ETV Bharat / state

ଭାରତରେ ବାଂଲାଦେଶୀଙ୍କ ବଡ଼ ଷଡଯନ୍ତ୍ର ! ଓଡ଼ିଶା ପରେ ଝାଡ଼ଖଣ୍ଡରେ ଲାଗିଛି ସିମ ବକ୍ସ, ସନ୍ଦିଗ୍ଧ ରହିଥିବା ହୋଟେଲରେ ପୋଲିସର ଛାନଭିନ - SIM Box Racket Jharkhand Link

author img

By ETV Bharat Odisha Team

Published : Aug 19, 2024, 9:26 PM IST

SIM Box Racket Jharkhand Link: ଓଡିଶା ପରେ ଝାଡଖଣ୍ଡରେ ବି ଲାଗିଛି ସିମ ବକ୍ସ । ରିମାଣ଼୍ଡରେ ଥିବା ରାଜୁ ମଣ୍ଡଳ ଠାରୁ ଏଭଳି ଚାଞ୍ଚଲ୍ୟ କର ତଥ୍ୟ ପାଇଛି କମିଶନରେଟ ପୋଲିସ । ଏପଟେ ବାଂଲାଦେଶୀ ମୁଖ୍ୟ ମାଷ୍ଟର ମାଇଣ୍ଡ ରହିଥିବା ଭୁବନେଶ୍ବର ହୋଟେଲରେ ଛାନଭିନ କରିଛି ପୋଲିସ । ପଢନ୍ତୁ ପୂରା ଖବର ।

SIM BOX RACKET JHARKHAND LINK
SIM BOX RACKET JHARKHAND LINK (ETV Bharat Odisha)

ଭୁବନେଶ୍ବର: ଖୋଲୁଛି ସିମ ବକ୍ସ ରାକେଟର ଗୋଟିଏ ପରେ ଗୋଟିଏ ଲିଙ୍କ୍‌ । କେବଳ ଭୁବନେଶ୍ବର କଟକ ନୁହେଁ ଝାଡଖଣ୍ଡ ଯାଏଁ ଲମ୍ବିଛି ସିମ ବକ୍ସ ନେଟୱାର୍କ ଚେର । ପଡୋଶୀ ରାଜ୍ୟ ଝାଡଖଣ୍ଡରେ ବି ସିମବକ୍ସ ଲଗାଇଛନ୍ତି ସନ୍ଦିଗ୍ଧ । ଏପରିକି ମିନି ଏକ୍ସଚେଞ୍ଜ କରିବା ଆଳରେ ଚଳାଇଥିଲେ ବେଆଇନ ସିମ ବକ୍ସ ରାକେଟ । ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳ ଠାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଛି କମିଶନରେଟ ପୋଲିସ । ଏନେଇ ଅଧିକ ତଦନ୍ତ ପାଇଁ ରାଜୁ ମଣ୍ଡଳକୁ ଧରି ରାଜ୍ୟ ବାହାରକୁ ଯିବ ପୋଲିସ ।

ଓଡ଼ିଶା ପରେ ଝାଡ଼ଖଣ୍ଡରେ ଲାଗିଛି ସିମ ବକ୍ସ (ETV Bharat Odisha)

ଝାଡଖଣ୍ଡରେ ବି ସିମ ବକ୍ସ, ରାଜ୍ୟ ବାହାରକୁ ଯିବ ପୋଲିସ:

ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି, ‘ଭୁବନେଶ୍ବର ଲକ୍ଷ୍ମୀସାଗରରୁ ସିମ ବକ୍ସ ଘଟଣାର ତନାଘନା ବେଳେ ରିମାଣ୍ଡରେ ଆଣିଥିବା ରାଜୁ ମଣ୍ଡଳକୁ ନେଇ କଟକରୁ ମିଳିଛି ଆଉ ୫ଟି ଆକ୍ଟିଭ ସିମ ବକ୍ସ । ୨୩୬ ଆକ୍ଟିଭ ସିମ ସହ ଆଉ କିଛି ଏକ୍ସଟ୍ରା ସିମ ମଧ୍ୟ ମିଳିଛି । ଏଥି ସହ ୪ଟି ରାଉଟର ସହ ମୋଡେମ ମଧ୍ୟ ଜବତ କରିଛି ପୋଲିସ୍ । ଆଉ ରିମାଣ୍ଡ ବେଳେ ସେହି ସିମବକ୍ସ କିପରି ଲଗାଇଥିଲେ । କିପରି ଲୁଗା ବେପାର ପାଇ ଭଡ଼ା ଆଳରେ ନେଇ ସେଠାରେ ଏଭଳି ସିମ ବକ୍ସ ଜରିଆରେ ଇଣ୍ଟର ନ୍ୟାସନାଲ କଲକୁ ରାଉଟିଂ କରୁଥିଲେ। ଏଯାବତ ୧୨ଟି ସିମ ବକ୍ସ ୪୮୧ଟି ଆକ୍ଟିଭ ସିମ ସହ ୮୧୦ ବଳକା ସିମ ମଧ୍ୟ ଜବତ ହୋଇଛି । ଏନେଇ ପଚରା ଉଚରା ବେଳେ ମଧ୍ୟ ଏଭଳି ସିମ ବକ୍ସ ଝାଡଖଣ୍ଡରେ କରିଛି ବୋଲି ଜଣାପଡିଛି । ଆମ ପୋଲିସ ଯିବ ସ୍ଥାନୀୟ ପୋଲିସ ସହାୟତାରେ ସେଠି ତଦନ୍ତ କରାଯିବ । ରାଜୁ ମଣ୍ଡଳ ଝାଡଖଣ୍ଡରେ ମଧ୍ୟ ସେଟଅପ କରିବା କଥା କହିଛି । ଆମେ ଚିହ୍ନଟ କରିବାକୁ ଚେଷ୍ଟା କରିବୁ ।’

