ETV Bharat / state

ନିର୍ବାଚନ ପାଇଁ ବଲାଙ୍ଗୀରରେ କଡା ସୁରକ୍ଷା ବ୍ୟବସ୍ଥା, ନିୟମିତ ଚାଲିଛି ଚେକିଂ - Election Preparation

Security Tight In Balangir: ନିର୍ବାଚନକୁ ଦୃଷ୍ଟିରେ ରଖି ବଲାଙ୍ଗୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି । ନିୟମିତ ଚେକିଂ ଜାରି ରଖିଛି ପୋଲିସ । ଫ୍ଲାଗମାର୍ଚ୍ଚ ସହ ପାଟ୍ରୋଲିଂ କଡାକଡି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 21, 2024, 1:48 PM IST

POLICE SECURITY TIGHT FOR ELECTION
POLICE SECURITY TIGHT FOR ELECTION
POLICE SECURITY TIGHT FOR ELECTION

ବଲାଙ୍ଗୀର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଲାଙ୍ଗୀରରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ନିୟମିତ ଫ୍ଲାଗ ମାର୍ଚ୍ଚ ସହ ପାଟ୍ରୋଲିଂ କଡାକଡି କରାଯାଇଛି । ସେହିପରି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିସର କୁମ୍ବିଂ ଅପରେସନ ଜାରି ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ମୁଖ୍ୟ ରାସ୍ତାକୁ ନାକାବନ୍ଦୀ କରି ଗାଡିମୋଟର ଯାଞ୍ଚ କରୁଛି ।

ଏହା ମଧ୍ୟ ପଢନ୍ତୁ-କଟକରେ ଆଲର୍ଟ କମିଶନରେଟ ପୋଲିସ, ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବାକୁ ପ୍ରସ୍ତୁତି ଜୋରଦାର - police tightens security in cuttack

ଚଳିତ ନିର୍ବାଚନ ପାଇଁ ବଲାଙ୍ଗୀର ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ପଦକ୍ଷେପ ନିଆଯାଇଛି । ବଲାଙ୍ଗୀର ପୋଲିସ ସମେତ ଚାରି ପ୍ଲାଟୁନ ସିଆଇଏସଏଫ ଯବାନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ନିୟମିତ ଭାବରେ ସବୁ ସ୍ଥାନରେ ପୋଲିସର ମିଳିତ ଫ୍ଲାଗ ମାର୍ଚ୍ଚ ଜାରି ରହିଛି । ଜିଲ୍ଲାର ସବୁ ପ୍ରବେଶ ପଥ ଓ ମୁଖ୍ୟ ରାସ୍ତାରେ ପୋଲିସ ନାକାବନ୍ଦୀ ସହ ଗାଡି ଯାଞ୍ଚ କରୁଛି । ସମାନ ଭାବରେ ମାଓ ପ୍ରଭାବିତ ଖପ୍ରାଖୋଲ ଜଙ୍ଗଲ, ତୁରେକେଲା ମହଖଣ୍ଡ ଜଙ୍ଗଲ ଓ ଅନ୍ୟାନ୍ୟ ଅଞ୍ଚଳରେ ପୋଲିସ, ଡିଭିଏଫ, ସିଆରପିଏଫ୍ ଓ ଏସଓଜି ଯବାନମାନେ କୁମ୍ୱିଂ ଅପରେସନ ଜାରି ରଖିଛନ୍ତି । ସେହିପରି ନିର୍ବାଚନରେ ଟଙ୍କା, ମଦ ଓ ଅନ୍ୟାନ୍ୟ ସାମଗ୍ରୀ ବା କାରବାର ଉପରେ ପୋଲିସ ନିୟମିତ ଚଢାଉ ଜାରି ରଖିଛି । ପ୍ରଶାସନ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଉପରେ ମଧ୍ୟ କଡା ପଦକ୍ଷେପ ନିଆଯାଉଛି ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପାଇଁ ମାଲକାନଗିରିରେ କଡା ସୁରକ୍ଷା ବ୍ୟବସ୍ଥା, ଫ୍ଲାଗ ମାର୍ଚ୍ଚ କଲା ପୋଲିସ - Police flag march

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ଏଯାବତ୍ ସିଭିଜିଲ ଆପ୍ ଜରିଆରେ ମୋଟ 41ଟି ମାମଲା ପଞ୍ଜିକୃତ ହୋଇଛି । ଏସବୁ ମାମଲାରେ ତୁରନ୍ତ ପଦକ୍ଷେପ ନିଆଯିବ । ସେହିପରି ପୋଲିସ୍ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢାଉ କରି ଏଯାବତ୍ 574 ଲକ୍ଷ ଟଙ୍କାର ମଦ, ନିଶା ଓ ନଗଦ ଟଙ୍କା ଜବତ ହୋଇଛି । ବଲାଙ୍ଗୀର ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି ଯେ, ନିର୍ବାଚନ ପାଇଁ ସବୁଠି ନିୟମିତ ଫ୍ଲାଗ ମାର୍ଚ୍ଚ ଜାରି ରହିଛି । ଏହା ଆଗକୁ ମଧ୍ୟ ଜାରି ରହିବ । ସବୁଠି ନାକାବନ୍ଦୀ କରାଯିବା ସହ ବାଇକ୍ ଓ ଲୋକଙ୍କୁ ଯାଞ୍ଚ କରାଯାଉଛି । ଏହାଛଡ଼ା ସବୁଠି ନିୟମିତ ପେଟ୍ରୋଲିଂ ମଧ୍ୟ କରାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.