ETV Bharat / state

ରାଜ୍ୟକୁ ଫେରିବ ରାଜନୈତିକ ଗଣତନ୍ତ୍ର, ଅମଲାତନ୍ତ୍ରରେ ଲାଗିବ ରୋକ ! - Restoration of Democracy in Odisha

author img

By ETV Bharat Odisha Team

Published : Jun 13, 2024, 10:32 PM IST

Restoration of Democracy in Odisha: ପୁରୁଣା ସରକାର ବିରୋଧରେ ରୁପାନ୍ତରୀକରଣ ନାମରେ ପୁଳା ପୁଳା ଘୋଟାଲା ଅଭିଯୋଗ । ତେବେ ବିଜେପି ସରକାରରେ ଆଗକୁ ବାବୁ ରାଜ ଶାସନରେ ବଡ଼ ବ୍ରେକ ଲାଗିବ ବୋଲି ଆକଳନ କରାଯାଉଛି। ଅଧିକ ପଢ଼ନ୍ତୁ,

Restoration of Democracy in Odisha
Restoration of Democracy in Odisha (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଭାରତୀୟ ଜନତା ପାର୍ଟିକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ପ୍ରଥମକରି ସରକାର ଗଢ଼ିଛି ବିଜେପି। ଜଣେ ଆଦିବାସୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗତକାଲି ମୋହନ ମାଝୀଙ୍କ ଶପଥ ପରେ ମୋହନ ଆକ୍ସନ ମୋଡ଼ରେ ଆସିବା ଦେଖାଯାଇ ଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଘଣ୍ଟାଏ ମଧ୍ୟରେ ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ଯିବାକୁ ଅନୁମତି ଦେଇଥିଲେ। ପରେ କ୍ୟାବିନେଟ ବୈଠକରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକକୁ ହଟାଇ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ। ଆଜି ସକାଳ ସମୟରେ ଚାରି ଦ୍ୱାର ଖୋଲି ଭକ୍ତଙ୍କ ସାଧାରଣରେ ଦର୍ଶନ କରାଇବା ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଇ ପାରିବ ବୋଲି କହିଛନ୍ତି ରାଜନୈତୀ ସମୀକ୍ଷକ ଅକ୍ଷୟ ସାହୁ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ପୂର୍ବ ସରକାରଙ୍କ ଦ୍ଵାରା କରାଯାଇଥିବା କିଛି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ମୋହନଙ୍କ କଡା ଆଭିମୁଖ୍ୟର ପରିଚୟ ଦେଉଛି। ଆଉ ଆଜି ଦୀର୍ଘବର୍ଷ ହେବ ସ୍କୁଲରେ ପ୍ରଚଳିତ ହେଉଥିବା 5t ବୋର୍ଡ଼କୁ ହଟାଇବା ନିର୍ଦ୍ଦେଶ ବୟାନ କରୁଛି ନବୀନ ସରକାରଙ୍କ ଲୋକବିରୋଧୀ କାର୍ଯ୍ୟକ୍ରମରେ ବିରାମ ଲଗାଇଛନ୍ତି ମୋହନ। ତେବେ ମୋହନଙ୍କ ଦାଇତ୍ୱ ନେବା ପରେ ଏଭଳି ଆକ୍ରମଣାତ୍ମକ ଭାବଭଙ୍ଗିରୁ ଅନୁମାନ କରାଯାଉଛି ଯେ ଓଡ଼ିଶାରେ ବାବୁ ରାଜ ଅର୍ଥାତ ଅଫିସର ରାଜରେ ରୋକ ଲଗାଇବେ ମୋହନ। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ନବୀନ ଓଡ଼ିଶାର ଦାଇତ୍ୱ ନେବା ପରଠୁ ଅଫିସର ରାଜ ଆରମ୍ଭ ହୋଇଥିଲା। ତତ୍କାଳୀନ ଅବସରପ୍ରାପ୍ତ IAS ପ୍ୟାରୀମୋହନ ମହାପାତ୍ର ବିଜେଡିର କ୍ଷମତା କେନ୍ଦ୍ର ଭାବେ ଉଭା ହୋଇଥିଲେ। 2000 ପରଠୁ ସହୀଦ ନଗର ପାୱାର ସେଣ୍ଟର ପ୍ରାୟ ସବୁ ନିଷ୍ପତ୍ତି ନେଉଥିଲା। ଯଦିଓ ଉଭୟ ବିଜେଡି ବିଜେପି ସରକାର ଥିଲା କିନ୍ତୁ ବିଜେଡ଼ିର ବଡ଼ ନିଷ୍ପତ୍ତି ବାବୁ ପ୍ୟାରୀମୋହନ କରୁଥିଲେ। ଦଳ ଏବଂ ସରକାରଙ୍କ ବହୁ ବଡ଼ ନିଷ୍ପତ୍ତି ସହୀଦ ନଗରରୁ କଣ୍ଟ୍ରୋଲ ହେଉଥିଲା।

