ETV Bharat / state

ନବୀନଙ୍କ ଗଡ଼ରେ କମ ମତଦାନ; ଏକତରଫା ନିର୍ବାଚନ ଭୋଟରଙ୍କ ବିତସ୍ପୃହର କାରଣ - Low Voting - LOW VOTING

Cause Of Low Voting In Ganjam: ରାଜ୍ୟରେ 2ଟି ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ କମିଛି ମତଦାନ ପ୍ରତିଶତ । ଏନେଇ କଣ କହିଲେ ରାଜନୈତିକ ସମୀକ୍ଷକ । ଅଧିକ ପଢ଼ନ୍ତୁ

ନବୀନଙ୍କ ଗଡ଼ରେ କମ ମତଦାନ
ନବୀନଙ୍କ ଗଡ଼ରେ କମ ମତଦାନ (ETV Bharat Odisha)
author img

By ETV Bharat Odisha Team

Published : May 22, 2024, 7:22 AM IST

Updated : May 22, 2024, 9:35 AM IST

ନବୀନଙ୍କ ଗଡ଼ରେ କମ ମତଦାନ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ 2ଟି ପର୍ଯ୍ୟାୟରେ ମତଦାନ ସରିଛି । 9 ଲୋକସଭା ଓ ଏହା ଅନ୍ତର୍ଗତ 63 ବିଧାନସଭା କ୍ଷେତ୍ରରେ ମତଦାନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ କମ ମତଦାନ ହୋଇଛି । ଏହା ଏକତରଫା ନିର୍ବାଚନ ଓ ମତଦାନ ପ୍ରତି ଭୋଟରଙ୍କ ବିତସ୍ପୃହର କାରଣ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ପ୍ରଭୁ କଲ୍ୟାଣ ମହାପାତ୍ର ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଏବଂ ଏବା ଅନ୍ତର୍ଗତ 28 ବିଧାନସଭା କ୍ଷେତ୍ରରେ ନିର୍ବାଚନ ହୋଇଛି । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ 5 ଲୋକସଭା ଓ 35 ବିଧାନସଭା କ୍ଷେତ୍ରରେ ଭୋଟ ପଡିଛି । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ଦୁଇ ଲୋକସଭା ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରରେ କମ ମତଦାନ ହୋଇଛି । 2019 ତୁଳନାରେ ସାମାନ୍ୟ ଅଧିକ ହୋଇ 2024 ନିର୍ବାଚନରେ ବ୍ରହ୍ମପୁର ଲୋକସଭାରେ 65.41 ପ୍ରତିଶତ ମତଦାନ ହୋଇଛି । ସେହିପରି ଆସ୍କା ସଂସଦୀୟ କ୍ଷେତ୍ରରେ 2019 ତୁଳନାରେ ଚଳିତ ଥର ମତଦାନ ପ୍ରତିଶତ କପମିଛି । ଏଠାରେ 62.67 ପ୍ରତିଶତ ମତଦାନ ହୋଇଛି । ସେହିପରି ଦୁଇ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ମଧ୍ୟ ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା କମ ଭୋଟିଂ ହୋଇଛି । ସବୁଠାରୁ ରୋଚକ କଥା ହେଉଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମତଦାନ 61.01 ପ୍ରତିଶତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ; ମନ୍ମଥ ଓ ଅରୂପଙ୍କ ଲାଗି ଭୋଟ ମାଗିଲେ ନବୀନ - Naveen Patnaik Targets Aparajita

ଏନେଇ ରାଜନୈତିକ ସମୀକ୍ଷକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି ଯେ, ଲୋକଙ୍କ ଅନାଗ୍ରହ ମନୋଭାବ ଯୋଗୁଁ ମତଦାନ କମ ହୁଏ । ଭୋଟଦାନ ପାଇଁ ବିତସ୍ପୃହ ହୋଇ ଲୋକେ ଭୋଟ କେନ୍ଦ୍ରକୁ ଆସନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଧିକ ପରିମାଣର ମତଦାନ ହୋଇଥିଲେ, ଜଣାପଡିଥାନ୍ତା ଲଢେଇ ଜୋରଦାର ହେଉଛି । ପ୍ରତିଯୋଗିତା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହେଉଛି । ନବୀନଙ୍କ ପ୍ରତିଦ୍ୱନ୍ଦୀ ସଂଘର୍ଷ କାରିବାକୁ ସକ୍ଷମ ହେଉନାହାନ୍ତି । ଯାହାଦ୍ଵାରା ମତଦାନ ହାର କମ ରହୁଛି । ବିରୋଧୀ ଦଳ ପକ୍ଷରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ଦରକାର । ଏକପାଖିଆ ନିର୍ବାଚନ ହେଉନାହିଁ ବୋଲି ଲୋକଙ୍କ ପାଖକୁ ବାର୍ତ୍ତା ଯିବ । ତାହାଲେ ନିର୍ବାଚନ ରୋଚକ ମୋଡ଼କୁ ଆସି ପାରିବ । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ପ୍ରତିଦ୍ୱନ୍ଦୀ କେହି ନାହାନ୍ତି, ତାହା ହିଁ ଭୋଟର ମନରେ ଅନାଗ୍ରହ ପ୍ରକାଶ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 22, 2024, 9:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.