ETV Bharat / state

ଆକ୍ସନ ମୁଡ଼ରେ ଢେଙ୍କାନାଳ ପୋଲିସ, ଡକାୟତି ଅଭିଯୋଗରେ ୯ଜଣ ଗିରଫ - police arrested dacoits

author img

By ETV Bharat Odisha Team

Published : Mar 31, 2024, 12:25 PM IST

Police Arrested Dacoits: ଚୋରି ପାଇଁ ଚାଲିଥିଲା ଯୋଜନା । ଚଢାଉ କରି ଦୁଇ ଡକାୟତି ଗ୍ୟାଙ୍ଗର 9 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Police Arrested Dacoits
Police Arrested Dacoits

ଢେଙ୍କାନାଳ: ଦିନକୁ ଦିନ ଢେଙ୍କାନାଳରେ ବଡି ଚାଲିଛି ଚୋରି ଡକାୟତି ପରି ଘଟଣା । ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଢେଙ୍କାନାଳ ପୋଲିସ । ଚଢାଉ କରି ଦୁଇଟି ଡକାୟତି ଗ୍ୟାଙ୍ଗକୁ ଠାବ କରିବା ସହ 9ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ବିପୁଳ ମାରଣାସ୍ତ୍ର ଜବତ ମଧ୍ୟ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ଅନେକ ସମୟରେ ଲୋକଙ୍କୁ ଭୟଭୀତ କରାଇ ଜକାୟତି କରୁଥିଲେ ।

ଢେଙ୍କାନାଳରେ ଗତ କିଛି ମାସ ଧରି ଚୋରି ଡକାୟତି ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି । ବିଶେଷ କରି ପୁରୁଣା କଟକ ସମ୍ବଲପୁର ରାସ୍ତାର ଯାତ୍ରୀ ମାନଙ୍କୁ ଟାର୍ଗେଟ କରୁଛନ୍ତି ଡକାୟତି ଗ୍ୟାଙ୍ଗ । ଗୁଳି ଓ ଭୁଜାଲିରେ ଆକ୍ରମଣ କରି ଲୁଟେରା ମାନେ ଲୁଟି ଚାଲିଛନ୍ତି । ଏହି ଘଟଣାରେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଜିଲ୍ଲା ଏସପି ମାଡ଼କର ସନ୍ଦୀପ ସମ୍ପଦ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରିଛନ୍ତି । ଏହି ସ୍ପେଶାଲ ସ୍କ୍ୱାର୍ଡ ବିଭିନ୍ନ ଜାଗାରେ ଚଢ଼ାଉ ଆରମ୍ଭ କରିଛି । ଗତକାଲି ଭାପୁର ଫାଣ୍ଡି ଅଞ୍ଚଳରେ ମାଟିଆ ମୁଣ୍ଡିଆ ଜଙ୍ଗଲରେ ଏକ ଡକାୟତି ଗ୍ୟାଙ୍ଗ ଡକାୟତି ନେଇ ଯୋଜନା କରୁଥିଲେ । ଏନେଇ ବିଶେଷ ସୁତ୍ରରୁ ଖବର ପାଇଁ ସଦର ପୋଲିସ ଜଙ୍ଗଲରେ ଚଢାଉ କରି ଡକାୟତଙ୍କ ଠାରୁ ଦେଶୀ ପିସ୍ତଲ, ୭ଟି ଅଫୁଟା ଗୁଳି, ଖଣ୍ଡା ଓ ଭୁଜାଲି ଆଦି ମାରଣାସ୍ତ୍ରକୁ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଡକାୟତି ଯୋଜନା ପଣ୍ଡ, ୫ ଡକାୟତଙ୍କୁ ଧରିଲା ନୟାପଲ୍ଲୀ ପୋଲିସ