ଏହା ମଧ୍ୟ ପଢ଼ନ୍ତୁ... ‘ବାବୁରାଜ ମାନସିକତା ପରିବର୍ତ୍ତନ ନୂଆ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ’ - major challenge for new government

ଅକ୍ଷୟ ସାହୁ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ୟାରୀମୋହନ ବିଦା ହେବା ପରେ ଗଞ୍ଜାମ ଜିଲ୍ଲାପାଳ ଥିବା ଭି କେ ପାଣ୍ଡିଆନ ଭୁବନେଶ୍ୱର ବଦଳି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାଇତ୍ୱ ନେଇଥିଲେ । ସେବେଠୁ ପୁଣି ବାବୁ ରାଜର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା। ଏମିତି କି ଅଣଓଡ଼ିଆ ଅଫିସରଙ୍କ ଏକ କୋଟେରି କରିଥିଲେ ପାଣ୍ଡିଆନ।ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ହେଲେ ନବୀନ ଏହି ଅଫିସର ମାନଙ୍କ ଉପରେ ସମ୍ପୂର୍ଣ ନିର୍ଭର ଥିବାରୁ ଅଫିସର ମାନଙ୍କ ପାଦୁର୍ଭାବ ସର୍ବାଗ୍ରେ ଥିଲା। 5ଟି ନାମକରଣ କରି ପାଣ୍ଡିଆନ କିଛି ମୁଷ୍ଟିମେୟ ଅଣଓଡ଼ିଆ ଅଧିକାରୀଙ୍କୁ ଭିଟୋ ପାୱାର ଦେଇଥିଲେ। ଏପରିକି ମୁଖ୍ୟ ଶାସନ ସଚିବ ମାନେ ମଧ୍ୟ ଗୌଣ ଦେଖିବାକୁ ମିଳୁଥିଲା ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। ଓଡ଼ିଶାରେ 25 ବର୍ଷ ହେବ ଯେଉଁ ବାବୁ ରାଜ ସରକାର ଚାଲିଥିଲା, 5 ରୁ 6 ଜଣ ଅଣଓଡ଼ିଆ ଅଫିସର ସରକାର ପରିଚାଳନା କରୁଥିଲେ । ନବୀନ ପଟ୍ଟନାୟକ ସେମାନଙ୍କ ଉପରେ ଅତ୍ୟନ୍ତ ନିର୍ଭର ଶୀଳ ଥିଲେ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେଡି ମାର୍କା ଅଫିସର ମାନେ ଦୀର୍ଘବର୍ଷ ହେବ ଗାଦି ମାଡି ବସିଛନ୍ତି। ୨୦୧୮ରୁ ଭିନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିଛନ୍ତି । ଯଦିଓ ସେ କ୍ରୀଡା ବିଭାଗର ଅତିରିକ୍ତ ଦାଇତ୍ୱରେ ଅଛନ୍ତି । ସେଇଭଳି ନଗର ଉନ୍ନୟନ ପ୍ରମୁଖ ସଚିବ ମାଥିଭାତନନ ଦୀର୍ଘ 8 ବର୍ଷରୁ ଉର୍ଧ୍ବ ଏହି ବିଭାଗରେ ରହି କାର୍ଯ୍ୟ କରୁଛନ୍ତି । ସେହିପରି IAS ରୁପା ରୋଷଣ ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସତ୍ତ୍ୱେ ତାଙ୍କୁ ଏସସିଏସଟି ବିଭାଗର ସଚିବ ଭାବେ ଦାଇତ୍ୱ ଦିଆଯାଇଥିଲା। ବିଭିନ୍ନ ସମୟରେ ଜିଲ୍ଲାପାଳ ମାନେ ବିଜେଡିର ଜିଲ୍ଲା ସଭାପତି ଭାବେ ଏବଂ ପୋଲିସ ଏସପିମାନେ ବିଜେଡି ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଥାଉ କି ନିର୍ବାଚନ ସମୟରେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ କିଛି IAS ଏବଂ IPS ଅଫିସରଙ୍କୁ ଅନ୍ୟତ୍ର ବଦଳି କରିଥିଲେ ECI। IPS ଡିଏସ କୁଟେକୁ ନିଲମ୍ବନ କରିବା ସହ ଦିଲ୍ଲୀକୁ ବଦଳି କରିଥିଲେ ନିର୍ବାଚନ କମିଶନ । ସେହିପରି IPS ଆଶିଷ ସିଂହଙ୍କ ଉପରେ କଡା ନଜର ରଖିଥିଲେ ECI । ଓଡ଼ିଶାରେ ଏଭଳି ଶାସନ ପାଇଁ ନବୀନ ପଟ୍ଟନାୟକ ମୁଖ୍ୟ କାରଣ ବୋଲି କହିଛନ୍ତି ଅକ୍ଷୟ ସାହୁ। ନବୀନ ପଟ୍ଟନାୟକ ଜଣେ ଦୁଇ ଜଣ ଅଧିକାରୀଙ୍କୁ ମାତ୍ରାଧିକ କ୍ଷମତା ଦେଉଥିଲେ।

