ETV Bharat / state

ମହିଳା ସାମ୍ବାଦିକାଙ୍କୁ କୁକୁର ଛାଡ଼ିବା ଘଟଣା, ରଘୁନନ୍ଦନଙ୍କ ଘରେ କ୍ୟାପିଟାଲ ଥାନା ପୋଲିସ - Unleashing Dogs On Woman Journalist

author img

By ETV Bharat Odisha Team

Published : Jun 29, 2024, 3:56 PM IST

UNLEASHING DOGS ON WOMAN JOURNALIST: ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ଘଟଣା । ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ନାଁରେ ରୁଜୁ ହୋଇଛି ସଙ୍ଗୀନ ମାମଲା । ରଘୁଙ୍କ ସରକାରୀ କ୍ବାଟରେ ପୋଲିସ ପହଞ୍ଚି ତଦନ୍ତ କରିଛି । ଅଧିକ ପଢନ୍ତୁ

ରଘୁନନ୍ଦନଙ୍କ ଘରେ କ୍ୟାପିଟାଲ ଥାନା ପୋଲିସ
ରଘୁନନ୍ଦନଙ୍କ ଘରେ କ୍ୟାପିଟାଲ ଥାନା ପୋଲିସ (ETV Bharat Odisha)

ଭୁବନେଶ୍ବର: ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ଘଟଣା । ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଘରେ ପୋଲିସର ତଦନ୍ତ । କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ୟାପିଟାଲ ଥାନାଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ତାଙ୍କ କ୍ବାଟରରେ ତନାଘନା କରିଛି ।

ଏନେଇ ଥାନାଧିକାରୀ କହିଛନ୍ତି ଯେ, ମାମଲା ଯାହା ନାଁରେ ରୁଜୁ ହୋଇଛି ତହାକୁ ଆମେ ତଦନ୍ତ କରୁଛୁ । ଘଟଣା ସମ୍ପର୍କରେ ପଚରାଉଚରା ମଧ୍ୟ କରୁଛୁ । ସେ ମଧ୍ୟ ସହଯୋଗ କରୁଛନ୍ତି । ଦେଖୁଥିଲୁ କ୍ବାଟର ଭିତରେ ସିସିଟିଭି କ୍ୟାମେରା ଅଛି କି ନାହିଁ । କିନ୍ତୁ ଭିତରେ କ୍ୟାମେରା ନାହିଁ । ତାଙ୍କର ଯିଏ ଓ୍ବାଚମ୍ୟାନ ଥିଲେ,ତାକୁ ପଚରାଉଚରା ହୋଇଛି । ପୂର୍ବରୁ ଅଭିଯୋଗକାରୀଙ୍କ ୧୬୧ର ରେକର୍ଡ ହୋଇଯାଇଛି । ଯେହେତୁ କେସ ନମ୍ବର ୩୩୬ରେ ମୁଦାଲା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ । ତାଙ୍କ ନାଁରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି ।

ପୋଲିସ କ୍ବାଟରରେ ପହଞ୍ଚିବା ତଦନ୍ତ କରିଥିବାବେଳେ ସେ ଘରେ ନଥିବା ଜଣାପଡ଼ିଛି । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନଙ୍କ ବିରୋଧରେ ଦଫା ୩୫୪ ଅସଦାଚରଣ କରିବା,୩୨୩ ଆଘାତ କଲା ଭଳି ବାଧା ଦେବା,୨୯୪ ସର୍ବସାଧାରଣରେ ଗାଳି ଗୁଲଜ କରିବା ,୫୦୬ ଅପରାଧିକ ମାନସିକତାରେ ମାମଲା ରୁଜୁ ହୋଇଛି । ତେଣୁ ମହିଳାଙ୍କ ଅଭିଯୋଗକୁ ପୋଲିସ ଗୁରୁତ୍ବ ଦେଇଛି । ପ୍ରାଥମିକ ତଦନ୍ତରେ ପୋଲିସ କିଛି ପ୍ରମାଣ ଓ ତଥ୍ୟ ସଂଗ୍ରହ କରିଛି । ପୂର୍ବରୁ କ୍ୟାପିଟାଲ ଥାନାର ଏକ ପୋଲିସ ଟିମ୍ ତାଙ୍କ କ୍ବାଟରରେ ପହଞ୍ଚି ତଦନ୍ତ କରିଥିଲେ । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହା ତଦନ୍ତ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ ....ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ଏଭଳି ଜବାବ ରଖିଲେ ରଘୁନନ୍ଦନ - Raghunandan Das

ପ୍ରକାଶ ଯୋଗ୍ୟ, ବିଜେଡି ନେତା ବବି ଦାସଙ୍କ କ୍ବାଟରରେ ବେଆଇନ ନିର୍ମାଣ ନେଇ ଖବର ସଂଗ୍ରହ କରିବାକୁ ଯିବାବେଳେ ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନଙ୍କ ପାଖ କ୍ବାଟର ଯୋଗୁଁ ସାମ୍ବାଦିକା ଜଣଙ୍କ ସେଠାରୁ ଭିଡିଓ ନେଉଥିଲେ । ଏନେଇ ରଘୁ ନନ୍ଦନଙ୍କ କ୍ବାଟର ଭିତରେ ସିକ୍ୟୁରିଟିର ଅନୁମତି ନେଇ ଭିତରେ ପଶି ଭିଡିଓ ନେବାବେଳେ ରଘୁନନ୍ଦନ ରାଗିଯାଇ, କାହିଁକି ଭିତରେ ପଶିଲେ କହି କୁକୁର ଛାଡି ତାଙ୍କୁ ଭୟ ଦେଖାଇଥିଲେ ଓ ଧମକ ଦେଇଥିବା ଅଭିଯୋଗ ଆଣିଥିଲେ ସାମ୍ବାଦିକା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.