ଭାରତରେ ବାଂଲାଦେଶୀଙ୍କ ବଡ଼ ଷଡଯନ୍ତ୍ର
ଭାରତରେ ବାଂଲାଦେଶୀଙ୍କ ବଡ଼ ଷଡଯନ୍ତ୍ର (ETV Bharat Odisha)

ପ୍ରତି ସପ୍ତାହରେ ଆସୁଥିଲା ଆଶାଦ୍ଦୁର ଜମାନ:

ପ୍ରତି ସପ୍ତାହରେ ଆସୁଥିଲା ବାଂଲାଦେଶୀ ସନ୍ଦିଗ୍ଧ ଆଶାଦ୍ଦୁର ଜମାନ । ରାଜୁ ମଣ୍ଡଳକୁ ପଚରାଉଚରା ବେଳେ ଏହି ତଥ୍ୟ ପାଇଛି ପୋଲିସ । ଗତ ଅକ୍ଟୋବର ମାସରେ ଓଡ଼ିଶା ଆସିଥିବା ଥିବା ବେଳେ ଭୁବନେଶ୍ବରରେ ଦୁଇ ଦିନ ରହିଥିଲା । ଟୁରିଷ୍ଟ ଭିସାରେ ଆସି ଷ୍ଟେସନ ସ୍କୋୟାର ହୋଟେଲ ଲିଙ୍ଗରାଜରେ ରହିଥିଲା । ଏନେଇ ହୋଟେଲକୁ ଯାଇ ତଦନ୍ତ କରିଛି ପୋଲିସ୍ । ଏପରିକି ହୋଟେଲରେ ସିସିଟିଭି ବ୍ୟାକଅପ ଅଛି କି ନାହିଁ ସେ ନେଇ ଯାଞ୍ଚ ଆରମ୍ଭ କରିଛି । ସରାଇ ଆପ ନିୟମ ଅନୁସାରେ ନିୟମ ପାଳନ କରିଥିଲେ କି ନାହିଁ ତାହାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

ଫେରିବାଲାରୁ ଲକ୍ଷପତି ରାଜୁ ମଣ୍ଡଳ:

ପୋଲିସର ସୂଚନା ଅନୁସାରେ, ସିମ ବକ୍ସ ରାକେଟର ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳ ଜଣେ ଫେରିବାଲା । ସେ ଜିନିଷ ବିକ୍ରି କରିବାକୁ ବସେରିଘାଟରୁ ବାଂଲାଦେଶର ଆନେ ଗାଓକୁ ଯାଉଥିଲା । ଆଉ ସେଠାରେ ଆଶାଦ୍ଦୁର ଜମାନ ସହ ତାର ଭେଟ ହୋଇଥିଲା । ଏଥିସହ ରାଜୁର ଆର୍ଥିକ କାରବାର ନେଇ ତନାଘନା କରିଛି ପୋଲିସ । ରାଜୁର ତିନୋଟି ଆକାଉଣ୍ଟ ସହ ରାଜୁର ମାଆ ନାଁରେ ଥିବା ଆକାଉଣ୍ଟର ତଥ୍ୟ ଯାଞ୍ଚ କରିଛି । ଯେଉଁ ସବୁ ଆକାଉଣ୍ଟ ଘର ପାଖରେ ଥିବା କାଠିକଟାର ଏସବିଆଇ ବନ୍ଧନ ଓ ପିଏନବିରେ ଖୋଲାଯାଇଛି । ଏପରିକି ରୁଜୁ ବ୍ୟବହାର କରୁଥିବା ଫୋନ ପେ ଆକାଉଣ୍ଟ ଡିଟେଲ ମଧ୍ୟ ଯାଞ୍ଚ ଚାଲିଛି । ଏପରିକି ହାଓଲାରେ ଟଙ୍କା ନେଣଦେଣ ସହ ସମସ୍ତ ରାଜୁର ଖର୍ଚ୍ଚ ସେ ବହନ କରୁଥିଲା । ଏପରିକି ଘର ଭଡ଼ା ମେଣ୍ଟନାନ୍ସ ବିଲ ସବୁ ସେ ରାଜୁକୁ ପଠାଉଥିଲେ ।

