୍ତରିତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ ମେସିନ ଓ ଭିଭିପାଟ ନେଇ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ତେବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ୨୯୫ ବୁଥ ଓ ସାରସକଣା ନିର୍ବାଚନ ମଣ୍ଡଳୀର ସମସ୍ତ ୨୬୫ ବୁଥ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥ ଅଭିମୁଖେ ବାହାରି ଯାଇଛନ୍ତି ।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଥିବା ୨୯୫ଟି ବୁଥ ମଧ୍ୟରୁ ୪୫ଟି ସଖୀବୁଥ, ୮୦ଟି ମିଳିତ ବୁଥ, ୬ଟି ଯୁବ ବୁଥ, ୧୬୩ଟି ପୁରୁଷ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥ ଓ ଗୋଟିଏ ଭିନ୍ନକ୍ଷମଙ୍କ ପାଇଁ ବୁଥ ରହିଛି । ଏହାରି ଭିତରେ ୧୪ଟି ସମ୍ବେଦନଶୀଳ ବୁଥ, ୧୫ଟି କ୍ରିଟିକାଲ ବୁଥ ରହିଛି । ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀରେ ଥିବା ୨୬୫ଟି ବୁଥ ମଧ୍ୟରୁ ୪୧ଟି ସଖୀବୁଥ, ୭୦ଟି ମିଳିତ ବୁଥ, ୧୫ଟି ଯୁବ ବୁଥ, ୧୩୮ଟି ପୁରୁଷ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥ ଓ ଗୋଟିଏ ଭିନ୍ନକ୍ଷମଙ୍କ ପାଇଁ ବୁଥ ରହିଛି । ଏହାରି ଭିତରେ ୯ଟି ସମ୍ବେଦନଶୀଳ ବୁଥ , ୧୩ଟି କ୍ରିଟିକାଲ ବୁଥ ରହିଛି । ସମ୍ବେଦନଶୀଳ ବୁଥ ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଆର୍ମଷ୍ଟ୍ରଙ୍ଗ ପାମେ ରାଇରଙ୍ଗପୁର ସ୍ଥିତ ଇଭିଏମ ଆବଣ୍ଟନ କେନ୍ଦ୍ରକୁ ଆସି ରାଇରଙ୍ଗପୁର ଉପଜିଲ୍ଲାପାଳ ତଥା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ଓ ରାଇରଙ୍ଗପୁର ଏଡିଏମ୍ ତଥା ସାରସକଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ତ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାରେ ସମୁଦାୟ ୫ଟି ଭୋଟ ଗଣତି କେନ୍ଦ୍ର ସ୍ଥିର କରାଯାଇଛି । ବାଙ୍ଗିରିପୋଷି ଏବଂ ବଡସାହି ନିର୍ବାଚନ ମଣ୍ଡଳୀ ପାଇଁ ଏମପିସି (ସ୍ବୟଂଶାସିତ) ମହାବିଦ୍ୟାଳୟ, ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଶିକ୍ଷକ ଟ୍ରେନିଂ କେନ୍ଦ୍ର, ଉଦଳା‌ ପାଇଁ ଉଦଳା (ସ୍ବୟଂଶାସିତ) ମହାବିଦ୍ୟାଳୟ, ସାରସକଣା ଏବଂ ବିଜାତଳା ପାଇଁ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ଯଶିପୁର ଏବଂ କରଞ୍ଜିଆ କ୍ଷେତ୍ର ପାଇଁ କରଞ୍ଜିଆ (ସ୍ଵୟଂଶାସିତ) ମହାବିଦ୍ୟାଳୟ ଠାରେ ଭୋଟ ଗଣତି କେନ୍ଦ୍ର ହୋଇଅଛି । ସମ୍ପୂର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାର ଭୋଟ ଗଣତି ନିମନ୍ତେ ସମୁଦାୟ ୧୦୨ ଗୋଟି ଇଭିଏମ ଟେବୁଲ ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ ବାଲଟ ଭୋଟ ଗଣତି ପାଇଁ ୩୨ଟି ଇଭିଏମ ଟେବୁଲ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.