ETV Bharat / state

ଆଗକୁ ସ୍ନାନ ପୂର୍ଣ୍ଣିମା, ଏବଠୁ ଭକ୍ତଙ୍କ ଦର୍ଶନରେ ସମସ୍ୟା; ପ୍ୟାନିକ ହେବାର ଆବଶ୍ୟକତା ନାହିଁ କହିଲେ ଡିଜି - Huge Crowd Problem At Srimandir

Police DG Review Meeting: ଆଗକୁ ଆସୁଛି ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା, କିନ୍ତୁ ୪ ଦ୍ବାର ଖୋଲା ହେବା ପରେ ଦେଖାଦେଇଛି ଅସମ୍ଭାଳ ଭିଡ଼ ସମସ୍ୟା । ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା ହେବା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବା କଥା କହିଛନ୍ତି ପୋଲିସ ଡିଜି । ଅଧିକ ପଢନ୍ତୁ

Police DG Review Meeting
Police DG Review Meeting (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 10:23 PM IST

ଭୁବନେଶ୍ବର: ୪ ଦ୍ବାର ଖୋଲିବା ପରେ ଶ୍ରୀମନ୍ଦିରରେ ଦେଖା ଦେଇଛି ଅସମ୍ଭାଳ ଭିଡ । ଶୃଙ୍ଖଳିତ ଦର୍ଶନ ତଥା ସ୍ନାନ ପୂର୍ଣ୍ଣିମା, ରଥ ଯାତ୍ରା ତଥା ଅନ୍ୟ ଉତ୍ସବ ନେଇ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ମତ ଦେଇଛନ୍ତି । ସେ କହିଛନ୍ତି, 'ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ନେଇ ୨ଟି ମିଟିଂ ନେଇ ସାରିଛନ୍ତି । ତାର ପ୍ରସ୍ତୁତି ପ୍ରକ୍ରିୟା ହେବ ଏନେଇ ଆଗକୁ ଯେଉଁ ବିଭିନ୍ନ ମିଟିଂ ହେବ ଆଇନ ମନ୍ତ୍ରୀ ନେବେ । ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ସହ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା କେମିତି ଶାନ୍ତି ଶୃଙ୍ଖଳାର ସହ ହେବ ସେନେଇ ଆଲୋଚନା କରିଛନ୍ତି । ଚାରି ଦ୍ବାର ଖୋଲିଲା, ବର୍ତ୍ତମାନ‌ ଦର୍ଶନରେ ଯେଉଁ ଭିଡ଼ ହେଉଛି ସେନେଇ ମଧ୍ୟ ଆଲୋଚନା ହୋଇଛି । ଯେହେତୁ ରଜ ପାଇଁ ଚାରି ଦିନ‌ ଛୁଟି ରହିଗଲା ତେଣୁ ଭିଡ଼ ବଢିଯାଇଛି । '

Police DG Review Meeting (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...କାଲିଠୁ ବିଧାନସଭା ଅଧିବେଶନ: ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ, ବଛାଯିବେ ବାଚସ୍ପତି - ODISHA ASSEMBLY SESSION TOMORROW

ପୋଲିସ ଡିଜି କହିଛନ୍ତି, 'ଆଗରୁ ବି ଭିଡ଼ ରହେ । ତେଣୁ ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଲୋକେ ଯେଉଁ କନଫ୍ୟୁଜ ରହୁଛି ଆମେ ତାକୁ ଦୂର କରୁଛୁ । ଚାରିଟା ଦ୍ବାର ଖୋଲିଛି ଏନେଇ ଆମେ ତାଙ୍କୁ ଗାଇଡ କରୁଛୁ । ଏଥିପାଇଁ ଯେଭଳି ଶୃଙ୍ଖଳିତ ଦର୍ଶନ ହେବ ସେନେଇ ଖୁବଶୀଘ୍ର ସବୁ କିଛି ସଠିକ ହୋଇଯିବ । ଏଥିପାଇଁ ୩୦ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଆଇନଶୃଙ୍ଖଳା ଏଡିଜି ସହ ଇଣ୍ଟେଲିଜେନସ ଡାଇରେକ୍ଟର ମଧ୍ୟ ସେଠି ଯାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆଇଜି ସେଣ୍ଟ୍ରାଲ ମଧ୍ୟ ସେଠି କ୍ୟାମ୍ପ କରି ରହିଛନ୍ତି । ସବୁ ଅଛି ଫୋର୍ସ ଲାଗିଛନ୍ତି, ଅଫିସର ମଧ୍ୟ ରହିଛନ୍ତି ରେଗୁଲେଟ କରୁଛନ୍ତି । ଯେହେତୁ ୪ଦିନ ଛୁଟି ପଡିଲା ପୁରୀକୁ ବେଶୀ ଲୋକ ଗଲେ । ଲୋକ ଟିକେ ଭିଡ଼ ହୋଇଗଲା । ତେଣୁ ସେଥିପାଇଁ ସମସ୍ୟା ହେଲା ।'

ତେଣୁ ପ୍ୟାନିକ ହେବାର ଆବଶ୍ୟକତା ନାହିଁ ସବୁ ଶୃଙ୍ଖଳିତ ହୋଇଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପୋଲିସ ଡିଜି ଅରୁଣ କୁମାର‌ ଷଡଙ୍ଗୀ । ଆଜି ପୋଲିସ ଡିଜି ସମସ୍ତ ଜିଲ୍ଲା ଏସପି, ରେଞ୍ଜ ଡିଆଇଜି ଆଦି ବରିଷ୍ଠ ଅଦିକାରୀ ମାନଙ୍କ ସହିତ ଭିଡିଓ କନଫରେନ୍ସି ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଆଇନ ଶୃଙ୍ଖଳା ସମୀକ୍ଷା ସହ ନୂଆ ଆଇନ ଲାଗୁ ପାଇଁ ବନ୍ଦୋବସ୍ତ ବିଷୟରେ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.