ସିଡିଆର ଓ ବ୍ରାଉଜିଂ ହିଷ୍ଟ୍ରି ଯାଞ୍ଚ:

ଏମାନଙ୍କ ପାଖକୁ ଭିଓଆଇପି ଜରିଆରେ କେଉଁ ବିଦେଶରୁ କଲ ଆସୁଥିଲା। ଏପରିକି ସମସ୍ତ ଇଣ୍ଟରନେଟ କଲ ଗୁଡିକର ହିଷ୍ଟ୍ରି ଯାଞ୍ଚ ପାଇଁ ସମସ୍ତ ଇଣ୍ଟରନେଟ ପ୍ରୋଭାଇଡର ଯାହା ସିମବକ୍ସ ପାଖରୁ ମିଳିଛି ସେନେଇ ଖୋଳତାଡ ହୋଇଛି । ଏପରିକି ଜବତ ହୋଇଥିବା ସିମକୁ ମଧ୍ୟ ତାର କଲ ରେକର୍ଡ ଯାଞ୍ଚ ଆରମ୍ଭ କରିଛି । କଲ ସବୁ କାହା ପାଖକୁ ଯାଉଥିଲା । କେଉଁ ଉଦ୍ଦେଶ୍ୟରେ ଏସବୁ କଲ ଆସୁଥିଲା ସେନେଇ ତନାଘନା ଆରମ୍ଭ ରହିଛି ପୋଲିସ । ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଏହାର ଯାଞ୍ଚ ଆରମ୍ଭ କରିଛି । ଅପରେସନାଲ ଥିବା ୪୮୧ ସିମ କାର୍ଡ କଲ ଡିଟେଲ ଓ ରାଉଟର ୬ଟିର ବ୍ରାଉଜ ହିଷ୍ଟ୍ରି ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି ।

ଚାରୋଟି ଦିଗ ପ୍ରତି ସନ୍ଦେହ:

ବିଶେଷ କରି ଏଭଳି ସମ ବକ୍ସ ଜରିଆରେ ଠକାମି ପାଇ ଅର୍ଥାତ୍ ହାଓଲା ବା ସାଇବର ଠକେଇ ନଚେତ ଏସଟିଡି କଲ ରୋମିରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯାଏ । ନଚେତ ଏହା ପଛର ବଡ କାରଣ ଆତଙ୍କୀ କାର୍ଯ୍ୟକଳାପ ନେଇ ମଧ୍ୟ ହୋଇଥାଏ । ବେଆଇନ ଭାବେ ଡ୍ରଗ୍ସ କାରବାର ହେଉ ବା ହତିଆର ସପ୍ଲାଏ ଭଳି ବେଆଇନ କାରବାର ଓ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଏଭଳି ସିମବକ୍ସ ବ୍ୟବହାର କରିଥାନ୍ତି। ଏନେଇ ଯେହେତୁ ଏମାନଙ୍କର ବାଂଲାଦେଶ ଲିଙ୍କ୍‌ ସାମ୍ନାକୁ ଆସିଛି ଏବଂ କଲ ଗୁଡିକ ଚିନ ଓ ପାକିସ୍ତାନ ଓ ମିଡଲ ଇଷ୍ଟରୁ ଆସିଥାଏ । ଏହା ପଛରେ କୌଣସି ଆତଙ୍କୀ ଷଡ଼ଯନ୍ତ୍ର କରୁଥିବା ମଧ୍ୟ ଏଡାଇ ଦିଆଯାଇନପାରେ । ଏନେଇ ପୋଲିସ ସମସ୍ତ ଜାତୀୟ ତଦନ୍ତ ଏଜେନ୍ସି ଓ ଅନ୍ୟାନ୍ୟ ସଂସ୍ଥା ସହ ଯୋଗାଯୋଗରେ ରହି ଏମାନଙ୍କ ନେଟୱାର୍କର ଚେର ଓ ଉଦ୍ଦେଶ୍ୟ ଖୋଜୁଛି ପୋଲିସ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଅଧିକ ତଥ୍ୟ ନ ଦେବା ପାଇଁ କହିଛନ୍ତି ପୋଲିସ କମିସନର ।

ସିମ ବକ୍ସ ସମ୍ପର୍କିତ ଖବର ପଢନ୍ତୁ ନିମ୍ନରେ:

ସ୍ମାର୍ଟସିଟିରେ ସିମ ବକ୍ସ ନେଟୱାର୍କ: ଭଡାଘରୁ ଠାବ, ଜାଣନ୍ତୁ ଏହା କଣ ? କେଉଁ କାମରେ ହୁଏ ବ୍ୟବହାର

ସିମ ବକ୍ସ ଜବତ ଘଟଣାରେ ବିଦେଶୀ ଲିଙ୍କ: ସ୍ମାର୍ଟସିଟିରେ ନେଟୱାର୍କ ଚଳାଇଥିଲା ବାଂଲାଦେଶୀ, ଚୀନ-ପାକିସ୍ତାନକୁ ଯାଉଥିଲା କଲ

ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ, ପୋଲିସର ଛାନଭିନ୍ ଜାରି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.