ମୋହନ ମାଝୀ ସରକାରରେ ଅଫିସର ରାଜ ଆଉ ଚଳିବ ନାହିଁ। 5ଟି ଭଳି କାର୍ଯ୍ୟକ୍ରମ ଉଚ୍ଛେଦ ହେବା ପରେ ରାଜ୍ୟରେ ଶାସନ କ୍ଷମତା ଲୋକାଭିମୁଖୀ ହେବ ବୋଲି ଆଶା କରାଯାଉଛି। ଗତକାଲି ମୁଖ୍ୟମନ୍ତ୍ରୀ ଶପଥ ସମାରୋହ କାର୍ଯ୍ୟକ୍ରମକୁ ias ଅଧିକାରୀ ମାନଙ୍କୁ ଏକ ବସ ଯୋଗେ ନିଆଯାଇଥିଲା।ବାବୁ ମାନେ ବଡ଼ ବଡ଼ ଗାଡ଼ିରେ ଯିବା ପରିବର୍ତ୍ତେ ବସ ଯୋଗେ ଯାଇ ଗେଟ ପାଖରୁ ଶପଥ ସମାରୋହ ସ୍ଥାନକୁ ଚାଲି ଚାଲି ଯାଇଥିଲେ।ଯଦି ମୋହନ ସରକାରଙ୍କ ଏଭଳି କଡା ଆଭିମୁଖ୍ୟ ରୁହେ ତାହେଲେ ଆଗକୁ ବାବୁ ରାଜ ଶାସନରେ ବଡ଼ ବ୍ରେକ ଲାଗିବ ବୋଲି ଆକଳନ କରାଯାଇ ପାରିବ ବୋଲି ରାଜନୈତୀ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.