ETV Bharat / state

ଜେଲରେ ଗୋଷ୍ଠୀ ସଂଘର୍ଷ; ଅଚାନକ ଚଢ଼ାଉ କଲା ପୋଲିସ,ମିଳିଲା ପୁଳାପୁଳା ନିଶାଦ୍ରବ୍ୟ - Police Raid On balangir Jail

author img

By ETV Bharat Odisha Team

Published : Aug 23, 2024, 6:00 PM IST

POLICE RAID ON BALANGIR JAIL: ବଲାଙ୍ଗୀର ମୁଖ୍ୟ କାରାଗାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପୋଲିସର ତନାଘନା । ଏସପିଙ୍କ ନେତୃତ୍ୱରେ ଜେଲରେ ରେଡ୍ ପରେ ମିଳିଲା ବିପୁଳ ମାଦକ ଦ୍ରବ୍ୟ । ଅଧିକ ପଢନ୍ତୁ

POLICE RAID ON BALANGIR JAIL
POLICE RAID ON BALANGIR JAIL (ETV Bharat Odisha)

ବଲାଙ୍ଗୀର: ମୁଖ୍ୟ କାରାଗାରରେ ଗୋଷ୍ଠୀ ସଂଘର୍ଷ ପରେ ଆଜି ଏସପିଙ୍କ ନେତୃତ୍ୱରେ ଜେଲରେ ରେଡ । ମିଳିଲା ବ୍ୟାପକ ମାଦକ ଦ୍ରବ୍ୟ । ସେପଟେ ସଂଘର୍ଷ ଏଡାଇବାକୁ ନିଆ ଗଲା ପଦକ୍ଷେପ । ବଲାଙ୍ଗୀର ଜିଲ୍ଲା ମୁଖ୍ୟ କାରାଗାର ଭିତରେ ଗତ ଦୁଇ ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ତେବେ ଏଠି ହତ୍ୟା ତଥା ଏକାଧିକ ମାମଲାରେ ବିଚାରଧୀନ କଏଦୀ ଭାବରେ ଥିବା ଦୁଇ ଅଭିଯୁକ୍ତଙ୍କ ଗୋଷ୍ଠୀ ମଧ୍ୟରେ ଏହି ସଙ୍ଘର୍ଷ ଘଟିଥିଲା । ଯେଉଁଥିରେ ବଲାଙ୍ଗୀରର କୁଖ୍ୟାତ ଅପରାଧୀ ବବଲୁ ମହାନନ୍ଦ ଗୋଷ୍ଠୀ ଉପରେ ଆଉ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ । ପରେ ଜେଲ ସୁରକ୍ଷା କର୍ମୀମାନଙ୍କ ହସ୍ତକ୍ଷେପ ପରେ ଉଭୟଙ୍କ କାବୁ କରାଯାଇଥିଲା ।

ଜେଲ୍ ଭିତରେ ପୋଲିସର ରେଡ୍:

ଏଭଳି ଘଟଣାକୁ ନେଇ ଜେଲ ଭିତରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଆଜି ଜେଲରେ ତନାଘନା କରିଥିଲେ ବଲାଙ୍ଗୀର SP ଋଷିକେଶ ଖିଲାରୀ । SPଙ୍କ ନେତୃତ୍ବରେ ଜେଲ ମଧ୍ୟରେ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ଏହି ରେଡ୍ ସମୟରେ ପୋଲିସ ବ୍ୟାପକ ନିଶା ଦ୍ରବ୍ୟ ଜବତ କରିଥିବାବେଳେ ସଂଘର୍ଷ ଘଟାଇଥିବା ଉଭୟ ଗୋଷ୍ଠୀଙ୍କୁ ପୃଥକ୍ ପୃଥକ୍ ସ୍ଥାନରେ ରଖାଯାଇଥିବା ସୂଚନା ମିଳିଛି ।

ଜେଲରୁ ମିଳିଲା ପୁଳାପୁଳା...

ସେପଟେ ଜେଲ ଅଧିକ୍ଷକ ସର୍ବେଶ୍ଵର ସାହୁ କହିଛନ୍ତି, "ସେଲ ଖୋଲିବା ସମୟରେ ଏଭଳି ସଂଘର୍ଷ ଘଟିଥିଲା । ଯାହାକୁ ତୁରନ୍ତ କାବୁ କରାଯାଇଥିଲା । ଏଭଳି ଘଟଣା ଏଡାଇବାକୁ ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଛି । ଗୋଷ୍ଠୀ ସଂଘର୍ଷ ଘଟାଇଥିବା ଉଭୟ ପକ୍ଷକୁ ପୃଥକ୍ ପୃଥକ ସେଲରେ ରଖାଯାଇଛି । ଆଜି ପୋଲିସ ତାର ରେଡ କରିଥିଲା । କିଛି ମାଦକ ଦ୍ରବ୍ୟ ପୋଲିସ ଜବତ କରିଛି । ଏହା ସବୁ ଜେଲ ଭିତରକୁ ଫିଙ୍ଗା ଯାଇଛି । କାରଣ ଆମର ସୁରକ୍ଷା ବ୍ୟବସ୍ଥା ଠିକ ଅଛି । "

ଏହା ମଧ୍ୟ ପଢନ୍ତୁ ...ଜେଲ୍‌ ଭିତରେ 'ମୁକ୍ତି'ର ସ୍ବର, ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରୁଛନ୍ତି କଏଦୀ - Radio Mukti

ଗୋଷ୍ଠୀ ସଂଘର୍ଷକୁ ନେଇ କ'ଣ କହିଲେ SP ?

ସେପଟେ ବଲାଙ୍ଗୀର SP ଋଷିକେଶ ଖିଲାରୀ କହିଛନ୍ତି," ଆଜି ଜେଲ ମଧ୍ୟରେ ସରପ୍ରାଇଜ ଚେକ୍ କରାଯାଇଥିଲା ।ଯେଉଁଥିରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, 9 ଅଫିସର ସାମିଲ ଥିଲେ । 12 ଟି ୱାର୍ଡ, କମନ କୋଠରୀ ସବୁ ଯାଞ୍ଚ କରିଥିଲୁ । କିଛି ବିଡି, ସିଗାରେଟ, ଲାଇଟର ଓ ତମ୍ବାକୁ ଜବତ କରିଛୁ । ମୋଟାମୋଟି ଭାବରେ ଜେଲରେ ବ୍ୟବସ୍ଥା ଠିକ ଅଛି ଓ ସଫା ମଧ୍ୟ ଅଛି । ଯେଉଁ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା, ସେମାନଙ୍କୁ ପୃଥକ ପୃଥକ୍ ରଖାଯାଇଛି । ଜେଲ୍ ମଧ୍ୟରୁ କୌଣସି ହତିଆର ଜବତ ହୋଇନାହିଁ । "

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.