ETV Bharat / state

ମାଓ ପ୍ରବଣ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ଚେକିଂ ଓ ବ୍ଲକିଂ ଜୋରଦାର - Rayagada police tightens security

Rayagada police tightens security: ପାଖଉଛି ନିର୍ବାଚନ । ରାୟଗଡ଼ା ଜିଲ୍ଲାରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ନାଇଟ ଚେକିଂ ଏବଂ ବ୍ଲକିଂ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 6, 2024, 12:52 PM IST

Updated : Apr 6, 2024, 8:17 PM IST

ମାଓ ପ୍ରବଣ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ଚେକିଂ ଓ ବ୍ଲକିଂ ଜୋରଦାର

ରାୟଗଡ଼ା: ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ରାୟଗଡ଼ା ଜିଲ୍ଲାରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କଡାକଡି କରାଯାଇଛି । ସହରରେ ଚେକିଂ ଓ ବ୍ଲକିଂ ଜୋରଦାର କରିଛି ପୋଲିସ । ମେ' ୧୩ ତାରିଖ ଦିନ ରାୟଗଡା ଜିଲ୍ଲାରେ ମତଦାନ ଥିବାବେଳେ ଗୁରୁବାରଠାରୁ ସହରରେ ନାଇଟ ବ୍ଲକିଂ ଆରମ୍ଭ ହୋଇଛି । ସମ୍ବେଦନଶୀଳ ବୁଥରେ ଥିବା ଭୋଟରଙ୍କ ମନରେ ନିର୍ବାଚନୀ ହିଂସା ଦୂର କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏସପି ହରୀଶ ବି.ସିଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ଲକିଂ କରାଯାଇଛି ।

ନିର୍ବାଚନ ସମୟରେ ବ୍ୟାପକ ମାତ୍ରାରେ ମଦ ଓ କଳା ଟଙ୍କା କାରବାର ହୋଇଥାଏ । ଏହାକୁ ରୋକିବାକୁ ରାୟଗଡା ସହରରେ ଚେକିଂ ବ୍ଲକିଂ ଜୋରଦାର କରାଯାଇଛି । ସହରର ରେଲୱେ ଷ୍ଟେସନ ଛକରୁ ଆରମ୍ଭ ହୋଇ କୋରାପୁଟ ଛକ, କପିଳାସ ଛକ, ଆଞ୍ଜିଆପେଟା ଛକ ଯାଏଁ ପୋଲିସ ବ୍ଲକିଂ କରିଥିଲା । ଏଥିରେ ରାୟଗଡା ପୋଲିସର ଏକ ପ୍ଲାଟୁନ ଯବାନଙ୍କ ସହ ୧୦ରୁ ଊର୍ଦ୍ଧ୍ବ ଅଫସର ନିୟୋଜିତ ହୋଇଥିଲେ । ରାୟଗଡା ଆଇଆଇସି କେକେବିକେ କହଁରଙ୍କ ନେତୃତ୍ୱରେ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଏହି ବ୍ଲକିଂ କରାଯାଇଥିଲା । ଫଳରେ ରାୟଗଡା ଦେଇ ଆନ୍ଧ୍ର–କୋରାପୁଟ-ଗଜପତି–ଗଞ୍ଜାମ–କଳାହାଣ୍ଡି ଏବଂ ଫୁଲବାଣୀ ଦେଇ ଯାତାୟାତ କରୁଥିବା ସବୁ ଚାରି ଚକିଆ ଯାନକୁ ଯାଞ୍ଚ କରିବା ସହ ଟ୍ରାଫିକ ନିୟମ ଅନୁଯାୟୀ ମଦ୍ୟପାନ କରି ଚଲାଉଥିବା ଡ୍ରାଇଭରକୁ ଚିହ୍ନଟ କରି ଜରିମାନା ଆଦାୟ କରାଯାଇଥିଲା । ଯାଞ୍ଚ ସମୟରେ ଡ୍ରାଇଭିଂ ଲାଇସେନ୍ସକୁ କଡାକଡି ଭାବେ ଚେକିଂ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ବେଳେ ଓଡ଼ିଶା ଫେରିପାରନ୍ତି ମାଓବାଦୀ, ଆଲର୍ଟରେ ସୁରକ୍ଷାକର୍ମୀ - Security Alert In Border Area

ଏସ୍‌ପି ହରୀଶ ବି.ସି.ଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ନକ୍ସଲ ପ୍ରବଣ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ପ୍ରତିଦିନ ବିଭିନ୍ନ ଜାଗାରେ ଏଭଳି ପିକେଟିଂ ସହ ବ୍ଲକିଂ କରାଯିବା ପାଇଁ ଯୋଜନା ଜାରି ରହିଛି । ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ କି, ରାୟଗଡା ଜିଲ୍ଲାରେ ମୋଟ ୫୩ଟି ମାଓପ୍ରବଣ ବୁଥ୍ ରହିଥିବା ବେଳେ ସେଥିମଧ୍ୟରୁ ବିଷମକଟକ ନିର୍ବାଚନ ମଣ୍ଡଳୀର ୨୭, ଗୁଣପୁର ନିର୍ବାଚନ ମଣ୍ଡଳୀର ୨୩ ଏବଂ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ୩ଟି ବୁଥର ସମ୍ପୃକ୍ତ ଅଞ୍ଚଳରେ ଯବାନମାନେ ପଇଁତରା ମାରୁଛନ୍ତି । ସମସ୍ତ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏସ୍‌ଡିପିଓମାନଙ୍କ ତତ୍ତ୍ୱାବଧାନରେ ସମସ୍ତ ଥାନା ଅଞ୍ଚଳରେ ମଦ କାରବାର ବନ୍ଦ ସହ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଉଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Apr 6, 2024, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.