ଘଟଣାସ୍ଥଳରୁ ୪ଜଣଙ୍କୁ ପୋଲିସ ଗିରଫ କରିବା ସହିତ ଡକାୟତିରେ ବ୍ୟବହାର କରୁଥିବା ଦୁଇଟି ବାଇକ ଓ ଲଙ୍କାଗୁଣ୍ଡ ଆଦି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଭାପୁର କଦମପାଳ ଗ୍ରାମର ସନ୍ତୋଷ ନାଏକ ଓ ଗୁଣ୍ଡିଚା ନାଏକ, ମୋଟଙ୍ଗା ଥାନା ହଳଦିଆବାହାଳ ଗ୍ରାମର ମିଲନ ନାଏକ ଓ ସଦର ଥାନା ଚାକୁଣ୍ଡା ନାଳୀ ଗ୍ରାମର ଦୁଷ୍ମନ୍ତ ନାଏକ ବୋଲି ଜଣାପଡିଛି । ଏମାନେ ସମସ୍ତେ ପେଷାଦାର ଡକାୟତ ଓ ଢେଙ୍କାନାଳ ଟାଉନ, ସଦର, ମୋଟଙ୍ଗା ଓ ରାସୋଳ ଆଦି ଥାନା ଅଞ୍ଚଳର ରାସ୍ତା ଘାଟରେ ଲୋକଙ୍କ ଠାରୁ ଲୁଟ ପାଟ କରନ୍ତି ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିବା ଢେଙ୍କାନାଳ ଏସ ଡିପିଓ ବିଭୂତି ଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି।

ସେହିପରି ଅନୁରୂପ ଭାଇ ରାସୋଳ ଥାନା ଅଧିକାରୀଙ୍କ ନେତୃତ୍ୱରେ ଅନ୍ୟ ଏକ ପୋଲିସ ଦଳ ରାସୋଳ ଥାନା ଅନ୍ତର୍ଗତ ସାପୁଆ ଡ୍ୟାମ ଅଞ୍ଚଳରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ପୋଲିସ ଏକ ୫ଜଣିଆ ଡକାୟତି ଦଳକୁ କାବୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି, ଖଣ୍ଡା, କତାରି, ଭୁଜାଲି ଆଦି ମାରଣାସ୍ତ୍ର ଜବତ କରାଯାଇଛି । ତେବେ ଏହି ଲୁଟେରା ମାନେ ଲୁଟ ଓ ଡକାୟତିରେ ବ୍ୟବହାର କରୁଥିବା ଏକ ମାରୁତି କାର ଓ ସୁଜୁକି ଏଫ ଜେଡ ବାଇକକୁ ଜବତ କରାଯାଇଛି ।

ଗିରଫ ମାନେ ହେଲେ ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିର ପଦରୀ ସାହୁ, ଢେଙ୍କାନାଳ ସଦର ଥାନା ବଡ଼ କୁରୁମ ଟାଙ୍ଗର ଅମୁଲ୍ୟ ପରିଡା ଓ କଙ୍କଡ଼ାହାଡ଼ ର ଜିତେନ୍ଦ୍ର ନାଏକ, ଟିକିନା ନାଏକ, ମୋତରି ଗ୍ରାମର ଦିପେନ ପ୍ରଧାନ ବୋଲି ଜଣାପଡିଛି। ଏମାନେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବାରମ୍ବାର ଡକାୟତି କରି ରାସ୍ତାରୁ ବାଇକ, ସୁନାଗହଣା ଏବଂ ଲୋକଙ୍କ ଠାରୁ ଟଙ୍କା ଲୁଟ କରୁଥିଲେ । ଅନୁଗୋଳ ତୁରଙ୍ଗ ଅଞ୍ଚଳରେ ସୁନା ଗହଣା ବ୍ୟବସାୟୀଙ୍କୁ ଗୁଳି ମାଡ଼ ଲୁଟ ଘଟଣାରେ ଏମାନଙ୍କର ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଉଭୟ ଗିରଫ ଡକାୟତି ଦଳଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.