ETV Bharat / state

ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନକୁ ନେଇ ହୋ ହଲ୍ଲା, ଅଧିକାରୀଙ୍କ ପାଖେ ନାହିଁ ଉତ୍ତର - LACCMI BUS COLOR TURNED SAFFRON

Color Change In LACCMI Bus: ସରକାର ବଦଳିବା ପରେ ଗତ ବିଜେଡି ସରକାର ସମୟରେ ଚାଲିଥିବା ଲକ୍ଷ୍ମୀ ବସ ଗୁଡିକର ରଙ୍ଗ ପରିବର୍ତ୍ତନର ଘଟଣା ସାମନାକୁ ଆସିଛି । କେନ୍ଦ୍ରାପଡା ଜିଲ୍ଲାରେ ଚାଲୁଥିବା ଲକ୍ଷ୍ମୀ ବସ ଗୁଡିକର ରଙ୍ଗ ସବୁଜରୁ ଗେରୁଆ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 7, 2024, 10:57 PM IST

Color Change In LACCMI Bus
Color Change In LACCMI Bus (ETV Bharat Odisha)

କେନ୍ଦ୍ରାପଡ଼ା: ରାଜ୍ୟରେ ସରକାର ବଦଳିବା ପରେ ରଙ୍ଗ ବଦଳାକୁ ନେଇ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ବିଭିନ୍ନ ଘଟଣା । ବର୍ତ୍ତମାନ ପୂର୍ବ ସରକାରଙ୍କ ଦ୍ବାରା ଯୋଜନା ହୋଇଥିବା "ଲକ୍ଷ୍ମୀ" ବସର ରଙ୍ଗ ବଦଳାଇବାକୁ ନେଇ ସାରା ରାଜ୍ୟରେ ଉଠିଛି ତୁମ୍ବି ତୋଫାନ । ଢେଙ୍କାନାଳ ପରେ ଏବେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବସଷ୍ଟାଣ୍ଡରେ ବଦଳୁଛି କେନ୍ଦ୍ରାପଡା ଜିଲ୍ଲାରେ ଚାଲୁଥିବା ଲକ୍ଷ୍ମୀ ବସ ଗୁଡିକର ରଙ୍ଗ । ତେବେ କିଏ ଏହି ରଙ୍ଗ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛି ସେନେଇ କୌଣସି ଉତ୍ତର ଦେଇ ପାରୁନାହାନ୍ତି ଲକ୍ଷ୍ମୀ ବସ ଦାୟିତ୍ବରେ ଥିବା ଅଧିକାରୀ ।

କେନ୍ଦ୍ରାପଡା ଜିଲ୍ଲାର ୨୪୯ଟି ପଞ୍ଚାୟତରୁ ୯ ଗୋଟି ବ୍ଲକ ହେଡ କ୍ବାର୍ଟର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏସପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଲକ୍ଷ୍ମୀ ବସ ଚଳାଚଳ ପାଇଁ ସ୍ଥିର ହୋଇଥିଲା । ଜିଲ୍ଲାର ୨୪୯ ପଞ୍ଚାୟତର ୩୫ଟି ରୁଟରେ ମୋଟ ୧୮ଟି ନନ-ଏସି ବସ ଓ ଗୋଟିଏ ଏସି ବସ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ୧୬ ଫେବୃଆରୀ ୨୦୨୪ ମସିହାରେ ଏହି ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଥିବା ବେଳେ ଜୁନ ସୁଦ୍ଧା ଜିଲ୍ଲାର ଆବଶ୍ୟକତା ଦୃଷ୍ଟିରୁ ଆଉ ୧୭ ଟି ନନ-ଏସି ଏବଂ ୭ଟି ଏସି ବସ ଯୋଗାଇ ଦେଇ ପାରିନାହିଁ ବିଭାଗ ।

ଅନ୍ୟପଟେ ସବୁଜ ରଙ୍ଗ ସହ ଲକ୍ଷ୍ମୀଙ୍କ ପାଦ ଚିହ୍ନ ଥିବା ଏହି ବସ ଗୁଡିକରୁ ପ୍ରଥମେ ପାଦ ଚିହ୍ନ ହଟାଯିବା ପରେ ଏବେ ରଙ୍ଗ ବଦଳାଯିବାକୁ ନେଇ ତେଜିଛି ଅସନ୍ତୋଷ ଏବଂ ରାଜନୀତି । ସାମାଜିକ ଗଣମାଧ୍ୟମରେ ଏନେଇ ସମାଲୋଚନା ଶୀର୍ଷରେ ପହଞ୍ଚିଥିବା ବେଳେ କିଏ ଓ କାହିଁକି ଏହି ବସ ଗୁଡିକର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରଶ୍ନ କରିବାରୁ OSRTC କର୍ମଚାରୀ ଏବଂ ଲକ୍ଷ୍ମୀ ବସର ଜିଲ୍ଲା ମ୍ୟାନେଜର ଏନେଇ କିଛି ଫୋନ ଯୋଗେ ଜାଣିନଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... 'ଲକ୍ଷ୍ମୀ ବସ' ପରେ 'ମୋ ବସ' ପାଳି; ବଦଳିପାରେ ନାଁ, ଇସାରା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - Mo Bus Name May Be Changed

ତେବେ ଏହି ରଙ୍ଗ ବଦଳାଇବାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି । କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ରଙ୍କ ପ୍ରତିକ୍ରିୟା ଅନୁଯାୟୀ, ଜିଲ୍ଲାରେ ଲକ୍ଷ୍ମୀ ବସ ବଦଳରେ ମୋ ବସ ସେବା ଉପଲବ୍ଧ ହେଲେ ସାଧାରଣ ଗରିବ ଲୋକଟିଏ କମ ଖର୍ଚ୍ଚରେ କଟକ ଓ ଭୁବନେଶ୍ବର ଯାଇପାରନ୍ତା । ଉପାନ୍ତ ଅଞ୍ଚଳରେ ବ୍ଲକ ଗୁଡିକୁ ପଞ୍ଚାୟତର ସଂଯୋଗ ସୁବିଧା ନଥିବା କାରଣରୁ ସେଠାରେ ଲକ୍ଷ୍ମୀ ବସର ଆବଶ୍ୟକତା ରହିଛି କିନ୍ତୁ ଉପକୂଳ ଜିଲ୍ଲା କେନ୍ଦ୍ରାପଡା ଜିଲ୍ଲାରେ ଏହାର ଆବଶ୍ୟକତା ନଥିବା କହିଛନ୍ତି ବିଧୁଭୂଷଣ ।

ରଙ୍ଗ ବଦଳାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନାଭିମୁଖୀ କାର୍ଯ୍ୟକୁ ଲୋକଙ୍କ ମନରୁ ଭୁଲେଇ ପାରିବେ ନାହିଁ ବୋଲି କହିବା ସହ ଏହା ସରକାରୀ ବସ ହୋଇଥିବା କାରଣରୁ ଏଥିରେ ସାଧାରଣ ଲୋକଙ୍କ ରାଜସ୍ବ ଖର୍ଚ୍ଚ ହୋଇଛି ତେଣୁ ଲୋକମାନଙ୍କ ମନରେ ଯଦି ରହିବାର ଅଛି ତେବେ ବିଜେପି ଏଭଳି ରଙ୍ଗ ବଦଳାଇ ସରକାରୀ ଅର୍ଥ ଅପବ୍ୟୟ ନକରୁ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ଧିରେନ କୁମାର ସାହୁ । ସେହିପରି ପୂର୍ବତନ ବିଜେପି ଜିଲ୍ଲା ସଭାପତି ବସର ରଙ୍ଗ ବଦଳିବାକୁ ନେଇ ଖୁସି ଥିବା ଓ ଓଡ଼ିଶାର ଜନସାଧାରଣ ଓଡିଶାକୁ ଗେରୁଆ କରିଥିବାରୁ ସେମାନଙ୍କର ଭାବାବେଗ କାରଣରୁ ବସ୍‌ର ରଙ୍ଗ ଗେରୁଆ ହୋଇଥିବା କହିଛନ୍ତି । ତେବେ ବିଜେଡି ସରକାର କାହିଁକି ଲକ୍ଷ୍ମୀ ବସର ରଙ୍ଗ ସବୁଜ କରୁଥିଲା ବୋଲି ଓଲଟି ପ୍ରଶ୍ନ କରିବା ସହ ଜିଲ୍ଲାକୁ ଆଉ ଆବଶ୍ୟକ ବସ ଖୁବଶୀଘ୍ର ଆସିବ ବୋଲି କହିଛନ୍ତି । ଲକ୍ଷ୍ମୀ ବସର ରଙ୍ଗ ବଦଳାଇବାକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବା ବେଳେ ବାସ୍ତବିକ କାହା ନିର୍ଦ୍ଦେଶରେ ରଙ୍ଗ ବଦଳା ଯାଉଛି ସେନେଇ ନାନା ପ୍ରଶ୍ନ ସାଧାରଣ ଜନତା ମନରେ ଉଙ୍କି ମାରୁଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.